ନିରବଙ୍କ ଆମେରିକା ସମ୍ପତ୍ତି ବାଜ୍ୟାପ୍ତି ହେବ!

0

ନୂଆଦିଲ୍ଲୀ: ପିଏନ୍‍ବି ଠକେଇର ମୁଖ୍ୟ କାର୍ପଟ୍‍ଦାର ନିରବ ମୋଦିଙ୍କ ଆମେରିକାରେ ଥିବା ସମ୍ପତ୍ତି ବାଜ୍ୟାପ୍ତି କରିବାକୁ ପିଏନ୍‍ବିର ଆବେଦନକୁ ନ୍ୟୁୟର୍କର ଏକ ଅଦାଲତ ଗ୍ରହଣ କରିଛି। ପୂର୍ବରୁ ୟୁକେ ସରକାର ମାଲ୍ୟାଙ୍କ କ୍ଷେତ୍ରରେ ଏଭଳି ନିଷ୍ପତ୍ତି ନେଇଥିଲେ।
ପିଏନ୍‍ବିର ଆବେଦନକୁ ଗ୍ରହଣ କରି ଆମେରିକାର ଏହି ଅଦାଲତ ମୋଦିଙ୍କୁ ସମନ ଜାରି କରିବା ସହିତ ସମ୍ପତ୍ତି ବିକ୍ରି ଓ କାରବାର ସମ୍ପର୍କିତ ତଥ୍ୟ ମାଗିଛନ୍ତି। କୋର୍ଟଙ୍କ ରାୟ ବଳରେ ପିଏନ୍‍ବି ନିରବ ମୋଦିଙ୍କ କାରବାର ସହିତ ଜଡ଼ିତ ଥିବା ଆମେରିକାର ଯେ କୌଣସି ବ୍ୟକ୍ତିଙ୍କ ଯାଞ୍ଚ ପରିସରଭୁକ୍ତ କରିପାରିବେ।

Leave A Reply