ବାଜ୍ରାଘାତରେ ଯୁବକ ମୃତ

କାଲିମେଳା : ମାଲାକନଗିରି ଜିଲ୍ଲା କାଲିମେଳ ବ୍ଲକ ଅନ୍ତର୍ଗତ ତେଲରାଇ ପଂଚାୟତର କୁଞଗୁଡା ଗ୍ରାମରେ ଶନିବାର ଏକ ଦୁଖଃଦ ଘଟଣା ଘଟିଛି। କ୍ଷେତକୁ ଚାଷ କାମ କରିବାକୁ ଯାଇଥିବା ବେଳେ ବଜ୍ରାଘାତ ଘଟି ଜଣେ ଯୁବକ ପ୍ରାଣ ହରାଇଥିବା ଜଣାପଡିଛି ।  ମୃତ ଯୁବକ ଜଣଙ୍କ ହେଉଛନ୍ତି କୁଞ୍ଜଗୁଡା ଗ୍ରାମର ପଦିଆ ମାଡକାମିଙ୍କ ପୁଅ ଗଙ୍ଗା ମାଡକାମି(୩୫)ବୋଲି ଜଣାପଡିଛି।  ସୂଚନା ଅନୁସାରେ କୁଞ୍ଜଗୁଡା ଗ୍ରାମର ଗଙ୍ଗା ନିଜ ଘର ଠାରୁ କିଛି ଦୁରରେ ଥିବା ଜମିକୁ ଚାଷ କାର୍ଯ୍ୟ କରିବାକୁ ଯାଇଥିବା ବେଳେ ଦିନ  ହଠାତ  ଅତ୍ୟଧିକ ବର୍ଷା ସହ ଘଡଘଡି ମାରିବା ଆରମ୍ଭ ହୋଇଥିଲା। ଏଥିରେ ଗଙ୍ଗା ନିକଟରେ ଥିବା ଏକ ଗଛ ମୂଳରେ ଯାଇ ଆଶ୍ରୟ ନେଇଥିଲେ। ଏହି ସମୟରେ ସେହି ଗଛ ଉପରେ ବଜ୍ରାଘାତ ହେବାରୁ ଗଛତଳେ ଥିବା ଗଙ୍ଗା ଉପରେ ମଧ୍ୟ ପଡିଥିଲା।ଘଟଣା ସ୍ଥଳରେ ହିଁ ଗଙ୍ଗାଙ୍କର ମୃତ୍ୟୁ ହୋଇଯାଇଥିବା ପରିବାର ଲୋକ କହିଛନ୍ତି ।

ବର୍ଷା ହୋଇଥିବାରୁ ଏହି ସମୟରେ ଗଙ୍ଗାର ସ୍ତ୍ରୀ ମଙ୍ଗଳୀ ଗଙ୍ଗାପାଇଁ ଛତା ନେଇ ବିଲକୁ ଯାଇଥିବା ବେଳେ ଏପରି ଅବସ୍ଥା ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ। ପରେ ଗଙ୍ଗାକୁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ଏମଭି-୭୯ ଥାନା ପୁଲିସ  ଗଙ୍ଗାର ଶବକୁ ଜବଦ କରିବା ସହିତ କାଲିମେଳା ମେଡିକାଲରେ ବ୍ୟବଛେଦ କରାଇଛି । ମୃତ ଗଙ୍ଗା ଚାଷବାସ କରି ଘରଚଳାଉଥିବା ବେଳେ ତାଙ୍କର ୨ ଝିଅ ରୀନା ମାଡକାମି (୧୪), ଟୁନି ମାଡକାମି(୧୦) ଏବଂ ଜଣେ ୫ ବର୍ଷର ପୁଅ ରତେଶ ମାଡକାମି ବାପାକୁ ହରାଇ ଦୁଖରେ ଭାଙ୍ଗିପଡିଛନ୍ତି।ଏହି ଗରିବ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା ପାଇଁ ଦାବି ହୋଇଛି।

Comments are closed.