କବାଟ ଭାଙ୍ଗି ସୁନାଗହଣା ଚୋରି ଅଭିଯୋଗ

0

ବାଲେଶ୍ୱର: ଘରର କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣ ଚୋରି ହୋଇଥିବା ଅଭିଯୋଗ ହୋଇଛି। ସିମୁଳିଆ ଥାନା ଜାମୁଝାଡୀ ଗ୍ରାମରେ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳଙ୍କ ଘରେ ଏହି ଚୋରି ହୋଇଛି। ପରିବାରର ସଦସ୍ୟମାନେ ଶୁକ୍ରବାର ଦିନ ବାହାରକୁ ଯାଇଥିବା ବେଳେ ଶନିବାର ସକାଳେ ଘରକୁ ଫେରିଥିଲେ। ଘରକୁ ଫେରିବା ପରେ କବାଟ ଭଙ୍ଗା ଯାଇ ଚୋରି ହୋଇଥିବାର ଦେଖିଥିଲେ। ପରିବାର ଲୋକେ ସଙ୍ଗେ ସଙ୍ଗେ ପୁଲିସକୁ ଏହି ଚୋରି ସମ୍ବନ୍ଧରେ ଅଭିଯୋଗ କରିଥିଲେ। ପୁଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply