ଦେଶର ଶ୍ରେଷ୍ଠ ୧୦ଟି ଥାନା ମଧ୍ୟରେ ସ୍ଥାନ ପାଇଲା ତରଭା ଥାନା

ତରଭା : ସୁବର୍ଣ୍ଣପୁର ଜିଲ୍ଲାର ତରଭା ଥାନା ଦେଶର ଶ୍ରେଷ୍ଠ ୧୦ଟି ଥାନା ମଧ୍ୟରେ ସ୍ଥାନ ପାଇଛି। ୨୦୧୮ ମସିହା ପାଇଁ ଥାନାଗୁଡିକର ବାର୍ଷିକ ର‍୍ୟାଙ୍କିଙ୍ଗ ଅନୁସାରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ପୁଲିସ ମହା ନିର୍ଦ୍ଦେଶକ ଆର.ପି. ଶର୍ମା ସୁବର୍ଣ୍ଣପୁର ଏସ.ପି. ଦେବୀପ୍ରସାଦ ଦାସ ଏବଂ ତରଭା ଆଇଆଇସି ଦୁଳମଣି ଭୋଇଙ୍କୁ କଟକସ୍ଥିତ ପୋଲିସ ମୁଖ୍ୟାଳୟଠାରେ ଏହି ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହି ସାର୍ଟିଫିକେଟ ଜାରି କରାଯାଇଛି।

Comments are closed.