ଉଦ୍ଧାର ହେଲା ବିରଳ ପ୍ରଜାତିର ମାଛ : ୭.୪୯ ଲକ୍ଷରେ ବିକ୍ରି

ଆରଡ଼ି : ଭଦ୍ରକ ଜିଲା ଧାମରା ଚନ୍ଦିନିପାଳରୁ ବୁଧବାର ଧୀବରମାନେ ଏକ ବିରଳ ପ୍ରଜାତିର ସାମୁଦ୍ରିକ ମାଛ ଧରିଛନ୍ତି। ଯାହାର ନାଁ ‘ଡୋନ୍ ସାଗର’। ଏହି ମାଛର ଓଜନ ୧ କ୍ବିଣ୍ଟାଲ ୭ କିଲୋ ଥିବା ଜଣାପଡ଼ିଛି। କିଲୋ ପ୍ରତି ୭ ହଜାର ଟଙ୍କା ମୂଲ୍ୟରେ ଏହି ମାଛ ମୋଟ୍‌ ୭ ଲକ୍ଷ ୪୯ ହଜାର ଟଙ୍କାରେ ବିକ୍ରି ହୋଇଛି। ଏହାକୁ କିଣିବାକୁ ବ୍ୟବସାୟୀଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିବା ବେଳେ ଶେଷରେ ଚେନ୍ନାଇର ଏକ କମ୍ପାନୀ ଏହି ମାଛକୁ କିଣିଥିବା ଜଣାପଡ଼ିଛି।

Comments are closed.