ୱେବଚ୍ୟାନେଲ ସାମ୍ବାଦିକ ଗିରଫ

ପୁରୀ: ସୋସିଆଲ ମିଡିଆରେ ଅପମାନଜନକ ଭିଡିଓ ପ୍ରସାରଣ କରିବା ଅଭିଯୋଗରେ ପୁରୀ ପୁଲିସ ଶନିବାର ଜଣେ ୱେବଚ୍ୟାନେଲ ସାମ୍ବାଦିକଙ୍କୁ ଗିରଫ କରିଛି। ସେ ହେଉଛନ୍ତି ପୁରୀ ଅବକାଶ ଲେନ୍‌ର କାଶୀନାଥ ଦାସ। ଏସପି ଉମାଶଙ୍କର ଦାଶ କହିଛନ୍ତି ଯେ, ସାମ୍ବାଦିକ କାଶୀନାଥ ଜଣେ ମହିଳା ପୁଲିସ ଅଧିକାରୀଙ୍କ ବିରୋଧରେ କିଛି ଅପମାନଜନକ ଶବ୍ଦ ପ୍ରୟୋଗ କରି ଏକ ନ୍ୟୁଜ୍‌ ଭିଡିଓ ପ୍ରସ୍ତୁତ କରିଥିଲେ। ପରେ ତାହାକୁ ସୋସିଆଲ ମିଡିଆରେ ଶେୟାର କରିଥିବା ନେଇ ଅଭିଯୋଗ ହୋଇଥିଲା। ତାହାର ତଦନ୍ତ କରାଯାଇ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Comments are closed.