‘ହାଓଡ଼ି ମୋଦୀ’ କାର୍ଯ୍ୟକ୍ରମକୁ ଆମେରିକୀୟ ଗଣମାଧ୍ୟମର ଭୂୟସୀ ପ୍ରଶଂସା

ୱାଶିଂଟନ : ‘ହାଓଡ଼ି ମୋଦୀ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମିଳିତ ଉଦବୋଧନକୁ ଆମେରିକୀୟ ଗଣମାଧ୍ୟମ ସ୍ୱାଗତ କରିଛନ୍ତି। ଆମେରିକାର ପ୍ରମୁଖ ସମ୍ବାଦପତ୍ର ୱାଲ ଷ୍ଟ୍ରିଟ୍‍ ଜର୍ଣ୍ଣାଲ, ଦ ୱାଶିଂଟନ୍‍ ପୋଷ୍ଟ ଓ ନ୍ୟୁୟର୍କ ଟାଇମ୍ସ ପ୍ରଭୃତି ସମ୍ବାଦପତ୍ର ଗୁଡ଼ିକରେ ହଷ୍ଟନ କାର୍ଯ୍ୟକ୍ରମ ମୁଖ୍ୟ ସମ୍ବାଦ ଭାବେ ପ୍ରକାଶ ପାଇଛି । ଭାରତ-ଆମେରିକା ସହଯୋଗ କ୍ଷେତ୍ରରେ ଏହାକୁ ଏକ ସ୍ମରଣୀୟ ମୁହୂର୍ତ୍ତ ଭାବେ ଏହି ସବୁ ଗଣମାଧ୍ୟମ ବର୍ଣ୍ଣନା କରିଛନ୍ତି।

ଅନ୍ୟପକ୍ଷରେ ଭାରତ-ଆମେରିକା ଭାଗିଦାରୀ ଓ ସହଯୋଗ ଫୋରମ୍‍ ସଭାପତି ମୁକେଶ ଅଘି କହିଛନ୍ତି ଏହି ମିଳିତ ଉଦ୍‍ବୋଧନ ଭାରତ-ଆମେରିକା ଦ୍ୱିପାକ୍ଷିକ ସମ୍ପର୍କ କ୍ଷେତ୍ରରେ ଏକ ଗୌରବମୟ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି।

 

Comments are closed.