ବୁଧବାର ରାଶିଫଳ

ମେଷ: ସାହସ ବାନ୍ଧି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରିପାରନ୍ତି। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ଆଦର ଅଭ୍ୟର୍ଥନା ମିଳିପାରେ। କୃଷି ଉପରେ ଧ୍ୟାନ ଦେବେ। ଯାନବାହନ ସୁଖ ମିଳିପାରେ। ଶତ୍ରୁନାଶ କରି ନିଶ୍ଚିନ୍ତ ହୋଇପାରନ୍ତି।
ବୃଷ: ସହକର୍ମୀଙ୍କ ସହଯୋଗ ପାଇବାକୁ ସକ୍ଷମ ହେବେ। ମାନ ବୃଦ୍ଧି ହୋଇପାରେ। ଭ୍ରମଣ ସୁଖ ମିଳିବ। କର୍ତ୍ତବ୍ୟନିଷ୍ଠ ହେବେ। ସ୍ବଚ୍ଛତା କାର୍ଯ୍ୟ ହାତକୁ ନେଇ କୃତକାର୍ଯ୍ୟ ହେବେ। ସକଳଗୁଣର ଆଧାର ହେବେ। ସୁଖୀ ହୋଇପାରନ୍ତି। କାବ୍ୟଶାସ୍ତ୍ରାନୁରକ୍ତ ହେବେ।
ମିଥୁନ: ଭ୍ରମଣ ସୁଖଦାୟକ ହେବ। ଆଶାବାଦୀ ହୋଇପାରନ୍ତି। ତ୍ୟାଗଶୀଳ ହେବେ। ନୀତିନିଷ୍ଠ ହେବେ। ବିବିଧ ଧନଯୁକ୍ତ ହୋଇପାରନ୍ତି। ଚଞ୍ଚଳମନା ହେବେ। ଅତି ସୁଖୀ ଓ କୀର୍ତ୍ତିମାନ ହୋଇପାରନ୍ତି। ସହିଷ୍ଣୁ ହେବେ। ପ୍ରଫୁଲ୍ଲିତ ମୁଖ ଓ ରୂପବାନ୍‌ ହେବେ।
କର୍କଟ: ଭଲ ଆୟ ହେବ। ଉତ୍ତମ ଭୋଜନ ମିଳିବ। ସରକାରୀ ବା ବନ୍ଧୁ ସହାୟତା ପାଇ ଲାଭବାନ୍‌ ହେବେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୂଆବନ୍ଧୁ ଜୁଟିପାରନ୍ତି। ଚିନ୍ତାଧାରା ଉତ୍ତମମାନର ହୋଇପାରେ।
ସିଂହ: ସୃଜନଶୀଳ ପ୍ରତିଭାର ବିକାଶ ଘଟିବ। ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି। ଗୃହରେ ଶାନ୍ତିର ବାତାବରଣ ପ୍ରବାହିତ ହୋଇପାରେ। ବସ୍ତ୍ରଭୂଷଣ ଲାଭ ହେବାର ସୂଚନା ମିଳୁଛି। ସାଧନାରେ ସିଦ୍ଧି ଲାଭ କରିବେ। ପଦୋନ୍ନତି ପାଇପାରନ୍ତି।
କନ୍ୟା: ଲାଭ ପାଇବା ଆଶାରେ ଲୋଭ ବୃଦ୍ଧି ହୋଇପାରେ। ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସରକାରୀ କୃପା ଲାଭ କରିବେ। କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ। ବ୍ୟବସାୟ ଲାଭଜନକ ହେବ। ନାନାବିଧ ସମ୍ମାନ ଅଧିକାରୀ ହେବେ।
ତୁଳା: ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ସରକାରୀ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ଅନ୍ୟର ମଙ୍ଗଳ କାମନା କଲେ ନିଜେ ଉପକୃତ ହେବେ। ଅନୁଗୃହୀତ ହୋଇପାରନ୍ତି। ଗୃହ ପରିବେଶ ସ୍ବଚ୍ଛ ଓ ନିର୍ମଳ ରହିବ। ବହୁବିଧ ଧନର ଅଧିକାରୀ ହେବେ।
ବିଛା: ମନ ପସନ୍ଦ ଦ୍ରବ୍ୟ ପାଇ ଉତ୍‌ଫୁଲ୍ଲିତ ହେବେ। ସୁଖ-ଶାନ୍ତି ଓ ଆନନ୍ଦ ଉତ୍ସବରେ ଦିନଟି ବିତିବ। ଅତ୍ୟନ୍ତ ସୁଖ ଲାଭ କରି ଆନନ୍ଦିତ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପାରିବାରିକ ସୁଖ-ସମୃଦ୍ଧ ଆଶାକରାଯାଏ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ଧନୁ: ଧନକ୍ଷୟ ହେବାର ସମ୍ଭାବନା ଅଛି। ଶାରୀରିକ ଓ ମାନସିକ ସ୍ତରରେ କ୍ଳେଶ ଦେଖାଦେଇପାରେ। ନୀତିଯୁକ୍ତ ହୋଇପାରନ୍ତି। ବିଦ୍ୟାବାନ୍‌ ହେବେ। ଚତୁର ହେବା ଆଶାକରାଯାଏ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଜଳଯାତ୍ରା କରିବା ମନା।
ମକର: ବିଳାସ-ବ୍ୟସନ ଦ୍ରବ୍ୟ ଲାଭ କରିପାରନ୍ତି। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବା ସହ ହର୍ଷ-ଉଲ୍ଲାସ ମଧ୍ୟରେ ଦିନଟି ଅତିବାହିତ କରିପାରନ୍ତି। ସର୍ବତ୍ର ଶୁଭ ଆଶାକରାଯାଏ। ଅବିବାହିତଙ୍କର ମନୋରମା କନ୍ୟା ସହ ବିବାହ ସମ୍ବନ୍ଧ ସ୍ଥିର ହେବ।
କୁମ୍ଭ: ପୈତୃକ ସମ୍ପତ୍ତିକୁ ନେଇ ମନ ଅଶାନ୍ତ ରହିପାରେ। କୌଣସି କାରଣରୁ ସାମୟିକ ଭାବେ ମନରେ କ୍ରୋଧ ଜାତ ହୋଇପାରେ। ନୀତିରୁ ବିଚ୍ୟୁତ୍‌ ହେବେ ନାହିଁ। ଶ୍ରେଷ୍ଠ ସ୍ଥାନ ଅଧିକାର କରିପାରନ୍ତି। ଗୁଣବାନ୍‌ ହେବେ। ବିନୀତ ଓ ଯୁଦ୍ଧପ୍ରିୟ ହେବେ।
ମୀନ: ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରିପାରନ୍ତି। ପରାମର୍ଶ ନେଇ କାର୍ଯ୍ୟ କଲେ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ। ବିଭିନ୍ନ ଦିଗରୁ ଆର୍ଥିକ ସ୍ରୋତର ଧାରା ଅବ୍ୟାହତ ରହିପାରେ। ପୁତ୍ର ଓ କନ୍ୟା ସନ୍ତାନ ପାଇଁ ଗର୍ବିତ ହୋଇପାରନ୍ତି।

Comments are closed.