ପିଲା ଚୋରି ଅଭିଯୋଗରେ ଆଫ୍ରିକୀୟଙ୍କୁ ମାଡ଼

0

ନୂଆଦିଲ୍ଲୀ : ପିଲା ଚୋରି ଅଭିଯୋଗରେ ଦିଲ୍ଲୀରେ କେତେକ ଆଫ୍ରିକୀୟ ନାଗରିକଙ୍କୁ ମାଡ ମରାଯାଇଛି। ଗୁରୁବାର ରାତିରେ ତାଞ୍ଜାନିଆର ୪ଜଣ ଓ ନାଇଜେରିଆର ୨ଜଣ ନାଗରିକଙ୍କୁ ଦ୍ୱାରକା ଅଞ୍ଚଳରେ କେତେକ ଲୋକେ ଅଟକ ରଖି ମାଡ ମାରିଥିଲେ। ତେବେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିଦେଶୀ ନାଗରିକଙ୍କୁ ଉଦ୍ଧାର କରିଥିଲା। ପିଲା ଚୋରି ନେଇ ଯେଉଁ ଅଭିଯୋଗ ହୋଇଥିଲା ତାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ପୁଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାଯାଇଛି।

Leave A Reply