ବିଜେପିରେ ସାମିଲ ହେଲେ ତାମିଲ ଅଭିନେତ୍ରୀ “ନମିତା”

ନୂଆଦିଲ୍ଲୀ : ପ୍ରଶିଦ୍ଧ ତାମିଲ ଅଭିନେତ୍ରୀ ନମିତା ଶନିବର ଭାରତୀୟ ଜନତା ପାର୍ଟି(ବିଜେପି)ରେ ସାମିଲ ହୋଇଛନ୍ତି। ବିଜେପିର କାର୍ୟ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ନମିତା ବିଜେପିରେ ସାମିଲ ହୋଇଛନ୍ତି। ଅଭିନେତ୍ରୀ ନମିତା ୨୦୦୧ମସିହାରେ ମିସ ସୁରଟ ହୋଇଥିଲେ। ସେ ମଧ୍ୟ ୨୦୦୧ରେ ବିଶ୍ବ ସୁନ୍ଦରୀ ପ୍ରତିଯୋଗିତାରେ ରନର୍ସଅପ ଥିଲେ। ତାଙ୍କର ଦକ୍ଷୀଣ ଭାରତରେ ଢେର ସାରା ପ୍ରଶଂସକ ରହିଛନ୍ତି। ସେ ବିଲ୍ଲା, ଇଂଲିକରନ୍, ଜଗନ ମୋହିନୀ ଭଳି ସୁପରହିଟ୍ ତାମିଲ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।

Comments are closed.