ଥାଇଲାଣ୍ଡ ପାରା ବ୍ୟାଡ୍‌ମିଣ୍ଟନ – ପ୍ରମୋଦଙ୍କୁ ରୌପ୍ୟ

ଭୁବନେଶ୍ବର: ଥାଇଲାଣ୍ଡର ବ୍ୟାଙ୍କକ୍‌ସ୍ଥିତ ହୁଆମାର୍କ ଇନ୍‌ଡୋର ଷ୍ଟାଡ଼ିୟମରେ ଚାଲିଥିବା ଅନ୍ତର୍ଜାତୀୟ ଥାଇଲାଣ୍ଡ ପାରା ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଓଡ଼ିଆ ଖେଳାଳି ତଥା ବିଶ୍ବ ଚମ୍ପିଆନ ପ୍ରମୋଦ ଭଗତ ଉଭୟ ସିଙ୍ଗଲ୍‌ସ ଓ ଡବଲ୍‌ସ ବିଭାଗରେ ରୌପ୍ୟ ପଦକ ହାସଲ କରିଛନ୍ତି। ଶନିବାର ଖେଳା ଯାଇଥିବା ସିଙ୍ଗଲ୍‌ସ ଫାଇନାଲରେ ପ୍ରମୋଦ ଆହତ ହେବାରୁ ନିଜ ଦେଶର ମନୋଜ ସରକାରଙ୍କୁ ୱାକ୍‌ଓଭର ଦେବାକୁ ବାଧ୍ୟ ହୋଇଥିଲେ।

ପ୍ରମୋଦ ପ୍ରଥମ ଗେମ୍‌ରେ ୯-୧୧ରେ ପଛରେ ରହିଥିବା ବେଳେ ଗୋଡ଼‌ରେ ଆଘାତ ଲାଗିବାରୁ ଆଗକୁ ମ୍ୟାଚ୍‌ ଖେଳି ପାରିନଥିଲେ। ଫଳରେ ମନୋଜ ସ୍ବର୍ଣ୍ଣପଦକ ପାଇଥିଲେ। ପରେ ଆହତ ଥିବା ସତ୍ତ୍ବେ ପ୍ରମୋଦ ଡବଲ୍‌ସ ମ୍ୟାଚ୍ ଖେଳିଥିଲେ। ଡବଲ୍‌ସ ବିଭାଗ ଫାଇନାଲରେ ପ୍ରମୋଦ ଓ ମନୋଜ ସରକାର ଯୋଡ଼ି ୧୬-୨୧, ୨୧-୮ ଓ ୧୪-୨୧ ଗେମ୍‌ରେ ଥାଇଲାଣ୍ଡର ମଙ୍ଗକୋଜ ବୁନସେନ୍‌ ଓ ଶ୍ରୀପଙ୍ଗ ଯୋଡ଼ିଙ୍କ ନିକଟରୁ ପରାଜିତ ହୋଇଛନ୍ତି।

Comments are closed.