ଭ୍ରମଣ ମଜା, ହସଖୁସିର ବାତାବରଣ ପାଇଁ ଯାଆନ୍ତୁ ଏହି ସ୍ଥାନକୁ

ଖରାଦିନର ଛୁଟି ଆରମ୍ଭ ହୋଇସାରଲାଣି। ନିଜର କର୍ମବ୍ୟସ୍ତତା ଠାରୁ ଦୂରେଇ ପରିବାର ସହ ଯଦି ଭ୍ରମଣ ପାଇଁ ଯୋଜନା କରୁଛନ୍ତି, ତେବେ କିଛି ଏପରି ଭ୍ରମଣ ସ୍ଥାନ ବିଷୟରେ ଜାଣନ୍ତୁ ଯେଉଁଠାରେ ଆପଣ ଭ୍ରମଣ ସହ ଅନେକ ଅଭୁଲା ସ୍ମୃତି, ସ୍ୱର୍ଗ ସଦୃଶ ବାତାବରଣ , ହସଖୁସିର ବାତାବରଣ ପାଇପାରିବେ।
ଶିମଲା-କୁଫରୀ –
ଶିମଲା ଓ କୁଫରୀ ଭ୍ରମଣ ପାଇଁ ଏକ ଉତ୍ତମ ସ୍ଥାନ। ଏଠାରେ ଆପଣ ବହୁ ସୁନ୍ଦର ସୁନ୍ଦର ସ୍ଥାନ ଯାଇ ବୁଲିପାରିବେ। ଏଠାକାର ହୋଟେଲରେ ମଧ୍ୟ ଆପଣ ସମସ୍ତ ପ୍ରକାରର ସୁବିଧା ପାଇପାରିବେ। ସୁନ୍ଦର ପ୍ରାକୃତିକ ପରିବେଶ ସହ ପ୍ରତ୍ୟେକ ଦୃଶ୍ୟ ଆପଣଙ୍କ ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବ।
କସୋଲ – ଏହି ସ୍ଥାନ ସମସ୍ତଙ୍କ ପସନ୍ଦର ସ୍ଥାନ ମାନଙ୍କ ମଧ୍ୟରୁ ଗୋଟିଏ। ଏହା ଚଣ୍ଡୀଗଡ଼ ଓ ମନାଲୀ ନିକଟରେ ଥିବା ଏକ ସୁନ୍ଦର ହିଲ ଷ୍ଟେସନ। ଏହାର ନିକଟରେ ଆପଣ ୮୦୦ ରୁ ୯୦୦ ଟଙ୍କା ମଧ୍ୟରେ ହୋଟେଲ ପାଇଯିବେ। ଖାଦ୍ୟ ମଧ୍ୟ ଏଠାରେ ଅଧିକ ମହଙ୍ଗା ନୁହେଁ। ତେଣୁ ଭ୍ରମଣ ସହ ଆପଣ ଖାଦ୍ୟର ମଧ୍ୟ ମଜା ନେଇପାରିବେ।
ନୈନୀତାଲ –
ହ୍ରଦର ସହର ଭାବେ ପରିଚିତ ଥିବା ନୈନୀତାଲକୁ ଆପଣ କମ ଟଙ୍କା ଖର୍ଚ୍ଚ କରି ବୁଲିବାକୁ ଯାଇପାରିବେ। ଏହାର ନିକଟରେ ବୁଲିବା ପାଇଁ ବହୁ ସୁନ୍ଦର ଶସ୍ୟଶ୍ୟାମଳା ସ୍ଥାନ ରହିଛି। ଏଠାରେ ଆପଣ ଭ୍ରମଣର ପ୍ରକୃତ ମଜା ନେଇପାରରିବେ।
ପଚମରୀ –
ଜଳପ୍ରପାତ ଦେଖିବାକୁ ଇଚ୍ଛା ଥିଲେ ଆପଣ ମଧ୍ୟପ୍ରଦେଶର ପଚମରୀ ନିଶ୍ଚୟ ବୁଲିବାକୁ ଯାଆନ୍ତୁ। ଦିନକୁ ୧୦୦୦ ଟଙ୍କାରେ ଏଠାରେ ଆପଣ ହୋଟେଲ ପାଇଯିବେ। ଏଠାରେ ଥିବା ଜଳପ୍ରପାତ ମନରେ ଏହି ସ୍ଥାନ ପ୍ରତି ବେଶ ଆକର୍ଷଣ ସୃଷ୍ଟି କରେ।

Comments are closed.