ଡିସେମ୍ବରରେ ବଲାଙ୍ଗୀର ଆସିବେ ଉପରାଷ୍ଟ୍ରପତି

ବଲାଙ୍ଗୀର: ବଲାଙ୍ଗୀର ଆସିବେ ଭାରତର ଉପରାଷ୍ଟ୍ରପତି ଏମ.ଭେଙ୍କେୟା ନାଇଡୁ। ବଲାଙ୍ଗୀରର ରାଜେନ୍ଦ୍ର କଲେଜର ପ୍ଲାଟିନମ୍ ଜୁବୁଲି ପାଳନ କାର୍ୟ୍ୟକ୍ରମରେ ଯୋଗଦେବେ ଉପରାଷ୍ଟପତି। ସୂଚନାଅନୁସାରେ ଉପରାଷ୍ଟପତି ଏମ.ଭେଙ୍କେୟା ନାଇଡୁ ଡିସେମ୍ବର ୨୭ ତାରିଖରେ ରାଜେନ୍ଦ୍ର କଲେଜର ପ୍ଲାଟିନମ ଜୁବୁଲି କାର୍ୟ୍ୟକ୍ରମରେ ଯୋଗଦେବା ସହ ବଲାଙ୍ଗୀରର ବରକାନି ଠାରେ ଏଲପିଜି ବଟଲିଂ ପ୍ଲାଣ୍ଟ ମଧ୍ୟ ଉଦଘାଟନ କରିବେ। ଏନେଇ ଆଜି ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓ।

Comments are closed.