ଅଶ୍ଳିଳ ଭିଡିଓ ଭାଇରାଲ ଘଟଣାରେ ଜଣେ ଗିରଫ

ପିପିଲି : ଜନୈକା ୧୭ ବର୍ଷିୟା ନାବାଳିକାର ଅଶ୍ଳିଳ ଭିଡିଓ ଭାଇରାଲ କରିବା ଘଟଣାରେ ପିପିଲି ପୁଲିସ ରବିବାର ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତର ନାମ ସିଦ୍ଧାନ୍ତ ଜେନା। ତାର ଘର ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ କେଶପୁରଶାସନ ଗ୍ରାମରେ ହୋଇଥିବା ବେଳେ ସେ ନିଜ ପରିବାର ସହ ଦୀର୍ଘବର୍ଷ ହେବ ପିପିଲି ଥାନା ଅନ୍ତର୍ଗତ କୁଞ୍ଜର ଅଠରମାଣ ସାହିରେ ରହୁଥିବା ଜଣାପଡ଼ିଛି। ସୋମବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ଶରତ କୁମାର ସାହୁ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ଜଣକ କଲେଜ ଛାତ୍ର ହୋଇଥିବା ବେଳେ ଏହି ଘଟଣାରେ ଫେରାର୍‍ ଥିବା ତାର ବଡଭାଇକୁ ଗିରଫ କରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଥିବା ସୂଚନା ମିଳିଛି।

Comments are closed.