ବରୁଣଙ୍କ ପାଉଣା ୩୩ କୋଟି!

ମୁମ୍ବଇ : ବରୁଣ ଧୱନ୍ ଓ ଶ୍ରଦ୍ଧା କପୁର ଅଭିନୀତ ‘ଷ୍ଟ୍ରିଟ୍ ଡାନ୍ସ-୩’ ଚଳଚ୍ଚିତ୍ରର ଶେଷ ପର୍ୟ୍ୟାୟ ସୁଟିଂ ଚାଲିଛି। ଅକ୍ଟୋବର ଶେଷ ସୁଦ୍ଧା ଚଳଚ୍ଚିତ୍ର ମୁକ୍ତିଲାଭ ହେବାର ଯୋଜନା ରହିଛି। ବରୁଣ ଅଭିନୀତ ‘କଳଙ୍କ’ ଏଇ କିଛି ମାସ ତଳେ ମୁକ୍ତିଲାଭ କରିଥିଲା, ଯାହା ବକ୍ସ ଅଫିସ୍‌‌ରେ ଭଲ ବ୍ୟବସାୟ କରିପାରିନଥିଲା। ଏବିସିଡି ଚଳଚ୍ଚିତ୍ରର ଏଇ ତୃତୀୟ ଭାଗ ପାଇଁ ବରୁଣ ମୋଟା ଅଙ୍କର ପାଉଣା ନେଇଛନ୍ତି। ମିଳିଥିବା ଖବର ଅନୁସାରେ, ବରୁଣ ୩୩କୋଟି ଟଙ୍କା ନେଇଛନ୍ତି। ରେମୋ ଡିସୁଜା ନିର୍ଦେଶିତ ଏହି ଚଳଚ୍ଚିତ୍ର ଆମେରିକା, କାନାଡାରେ ସୁଟିଂ ହୋଇଛି। ବରୁଣଙ୍କ ପାଉଣାକୁ ନେଇ ଏବେ ଉଭୟ ସୋସିଆଲ ମିଡିଆ ଓ ଗଣମାଧ୍ୟମରେ ଖୁବ୍ ଚର୍ଚ୍ଚା ଚାଲିଛି। ‘ସଞ୍ଜୁ’ ଚଳଚ୍ଚିତ୍ର ପାଇଁ ରଣବୀର କପୁର ୪୦କୋଟି ଟଙ୍କା ପାଉଣା ନେଇ ଚର୍ଚ୍ଚାକୁ ଆସିଥିବାବେଳେ ଏବେ ବରୁଣ ୩୩କୋଟି ନେଇ ଖବରର ଶୀର୍ଷରେ ଅଛନ୍ତି।

Comments are closed.