ଗୋରୁ ବୋଝେଇ ଗାଡ଼ି ପୋଡ଼ିଦେଲେ ଗ୍ରାମବାସୀ

0

ଭଦ୍ରକ: ୭ଟି ଗୋରୁ ବୋଝେଇ ଗାଡ଼ିକୁ ସ୍ଥାନୀୟ ଅଞ୍ଚଳବାସୀ ଅଟକ ରଖିଛନ୍ତି। ଗାଡ଼ିରୁ ୧୦୦ ଗୋରୁଙ୍କୁ ଉଦ୍ଧାର କରଯାଇଥିବା ବେଳେ ଦୁଇଟି ଗାଈଙ୍କ ମୃତ୍ୟୁ ଘଟିଛି। ଗୋରୁ ବୋଝେଇ ଗାଡ଼ିଗୁଡ଼ିକ ଭଦ୍ରକ ଜିଲାର ଧୁଷୁରୀ ଅଞ୍ଚଳରୁ କୋଲକାତା ଚାଲାଣ ହେଉଥିବା ଜଣାପଡ଼ିଛି। ଅସୁରାଳି ଛକଠାରେ ସ୍ଥାନୀୟ ଲୋକେ ଗାଡ଼ିଗୁଡ଼ିକୁ ଅଟକାଇ ଗୋରୁଙ୍କୁ ଉଦ୍ଧାର କରିବା ପରେ ଗୋଟିଏ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଗୋରୁ ଚାଲାଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି। ଉତ୍ତେଜନା ପ୍ରଶମନ ପାଇଁ ସେଠାରେ ଦୁଇ ପ୍ଲାଟୁନ୍‍ ପୁଲିସ ଫୋର୍ସ ମୁତୟନ କରାଯାଇଛି।

Leave A Reply