Home Tags Sundari

Tag: Sundari

ଅନୁଗୁଳ : ବାଘୁଣୀ “ସୁନ୍ଦରୀ”କୁ ଟ୍ରାଙ୍କୁଲାଇଜ କରାଯାଇଛି। ଅନୁଗୁଳ ସାତକୋଶିଆ ଅଭୟାରଣ୍ୟ ମଝିପଡା ଶିବ ମନ୍ଦିର ନିକଟରେ ଦୀର୍ଘ ଦିନର ପ୍ରଚେଷ୍ଟା ପରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରାଯାଇଛି। କୁମକି ହାତୀ ଯଶୋଦା ପିଠିରେ ବସି ବାଘୁଣୀକୁ ଟ୍ରାଙ୍କୁଲାଇଜ କରାଯାଇ ଅଚେତ କରାଯାଇଛି। ବାଘୁଣୀକୁ ସାତକୋଶିଆ ଓ ନନ୍ଦନକାନନରୁ ଆସିଥିବା ବିଶେଷଜ୍ଞ ଟିମ ଟ୍ରାଙ୍କୁଲାଇଜ କରିଛନ୍ତି। ବାଘୁଣୀକୁ ଏକ ସ୍ୱତନ୍ତ୍ର ଯନ୍ତା ଯୋଗେ ରାଇଗୁଡାକୁ ନିଆଯିବ ବୋଲି କୁହାଯାଇଛି। ଏନେଇ...
ଭୁବନେଶ୍ବର: ସାତକୋଶିଆ ଜଙ୍ଗଲରେ ଗୋଟିଏ ପରେ ଗୋଟିଏ ଶିକାର କରି ଚାଲିଥିବା ବାଘୁଣୀ ‘ସୁନ୍ଦରୀ’କୁ ଧରିବା ପାଇଁ ବନ ବିଭାଗ କର୍ମଚାରୀ ନାକେଦମ୍ ହେଲେଣି । ‘ସୁନ୍ଦରୀ’କୁ ଧରିବା ପାଇଁ ଗତ ୪ ଦିନ ହେଲା ବନ ବିଭାଗ କର୍ମଚାରୀ ଅଭିଯାନ ଚଳାଇଛି । ରାଜ୍ୟ ବାହାରୁ ବିଶେଷଜ୍ଞ ଦଳ ପହଞ୍ଚି ଏହି ଅଭିଯାନରେ ସାମିଲ ହୋଇଛନ୍ତି । ହେଲେ ସୁନ୍ଦରୀ ଧରା ଦେବା ପରିବର୍ତ୍ତେ ସମସ୍ତଙ୍କୁ ଚକମା...
ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳର ଗ୍ରାମାଞ୍ଚଳରେ ଉପଦ୍ରବ କରୁଥିବା ବାଘୁଣୀ ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜର କରି ଅଚେତ କରିବାକୁ ବନ ବିଭାଗ ନିଷ୍ପତ୍ତି ନେଇଛି। ସେଥିପାଇଁ ମଙ୍ଗଳବାର ସକାଳେ ବନ ବିଭାଗ ତରଫରୁ ଚାରୋଟି ଟିମ୍ ସାତକୋଶିଆ ଅଭୟାରଣ୍ୟକୁ ଯାଇଛନ୍ତି। ଏଥିରେ ଓୟୁଏଟି, ଶିମିଳିପାଳ ଓ ନନ୍ଦନକାନନରୁ ଟ୍ରାଙ୍କୁଲାଇଜର ବିଶେଷଜ୍ଞମାନେ ସାମିଲ ହୋଇଛନ୍ତି। ସୋମବାର ଦିନ ସେମାନେ ଘଟଣାସ୍ଥଳକୁ ଯିବାରୁ ଥିଲା ମାତ୍ର ସେଠାକାର ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଅନୁଗୁଳ...
ଅନୁଗୁଳ: ବାଘୁଣୀ ସୁନ୍ଦରୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟଲୋକ ରାସ୍ତାରୋକ କରିଛନ୍ତି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ୫୫ ନମ୍ବର ଜାତୀୟ ରାଜପଥରେ ମୃତଦେହକୁ ରଖି ଉତ୍ତ୍ୟକ୍ତଲୋକ ରାସ୍ତା ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକି ରହିଛି । ଘଟଣାସ୍ଥଳରେ ପୁଲିସ ଉପସ୍ଥିତ ରହିଛନ୍ତି । ସୂଚନାଯୋଗ୍ୟ, ରବିବାର ଅନୁଗୁଳ ଜିଲା ପୁରୁଣା କୋଟ ଅନ୍ତର୍ଗତ...
ଅନୁଗୁଳ: ସାତକୋଶିଆରେ ବାଘୁଣୀ ସୁନ୍ଦରୀକୁ ଧରିବା ପାଇଁ ବନବିଭାଗ ପ୍ରକ୍ରିୟା ଆରମ୍ଭ କରିଛି। ସୁନ୍ଦରୀକୁ କାବୁ କରିବା ପାଇଁ ବନ ବିଭାଗ ସାତକୋଶିଆକୁ ୨ଟି ଯନ୍ତା ଆଣିଛି।  ଡେରାଡୁନରୁ ବିଶେଷଜ୍ଞ ଟିମ ଆସିଥିବା ଜଣା ପଡିଛି। ବାଘୁଣୀଟି ଆଠମଲ୍ଲିକ ଅଞ୍ଚଳରେ ବୁଲୁଥିବା ଜଣା ପଡିଥିବା ବେଳେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଭୟ ଲାଗି ରହିଛି। ସାତକୋଶିଆ ଓ ଏହାର ଆଖପାଖ ଅଞ୍ଚଳରେ ଗତ କିଛି ଦିନ ହେଲା ବାଘୁଣୀ...

ବହୁ ଚର୍ଚ୍ଚିତ ଖବର

Sunday, March 24, 2019
ଓଡ଼ିଆ | English | हिंदी