ଗାଧୋଇବାକୁ ଯାଇ ଯୁବକ ନିଖୋଜ

ପାଟଣା: କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ପଞ୍ଚାୟତ ଭୁଲୁଦା ଗ୍ରାମର ଧ୍ରୂବଚରଣ ନାୟକଙ୍କ ପୁଅ କୁନା ନାୟକ ରବିବାର ନାଳକୁ ଗାଧୋଇବାକୁ ଯାଇ ଘରକୁ ଫେରି ନ ଥିବା ଜଣାପଡ଼ିଛି। ଅପରାହ୍ନ ପ୍ରାୟ ୧ଟାରେ ସେ ସ୍କୁଟି ନେଇ ଗାଧୋଇବାକୁ ଯାଇଥିଲେ। ସନ୍ଧ୍ୟା ସୁଦ୍ଧା ଘରକୁ ଫେରି ନ ଥିବାବେଳେ ନାଳ ନିକଟ ବିଲ ହିଡ଼ରେ ତାଙ୍କ ସ୍କୁଟି ଏବଂ ମୋବାଇଲ ପଡ଼ିଥିବା ଦେଖିବାକୁ ମିଳିଛି। ତେବେ ନାଳରେ ମାତ୍ର ଦେଢ଼ରୁ ଦୁଇଫୁଟ ଉଚ୍ଚର ପାଣି ଥିବାରୁ କୁନାଙ୍କ ନିଖୋଜକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଖବର ପାଇ ତୁରୁମୁଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ନାଳର କେତେକ ସ୍ଥାନରେ ୫/୬ ଫୁଟ ପାଣି ଥିବାରୁ କିଛି ଅଘଟଣ ଘଟିଥିବା ନେଇ ଆଶଙ୍କା ମଧ୍ୟ କରାଯାଉଛି।

Comments are closed.