ନୋଟାରେ ଭୋଟ ଦେବେ ପଶ୍ଚିମ ଓଡ଼ିଶାର କୃୃଷକ : ଅଶୋକ ପ୍ରଧାନ

ଭୁବନେଶ୍ୱର/ସମ୍ବଲପୁର : ୨୦୧୯ ନିର୍ବାଚନରେ ପଶ୍ଚିମ ଓଡ଼ିଶାର କୃଷକମାନେ ନୋଟାରେ ଭୋଟ ଦେବେ ବୋଲି ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତିର ସଂଯୋଜକ ଅଶୋକ କୁମାର ପ୍ରଧାନ କହିଛନ୍ତି। ସେ କହିଛନ୍ତି ପଶ୍ଛିମ ଓଡ଼ିିଶାର ଚାଷୀମାନେ ରାଜନୈତିକ ଦଳ ଗୁଡିକ ଉପରେ ସନ୍ତୁଷ୍ଟ ନାହାନ୍ତି। ପଶ୍ଚିମ ଓଡ଼ିଶାରେ ପାଖାପାଖି ୫୦ଭାଗ କୃଷକ ବସବାସ କରୁଛନ୍ତି। ଅଶୋକ ପ୍ରଧାନ କହିଛନ୍ତି- କୃଷକଙ୍କ ସମସ୍ୟାର ସଠିକ୍‍ ସମାଧାନ କରିବାପାଇଁ କୌଣସି ରାଜନୈତିକ ଦଳ ଆଗ୍ରହୀ ନାହାନ୍ତି। ୧୯୯୧ମସିହାରୁ ଏପର୍ଯ୍ୟନ୍ତ ଦେଶରେ ପାଖାପାଖି ୪ଲକ୍ଷ ଚାଷୀ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ତାଙ୍କ କହିବା ଅନୁସାରେ ସ୍ୱାମିନାଥନ କମିଶନର ରିପୋର୍ଟରେ ଏମଏସପି(ନ୍ୟୁନତମ ସମର୍ଥନ ମୂଲ୍ୟ)ର ଯେଉଁ ସୂତ୍ର ଦିଆଯାଇଛି, ସେହି ଆଧାରରେ ଗଣନା କରି ଏମଏସପି ସ୍ଥିର କରିବା ଆବଶ୍ୟକ।

ଏହି ବାବଦରେ କୃଷକ ନେତା ଅଶୋକ ପ୍ରଧାନଙ୍କ ସହ ହୋଇଥିବା ସାକ୍ଷାତମକାରର କିଛି ଅଂଶ-
ଅଶୋକ ପ୍ରଧାନଙ୍କ କହିବା କଥା ଏହି ସଂଗଠନରେ ପଶ୍ଚିମ ଓଡ଼ିଶାର ୫୦ଲକ୍ଷରୁ ଅଧିକ ଚାଷୀ ସାମିଲ ରହିଛନ୍ତି। ନେତା ଏବଂ କାର୍ଯ୍ୟକର୍ତ୍ତାମାନଙ୍କୁ ନୋଟା(ଏଥିରୁ କେଉଁଟି ନୁହେଁ) ବଟମ୍‍ ଚିପିବା ପାଇଁ ପରାମର୍ଶ ଦିଆଯାଉଛି। ବିଜେପି, କଂଗ୍ରେସ ଓ ବିଜେଡ଼ି ଭଳି ରାଜନୈତିକ ଦଳଗୁଡିକୁ ମତଦାନ କରିବା ପରିବର୍ତ୍ତେ ପଶ୍ଚିମ ଓଡ଼ିଶାର କୃଷକମାନେ ନୋଟାରେ ମତଦାନ କରିବେ। ସେମାନଙ୍କୁ ନୋଟାର ବ୍ୟବହାର କରିବା ଶିିଖାଇବା ପାଇଁ ଏକାଠି କରାଯାଉଥିବା ଶ୍ରୀ ପ୍ରଧାନ କହିଛନ୍ତି।
ଅଶୋକ ପ୍ରଧାନଙ୍କର କହିବା ଅନୁସାରେ କୃଷକମାନଙ୍କର ସେଭଳି କିଛି ଦାବୀ ଉପରେ ଗୁରୁତ୍ୱ ଦିଆଯାଉନାହିଁ ଯେପରିକି କୃଷି ରୁଣ ଛାଡ କରିବା, ସ୍ୱାମିନାଥନ କମିଶନ ରିପୋର୍ଟ ଲାଗୁ କରିବା, ରାଜ୍ୟ ସ୍ଥରରେ କୃଷି ଉତ୍ପାଦିତ ଦ୍ରବ୍ୟ ଉପରେ ବୋନସ୍‍ ଦେବା ଏବଂ ନ୍ୟୁନତମ ସମର୍ଥନ ମୂଲ୍ୟ ଲାଗୁ କରିବା। ସେ କହିଛନ୍ତି, କଂଗ୍ରେସ ସରକାର ସମୟରେ ୨୦୦୪ମସିହାରେ ସ୍ୱାମିନାଥନ କମିଶନ ଗଠନ କରାଯାଇଥିଲା। କମିଶନ ଏ ନେଇ ୨୦୦୬ରେ ରିପୋର୍ଟ ଦେଇଥିଲା। ମାତ୍ର ସେବେଠାରୁ ଏପର୍ଯ୍ୟନ୍ତ କଣ ହୋଇଛି? ଏହାପରେ ମନମୋହନ ସିଂହ ସରକାର ବର୍ଷେ ଦୁଇବର୍ଷ ନୁହେଁ ୮ବର୍ଷ କାଳ ଶାସନ କରିଥିଲେ ମଧ୍ୟ ଏ ଦିଗରେ କୌଣସି କାର୍ଯ୍ୟ କରାଯାଇନାହିଁ।


ଅଶୋକଙ୍କ କହିବା କଥା, ରାଜନୈତିକ ଦଳ ପ୍ରଚାର ପାଇଁ ଗ୍ରାମରେ ପହଞ୍ଚିବା ମ।।ତ୍ରେ କୃଷକଙ୍କ ସଂଗଠନ ନୋଟାର ପ୍ରଚାର ଅଭିଯାନ ଜାରୀ ରଖିବେ। ଏହା କେବଳ ୨୦୧୯ନିର୍ବାଚନ ପାଇଁ ସିମିତ ରଖାଯାଉ ନାହିଁ। ଏହାକୁ ପରବର୍ତ୍ତୀ ନିର୍ବାଚନ ୨୦୨୪ରେ ମଧ୍ୟ ଜାରି ରଖାଯିବ। ଯେପର୍ଯ୍ୟନ୍ତ କୃଷକଙ୍କ ଦାବି ପୂରଣ ନ ହୋଇଛି ସେପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁରହିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ୨୦୧୪ନିର୍ବାଚନରେ ମଧ୍ୟ ଚାଷୀମାନଙ୍କ ପ୍ରତି ଛଳନା କରାଯାଇଛି। ପ୍ରାଇସ୍‍ ପ୍ରେଷ୍ଟିଜ ଏବଂ ପେନସନ ଦାବି କରୁଥିବା କୃଷକ ସଂଗଠନ ଏବେ ରାଜନେତାଙ୍କ ହାତରେ କଣ୍ଢେଇ ସାଜିଛି। ଏହି ସଂଗଠନ ଆଦ୍ୱଂ ରାଜନୈତିକ ସଂଗଠନ ନୁହେଁ। ପୂର୍ବରୁ ଲିଙ୍ଗରାଜ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିଲେ କିନ୍ତୁ ଏହି ସଂଗଠନ ତାଙ୍କୁ ସମର୍ଥନ ଦେଇନଥିଲା।
ଏକ ଉତ୍ତମ ଲକ୍ଷ୍ୟ ପାଇଁ ନୋଟାରେ ଭୋଟ ଦେବାପାଇଁ ସେ କହିଛନ୍ତି। ବିଜେଡ଼ି ସରକାରର କାଳିଆ ଯୋଜନା, କେନ୍ଦ୍ରର ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା କେବଳ କୃଷକମାନଙ୍କ ମୁଖ୍ୟ ଦାବିକୁ ଏଡାଇ ଯିବାପାଇଁ କରାଯାଇଛି। ପ୍ରକୃତରେ କୃଷକଙ୍କ ଅଭିମାନ ହିଁ ସେମାନଙ୍କ ପାଇଁ ଦୁର୍ଦ୍ଦଶା ପାଲଟିଛି ଯାହା ଉପରେ ଆଜି ଯାଏ କେହି ନଜର ଦେଇନାହାନ୍ତି।
ସେ କହିଛନ୍ତି କୃଷକଙ୍କ ଦାବିର ଏକ ସୂଚି ପ୍ରସ୍ତୁତ କରାଯାଇଛି। ଏହାର ଉଦାହରଣ ହେଉଛି- ଆମେ କାହିଁକି ଚାଷ କାର୍ଯ୍ୟକୁ ସାଧାରଣ ବୋଲି ଭାବିବା ତେଣୁ ଆମର ଦାବି କୃଷକ ଆୟୋଗ ଗଠନ କରାଯାଉ। ଯାହାର ରିପୋର୍ଟ ଲାଗୁ କରାଯାଉ ଏବଂ ଏଥିରେ କୃଷକ ମାନଙ୍କୁ ପ୍ରତିନିଧିତ୍ୱ ଦିଆଯାଉ। ଏମିତି ଅନେକ ପ୍ରଶ୍ନ ରହିଛି- ସରକାର ଗୁରୁତ୍ୱର ସହିତ କୃଷକ ଆତ୍ମହତ୍ୟାକୁ ବିଚାର କରନ୍ତୁ ଏବଂ ମହାନଦୀ ଜଳ ବିବାଦର ଖୁବଶୀଘ୍ର ସମାଧାନ ହେଉ।

Comments are closed.