ଦାନ୍ତକୁ ଚମକାଇବ କମଳା ଚୋପା; ଜାଣନ୍ତୁ କିପରି

ସାଧାରଣତଃ ହସ ଆମ ସୌନ୍ଦର୍ଯ୍ୟକୁ ଦୁଇ ଗୁଣିତ କରିଥାଏ। ହେଲେ ଯଦି ଦାନ୍ତ ଭଲ ନ ଥିବ ତେବେ ଆପଣ ହସିବାକୁ କୁଣ୍ଠାବୋଧ କରନ୍ତି। ଦାନ୍ତ ହଳଦିଆ କିମ୍ବା ସଫା ଦେଖା ନ ଗଲେ ଆମ ମୁହଁର ସୁନ୍ଦରତା ମଧ୍ୟ କମି ଯାଇଥାଏ। ଏହା ସହିତ ଖରାପ ଦାନ୍ତ ଯୋଗୁଁ ଆମକୁ ଅନେକ ସ୍ଥାନରେ ଅପମାନିତ ମଧ୍ୟ ହେବାକୁ ପଡ଼ିଥାଏ। ତେଣୁ ସମସ୍ତେ ନିଜ ଦାନ୍ତର ଖାସ୍ ଯତ୍ନ ନେବା ଆବଶ୍ୟକ। ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଜିନିଷ ବିଷୟରେ କହିବାକୁ ଯାଉଛୁ, ଯାହାକୁ ବ୍ୟବହାର କରି ଆପଣ ନିଜ ଦାନ୍ତକୁ ମୋତି ଭଳି ଚମକାଇ ପାରିବେ। ଟୁଥ୍‌ ପେଷ୍ଟ ପରିବର୍ତ୍ତେ ଏହି ଜିନିଷରେ ଦାନ୍ତ ଘଷିଲେ ଖୁବ୍ କମ୍‌ ଦିନରେ ଆପଣ ସୁସ୍ଥ ଓ ଚମକପ୍ରଦ ଦାନ୍ତ ପାଇ ପାରିବେ। ଆସନ୍ତୁ ଜାଣିବା କ’ଣ ସେହି ଜିନିଷ-

କମଳା ଚୋପା ଦାନ୍ତକୁ ମଜଭୂତ ଓ ଚିକ୍‌ଚିକ୍‌ କରିବାରେ ସାହାଯ୍ୟ କରେ। ଉଚିତ୍‌ ଉପାୟରେ ଏହାର ବ୍ୟବହାର ଦ୍ବାରା ମାତ୍ର କିଛି ଦିନରେ ଆପଣ ହଳଦିଆ ତଥା ଅପରିଷ୍କାର ଦାନ୍ତରୁ ମୁକ୍ତି ପାଇ ଧଳା ଓ ଚମକଦାର୍‌ ଦାନ୍ତ ପାଇ ପାରିବେ।

ଜାଣନ୍ତୁ, କେମିତି କରିବେ ବ୍ୟବହାର:

ପ୍ରଥମେ କମଳା ଚୋପାକୁ ଛଡ଼ାଇ ଶୁଖାଇ ଦିଅନ୍ତୁ। ଭଲ ଭାବେ ଶୁଖିଯିବା ପରେ ଏହାକୁ ପେଶି ଏକ ପାଉଡର ପ୍ରସ୍ତୁତ କରନ୍ତୁ। ଏବେ ଏଥିରେ କିଛି ବୁନ୍ଦା ଲେମ୍ବୁ ରସ ପକାଇ ପ୍ରତିଦିନ ବ୍ରଶ୍ ସାହାଯ୍ୟରେ ଦାନ୍ତ ଘଷନ୍ତୁ। ଏହାଦ୍ବାରା ଦାନ୍ତ ଆଉ ହଳଦିଆ ଦେଖାଯିବନି। ଆଉ କିଛି ଦିନ ଭିତରେ ଆପଣଙ୍କ ଦାନ୍ତ ମୋତି ଭଳି ଚମକି ଉଠିବ। ଖାସ୍‌ କଥା ହେଉଛି ପ୍ରାକୃତିକ ଉପଚାର ହୋଇଥିବାରୁ ଆପଣଙ୍କ ଦାନ୍ତ ଉପରେ ପାର୍ଶ୍ବ ପ୍ରତିକ୍ରିୟାଜନିତ କୌଣସି କୁପ୍ରଭାବ ପକାଇବ ନାହିଁ।

Comments are closed.