ମଙ୍ଗଳବାର ରାଶିଫଳ

ମେଷ: ଆର୍ଥିକ ସମସ୍ୟାରେ ସୁଧାର ଆସିବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। କୁଳରେ ଏକାନ୍ତ ପ୍ରଦୀପ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ରହିବେ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ।
ବୃଷ: ଯେତେ ବାଧା-ବିଘ୍ନ ଆସିଲେ ବି କାର୍ଯ୍ୟ କରି ଚାଲିବେ। ଭାଗ୍ୟଶାଳୀ ହୋଇପାରନ୍ତି। ଦିନଟି ଭୋଗ-ବିଳାସରେ କଟାଇ ପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ୍‍ ଓ ସାହସୀ ହେବେ।
ମିଥୁନ: ପରିସ୍ଥିତି ଲାଭପ୍ରଦ ହୋଇପାରେ; ମାତ୍ର ସୁଖ ମିଳିବା କଷ୍ଟସାଧ୍ୟ ହେବ। ଈର୍ଷାଳୁ ସ୍ୱଭାବର ହୋଇପାରନ୍ତି। ସ୍ୱାଭିମାନୀ ହେବେ। ଭାଗୁଆଳି ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।
କର୍କଟ: ଯୋଜନାରେ ତ୍ରୁଟି ପରିଲକ୍ଷିତ ହେବ। ଆଶାବାଦୀ ହେବେ। ବ୍ୟବସାୟ ଲାଭଜନକ ହେବ। ସମାଜସେବୀ ହୋଇପାରନ୍ତି। ମନରେ ଅହଂଭାବ ଆସିପାରେ। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହେବେ। ପତ୍ନୀଙ୍କ ପରାମର୍ଶରେ କାର୍ଯ୍ୟ କରିବେ।
ସିଂହ: ଚିନ୍ତାଧାରା ଭୁଲ ହୋଇପାରେ। ଭାଇମାନଙ୍କ ଉପରେ ସ୍ନେହ, ଶ୍ରଦ୍ଧା ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ବଳିଷ୍ଠ ଓ ଶତ୍ରୁହନ୍ତା ହେବେ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଶ୍ରଦ୍ଧା ଭାଜନ ହେବେ। ସୁଖୀ ହେବେ।
କନ୍ୟା: ଦୂର ସଂପର୍କ ବନ୍ଧୁଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି। କାର୍ଯ୍ୟ ସଂପାଦନ ପାଇଁ ବିଭିନ୍ନ ଦିଗରୁ ପ୍ରେରଣା ମିଳିବ। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭ ହୋଇପାରେ। ବ୍ୟବସାୟରୁ ପ୍ରଚୁର ଧନଲାଭ ହେବାର ସୂଚନା ମିଳୁଛ।
ତୁଳା: କାର୍ଯ୍ୟ ବିଳମ୍ବିତ ହୋଇପାରେ। ଉଦାର ପ୍ରକୃତିର ହୋଇପାରନ୍ତି। ଦାନଶୀଳ ହେବେ। ସୁଖୀ ହେବେ। ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। କୃଷିକର୍ମକାରୀ ହେବେ। ଜଳପ୍ରତି ଆଦର ପ୍ରେମୀ ହେବେ।
ବିଛା: ଅଯଥାରେ ଖର୍ଚ୍ଚାନ୍ତ ହୋଇପାରନ୍ତି। ମନରେ ଉଦ୍‍ବେଗ ଜାତ ହୋଇପାରେ; ତଥାପି ମନ ପ୍ରସନ୍ନ ରହିବ। ଆସ୍ତିକ ଓ ଧର୍ମପ୍ରାଣ ହେବେ। ମଧୁରଭାଷୀ ହୋଇପାରନ୍ତି। ଥଣ୍ଡା-କଫ ଜନିତ ସାମାନ୍ୟ ପୀଡ଼ା ଭୋଗ କରିପାରନ୍ତି। ମେଳାପୀ ହେବେ।
ଧନୁ: ଚିନ୍ତାଧାରା ଉନ୍ନତମାନର ହୋଇପାରେ। ପରମ ସୌଭାଗ୍ୟଶାଳୀ ହୋଇପାରନ୍ତି। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର, ବିଦ୍ୟାପ୍ରେମୀ ହୋଇପାରନ୍ତି। ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି। ପତ୍ନୀଙ୍କ ସହ ଘରେ ବିଳାସ-ବ୍ୟସନ କରିବେ।
ମକର: ଅପ୍ରୀତିକର ପରିସ୍ଥିତିକୁ ବୁଦ୍ଧି ବଳରେ ସମ୍ଭାଳି ନେଇ ପାରନ୍ତି। ରୋଜଗାର ଅଧିକ ହୋଇପାରେ। ବନ୍ଧୁ ଓ ସରକାରୀ ସହାୟତାରେ ଲାଭବାନ ହୋଇପାରନ୍ତି। ମୋକଦ୍ଦମାରେ ବିଜୟ ଲାଭ କରିବେ। ମୋକଦ୍ଦମା ଖର୍ଚ୍ଚ ପାଇ ଖୁସି ହେବେ।
କୁମ୍ଭ: ଆଶା ଫଳବତୀ ହେବ। ଭାବିଚିନ୍ତି କାର୍ଯ୍ୟ କରିବାକୁ ପଡ଼ିବ। ଚଞ୍ଚଳ ସ୍ୱଭାବର ହୋଇପାରନ୍ତି। ମଧୁର କଥାରେ ଲୋକପ୍ରିୟ ହେବେ। ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି। ଧାର୍ମିକ ପ୍ରବୃତ୍ତିର ହେବେ। ଜ୍ଞାନ-ଗରିମାଯୁକ୍ତ ହୋଇପାରନ୍ତି।
ମୀନ: ବହୁ ଶୁଭଫଳ ଆଶା କରାଯାଏ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଯଶସ୍ୱୀ ହେବେ। ଲୋକ ପ୍ରିୟତା ଅର୍ଜନ କରିପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି। କରିତ୍‍କର୍ମା ହେବେ। ବ୍ୟବସାୟରୁ ଲାଭ ମିଳିବ।

Comments are closed.