Home Tags Tiger

Tag: tiger

ଟିଟିଲାଗଡ଼ : ବଲାଙ୍ଗୀର ଜିଲା ଟିଟିଲାଗଡ଼ ବନ ରେଞ୍ଜ ଅନ୍ତର୍ଗତ ବଡମାଲ ବରନେଇ ଜଙ୍ଗଲରେ କିଛି ଦିନ ପୂର୍ବରୁ ବୁଲୁଥିବା ଚିତା ବାଘର ମୃତଦେହ ଉଦ୍ଧାର ହୋଇଛି । ବଘଟିର ମୃତ୍ୟୁ କିପରି ହେଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ଦୁର୍ବୁତ୍ତମାନେ ଫାଶ ଲଗାଇ ବାଘକୁ ମାରିଥିବା ଅଭିଯୋଗ ହୋଇଛି । ବାର୍‌ହା ଶିକାର ପାଇଁ ବିଛାଯାଇଥିବା ଫାଶରେ ପଡ଼ି ବାଘର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି ।
ଆଠଗଡ : ଆଠଗଡ ବନଖଣ୍ଡ ନରସିଂହପୁର ଅଞ୍ଚଳରୁ ବାଘ ଶିକାରୀ ଗିରଫ ହୋଇଛି। ଶିକାରୀ ଜଣକ ନରସିଂହପୁର ପାତ୍ରଭାଗ ଗ୍ରାମର ଇଚ୍ଛାନନ୍ଦ ଜାନୀ। ଶିକାରୀ ନିକଟରୁ ବନବିଭାଗ ଏକ କଲରାପତିଆ ବାଘର ଛାଲ ସହ ବନ୍ଧୁକ ଜବତ କରିଛନ୍ତି। ତେବେ ବାଘ ଛାଲଟି ପ୍ରାୟ ୧ବର୍ଷ ତଳର ବୋଲି ଜଣାପଡିଛି। ସେ ଅନ୍ୟ ବନ୍ୟଜନ୍ତୁ ଶିକାରରେ ସାମିଲ ରହିଥିବାର ଜଣାପଡିଛି। କିଛି ଦିନ ପୂର୍ବେ ନରସିଂହପୁର ଅଞ୍ଚଳରୁ ଆଠଗଡ...
ବରଗଡ : ବରଗଡ ଡେବ୍ରିଗଡ ଅଭୟାରଣ୍ୟରେ ବାଘ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ଟିମ ତଦନ୍ତ ଆରମ୍ଭ କରିଛି। ସୋମବାର ଦିନ ଏନଟିସିଏ ଟିମ ଡେବ୍ରିଗଡରେ ପହଞ୍ଚିଛି। କ୍ରାଇମବ୍ରାଞ୍ଚ ଡିଏସପି ବିଳାସିନୀ ନାୟକଙ୍କ ନେତୃତ୍ବରେ ଏକ ଟିମ ତଦନ୍ତ ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କ୍ରାଇମବ୍ରାଞ୍ଚ ଟିମ ଡେବ୍ରିଗଡ ଜଙ୍ଗଲକୁ ଯାଇ ସମସ୍ତ ଘଟଣାର ତଦନ୍ତ କରିଛନ୍ତି। ଏହି ମାମଲାରେ ବନ ବିଭାଗ ୪ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ବାଘର...
ଭୁବନେଶ୍ବର: ବରଗଡ଼ ରେଞ୍ଜ ଅନ୍ତର୍ଗତ ଖଜୁରିଆ-ଦାମୋଦରପଡ଼ା ମଧ୍ୟସ୍ଥ ଜଙ୍ଗଲରୁ ଉଦ୍ଧାର ହୋଇଥିବା ବାଘର ଗଳିତ ଶବ ମହାବଳ ବାଘର ବୋଲି ଜଣାପଡିଛି । ବାଘକୁ ପୋତା ଯାଇଥିବା ସ୍ଥାନରୁ ଅନତିଦୂରରେ ଏକ ବ୍ୟାଗ ମଧ୍ୟରୁ ବାଘର ପଞ୍ଝା ଏବଂ ନିଶ ଜବତ ହୋଇଥିଲା । ଏହା ନିକଟରେ ଡେବ୍ରିଗଡ଼ରେ ଦେଖା ଯାଇଥିବା ଏକମାତ୍ର ମହାବଳ ବାଘର ବୋଲି ସ୍ପଷ୍ଟ ହୋଇଛି । ମହାବଳ ବାଘକୁ ଶିକାର କରିଥିବା ଅଭିଯୋଗରେ...
ବରଗଡ଼ : ବରଗଡ଼ ଜିଲାର ଦେବରିଗଡ଼ ଅଭୟାରଣ୍ୟରେ ରବିବାର ଏକ ମହାବଳର ବାଘର ଗଳିତ ମୃତଦେହ ଠାବ ହୋଇଛି। ୩ ରୁ ୪ ଦିନ ପୂର୍ବରୁ ବାଘଟିର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ମୃତ ବାଘଟିର ମୁଣ୍ଡ ଓ ନଖ ନଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ , ପ୍ରଥମେ ଖୋର୍ଦ୍ଧା ଜିଲାରେ ଥିବା ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ ଶୁବେନ୍ଧୁ ମଲ୍ଲିକ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି...
ଭୁବନେଶ୍ବର: ଓଡିଶାରେ ତିନୋଟି ପୃଥକ ପୃଥକ ସ୍ଥାନରେ ମହାବଳ ବାଘ ଠାବ କରାଯାଇଛି । ବନ ବିଭାଗ ପକ୍ଷରୁ ଚାଲିଥିବା ଅନୁସନ୍ଧାନ ରିପୋର୍ଟରୁ ଏହା ପ୍ରମାଣ ହୋଇଛି । ସୁନ୍ଦରଗଡ ଜିଲ୍ଲାର ହେମଗିରି ଜଙ୍ଗଲ, ହୀରାକୁଦର ଦେବ୍ରିଗଡ ଅଭୟାରଣ୍ୟରେ ଏବଂ ରାୟଗଡା ଜିଲ୍ଲାର ମୁନିଗୁଡା ଜଙ୍ଗଲରେ ମହାବଳ ବାଘ ଥିବା ନେଇ ସନ୍ଧାନ ମିଳିଛି । ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜଶ୍ରୀ ରାଉତରାୟ ସୂଚନା ଦେଇଛନ୍ତି...

ବହୁ ଚର୍ଚ୍ଚିତ ଖବର

Sunday, May 26, 2019
ଓଡ଼ିଆ | English | हिंदी