ଆଉ ଘଣ୍ଟାଏ ପରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଉଦ୍ଧବ ଠାକରେ

ମୁମ୍ବଇ : ଆଉ ମାତ୍ର ୧ଘଣ୍ଟା ପରେ ଅର୍ଥାତ ସନ୍ଧ୍ୟା ୬ଟା ୪୦ସମୟରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ। ସେ ରାଜ୍ୟର ଉନ୍ନବିଂଶ ମୁଖ୍ୟମନ୍ତ୍ରୀଭାବେ ମହାରାଷ୍ଟ୍ରର ଶିବାଜୀ ପାର୍କଠାରେ ଏହି ଶପଥ ନେବେ। ତାଙ୍କ ସହିତ ଏନସିପିର ଜଣେ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

ଏହି ଉତ୍ସବରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମହାରାଷ୍ଟ୍ରର ଭାବି ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ କରିଛନ୍ତି।

Comments are closed.