ଆଇଏସ୍‍ଆଇଏସ୍‍ ଖୋରସାନ୍‍ ଉପରେ କଟକଣା ଲାଗୁ କଲା ଜାତିସଂଘ

ନ୍ୟୁୟର୍କ :  ଆଇଏସ୍‍ଆଇଏସ୍‍ ଖୋରସାନ୍‍ ଆତଙ୍କବାଦୀ ଗୋଷ୍ଠୀ ଅଲ୍‍କାଏଦା ସହ ସମ୍ପର୍କ ରଖିବା ସଙ୍ଗେ ସଙ୍ଗେ ଆଫ୍‍ଗାନିସ୍ତାନ ଓ ପାକିସ୍ତାନରେ ଅନେକ ଆକ୍ରମଣ ସହ ଜଡ଼ିତ ଥିବାରୁ ସେହି ଗୋଷ୍ଠୀ ଉପରେ ଜାତିସଂଘ କଟକଣା ଲାଗୁ କରିଛି । ବର୍ତ୍ତମାନ ଏହି ଆତଙ୍କବାଦୀ ଗୋଷ୍ଠୀର ସମ୍ପତ୍ତି ବାଜ୍ୟାପ୍ତି କରାଯାଇ ପାରିବ ଏବଂ ଗୋଷ୍ଠୀର ସଦସ୍ୟମାନଙ୍କ ଉପରେ ଭ୍ରମଣ କଟକଣା ଳାଗୁ ହୋଇପାରିବ ତଥା ଅସ୍ତ୍ରଶସ୍ତ୍ର କ୍ରୟ ଉପରେ ନିଷେଧା ଦେଶଜାରି କରାଯାଇ ପାରିବ।

୨୦୧୫ ମସିହାରେ ଜଣେ ପାକିସ୍ତାନୀ ନାଗରିକ ତଥା ତେହେରିକ୍‍-ଇ-ତାଲିବାନ୍‍ ପାକିସ୍ତାନର ପୂର୍ବତନ କମାଣ୍ଡର ଏହି ସଂଗଠନକୁ ପ୍ରତିଷ୍ଠା କରିଥିଲେ। ଜାତିସଂଘ ନିରପତ୍ତା ପରିଷଦର ୧୨୬୭ ଅଲ୍‍କାଏଦା କଟକଣା କମିଟି ପକ୍ଷରୁ ଇରାକରେ ଇସଲାମିକ୍‍ ଷ୍ଟେଟ୍‍ ଗୋଷ୍ଠୀ ଏବଂ ଲେଭାଣ୍ଟ-ଖୋରସାନ୍‍ ଉପରେ କଟକଣା ଲାଗୁ କରିଥିଲେ । ଆଇଏସ୍‍ଆଇଏକେ ହେଉଛି ଦକ୍ଷିଣ ଏସିଆର ଏକ ଶାଖା ଏବଂ ଆଇଏସ୍‍ଆଇଏସ୍‍ ଖୋରସାନ୍‍ ହେଉଛି ଖୋରସାନ ପ୍ରଦେଶର ଇସଲାମିକ୍‍ ଷ୍ଟେଟ୍‍ ଆତଙ୍କବାଦୀ ଗୋଷ୍ଠୀର ଏକ ଶାଖା। ଏହି ଉଭୟ ଶାଖା ଦକ୍ଷିଣ ଏସିଆରେ
ଆଇଏସ୍‍ଆଇଏଲ୍‍ ପାଇଁ କାମ କରନ୍ତି । ପାକିସ୍ତାନ ଭିତ୍ତିକ ଜୈସ୍‍-ଇମହମ୍ମଦ ମୁଖ୍ୟ ମସୁଦ ଅଜହରକୁ ବିଶ୍ୱ ଆତଙ୍କବାଦୀ ତାଲିକାଭୁକ୍ତ କରିବାର
ଦୁଇ ସପ୍ତାହ ପରେ ଆମେରିକା, ବ୍ରିଟେନ୍‍, ଫ୍ରାନ୍ସ ଓ ଭାରତ ସମେତ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଏହି ଗୋଷ୍ଠୀକୁ କଳାତାଲିକାଭୁକ୍ତ କରିବା ପାଇଁ ଉଦ୍ୟମ କରାଯାଇଥିଲା।

ଏହି ଗୋଷ୍ଠୀ ୨୦୦୧ ମସିହାରେ ଭାରତର ପାର୍ଲାମେଣ୍ଟ ଉପରେ ଆକ୍ରମଣ ଓ ଗତ ଫେବୃୟାରୀ ମାସ ୧୪ ତାରିଖରେ ପୁଲୁୱାମା ଆକ୍ରମଣ ଆଦି ଘଟଣା ଗୁଡ଼ିକ ପାଇଁ ଷଡ଼ଯନ୍ତ୍ର କରିଥିଲେ।

Comments are closed.