ବୁଧବାର ରାଶିଫଳ

ମେଷ: ଦେବ ଦର୍ଶନ କଲେ ଆନନ୍ଦ ମିଳିବ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ। କାର୍ଯ୍ୟ ବିଳମ୍ବିତ ହୋଇପାରେ। ସୁସ୍ଥ ଓ ନିରାମୟ ରହିବେ। ଚାକିରିରେ ବିବ୍ରତ ହେବେ। ବ୍ୟବସାୟ ପଛେଇବ। ଛାତ୍ରଛାତ୍ରୀଙ୍କ ଶୁଭଫଳ।
ବୃଷ: ପ୍ରତିଯୋଗିିତାରେ ବିଜୟୀ ହେବେ। ଦ୍ରବ୍ୟ ଲାଭର ସୂଚନା ମିଳୁଛି। କାର୍ଯ୍ୟରେ ଆଗେଇବେ। ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। କର୍ମକ୍ଷେତ୍ର ଉତ୍ସାହ-ଜନକ ହେବ। ସୁସ୍ଥ ରହିବେ। ରୋଜଗାର ଆଶାନୁରୂପ ହେବ। ଚାକିରିରେ ପ୍ରାଧାନ୍ୟ ଦେବେ। ପଢ଼ାରେ ଶୁଭ।
ମିଥୁନ: ବିଳାସ ଦ୍ରବ୍ୟ ଲାଭ କରିବେ। ସୁଖ-ସମ୍ମାନ ମିଳିବ। ଅଧିକ ବ୍ୟୟ କରିପାରନ୍ତି। ଗୃହରେ ମଙ୍ଗଳ କାର୍ଯ୍ୟ ସମ୍ପାଦିତ ହେବ। ଚାକିରି କ୍ଷେତ୍ରରେ ଜଗି ରଖି ଚଳିବାକୁ ପଡ଼ିବ। ଛାତ୍ରଛାତ୍ରୀମାନେ ଶୁଭ ଫଳ ପାଇବେ।
କର୍କଟ: ଦୁର୍ଘଟଣାରୁ ରକ୍ଷା ପାଇବେ। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ପରିଶ୍ରମର ମୂଲ୍ୟ ମିଳିବ। ସୁସ୍ଥ ରହିବେ। ଆୟବ୍ୟୟ ସମାନ୍ତରାଳ ଗତି କରିବ। ବ୍ୟବସାୟରେ ଉନ୍ନତି ଘଟିବ। ପଢ଼ାପଢ଼ିରେ ଯତ୍ନବାନ୍‌ ହେବାକୁ ପଡ଼ିବ।
ସିଂହ: ଆର୍ଥିକ ଅଭାବ ଦୂରୀଭୂତ ହେବ। ବିଭିନ୍ନ ଦିଗରୁ ସହାୟତା ମିଳିବ। ଚାକିରି କ୍ଷେତ୍ରରେ ଅସନ୍ତୋଷ ଦେଖା ଦେବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ। ବ୍ୟବସାୟରେ ଉନ୍ନତି। ପଢ଼ାରେ ପଛଇବେ।
କନ୍ୟା: ଆଜି ଦିନଟି ସତର୍କତାର ସହ ଚଳିବାକୁ ପଡ଼ିବ। ଉଦାସୀନ ହୋଇପାରନ୍ତି। ଅର୍ଥଲାଭର ସୂଚନା ମିଳୁଛି। କାର୍ଯ୍ୟରେ ସକ୍ରିୟ ରହିବେ। ସମ୍ମାନିତ ହେବେ। ଆର୍ଥିକ ସ୍ଥିତି ଦୃଢ଼ ରହିବ। କାର୍ଯ୍ୟରେ ଧୀରେ ସୁସ୍ଥେ ଆଗେଇବେ। ବିଦ୍ୟାର୍ଥୀଙ୍କୁ ଉଚ୍ଚ ଫଳ ମିଳିବ।
ତୁଳା: ଅଜାଣତରେ କ୍ଷତି ସହି ପାରନ୍ତି। ଆଶାବାଦୀ ହେବେ। କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ। ସର୍ବାଙ୍ଗୀନ ଉନ୍ନତି ହେବ। ସବୁ ଆଶା ପୂର୍ଣ୍ଣ ହୋଇପାରେ। ଆୟ ବୃଦ୍ଧି ଘଟିବ। ଚାକିରିରେ ମନ ପ୍ରସନ୍ନ ରହିବ। ବ୍ୟବସାୟରୁ ଲାଭ ମିଳିବ। ପଢ଼ାରେ ଆଗେଇବେ।
ବିଛା: ପିଲାଙ୍କ ପାଠପଢ଼ା ଆନନ୍ଦ ଦାୟକ ହେବ। ସାମୟିକ ଭାବେ ମନରେ ଭୟର ସଞ୍ଚାର ହୋଇପାରେ। ଶୁଭାଶୁଭ ମିଶ୍ରିତ ଫଳ ମିଳିବ। ଧୀରେ ସୁସ୍ଥେ କାର୍ଯ୍ୟରେ ଆଗେଇବେ। ଆୟ-ବ୍ୟୟ ସମାନ ହେବ। ଚାକିରି କ୍ଷେତ୍ର ଉତ୍ସାହଜନକ ହେବ। ବିଦ୍ୟାର୍ଥୀଙ୍କୁ ଶୁଭଫଳ।
ଧନୁ: ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ। ସମସ୍ୟା ବୃଦ୍ଧି ଯୋଗୁଁ କାର୍ଯ୍ୟକୁ ସ୍ଥଗିତ ରଖିପାରନ୍ତି। ଘାତଚନ୍ଦ୍ର ହେତୁ ସତର୍କରେ ଚଳିବେ। ଚାକିରିରେ ଉଦାସୀନ ହେବେ। ସୁସ୍ଥ ରହିବେ। ସାହାଯ୍ୟ ମିଳିବ। ବିଦ୍ୟାର୍ଥୀ ଶୁଭଫଳ ପ୍ରାପ୍ତ ହେବେ।
ମକର: ଆୟ ଆଶାନୁରୂପ ହେବ। ଶତ୍ରୁ ବୃଦ୍ଧି ଘଟି ପାରେ। ସମସ୍ୟାକୁ ଏଡ଼ାଇ ଆଗକୁ ବଢ଼ିବେ। ମନୋବଳ ଦୃଢ଼ ରହିବ। ସୁସ୍ଥ ରହିବେ। ଚାକିରି କ୍ଷେତ୍ରରେ ନିଜକୁ ସଙ୍କୁଚିତ କରି ରଖିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ବିଦ୍ୟାର୍ଥୀଙ୍କୁ ମଧ୍ୟମ ଫଳ ମିଳିବ।
କୁମ୍ଭ: ଆଶାବାଦୀ ହୋଇପାରନ୍ତି। ନିଜ ବୁଦ୍ଧି ବଳରେ କାର୍ଯ୍ୟରେ ଆଗେଇବେ। କର୍ମକ୍ଷେତ୍ର ଉତ୍ସାହଜନକ ହେବ। ମନୋବଳ ଦୃଢ଼ ରହିବ। ସୁସ୍ଥ ରହିବେ। ଆୟ ଅଳ୍ପ ବଢ଼ିବ। ଚାକିରି କ୍ଷେତ୍ରରେ ସମ୍ମାନିତ ହେବେ। ପଢ଼ାରେ ସଫଳ ହେବେ।
ମୀନ: ବନ୍ଧୁ ସହଯୋଗ ମିଳିବ। ସ୍ବାଧୀନ ଚିନ୍ତାଧାରା ନେଇ କାର୍ଯ୍ୟ କରିବେ। ଶୁଭ ସମ୍ବାଦ ପ୍ରାପ୍ତ ହେବେ। ମନ ପ୍ରସନ୍ନ ରହିବ। ଶୟନ ସୁଖ ପାଇବେ। ସାହାଯ୍ୟ ପାଇ ଆଗେଇବେ। ସୁସ୍ଥ ରହିବେ। ମନୋବଳ ଦୃଢ଼ ରହିବ। ଆୟ ମଧ୍ୟମ ଧରଣର ହେବ। ପଢ଼ାରେ ମଧ୍ୟମ ଫଳ।

Comments are closed.