Home Tags Samaja news

Tag: samaja news

ଭୁବନେଶ୍ୱର .-  ଦକ୍ଷିଣ ପଶ୍ଚିମ ରେଳପଥର ବାଙ୍ଗାଲୋର ରେଳମଣ୍ଡଳ ଅନ୍ତର୍ଗତ ୟେଲହଂକା ଓ ଧର୍ମାବରମ ରେଳ ସେକ୍ସନରେ    ନିରାପତ୍ତା ଜନିତ ଆଧୁନିକୀକରଣ କାର୍ଯ୍ୟ ସହିତ ଭିତ୍ତିଭୂମି ରକ୍ଷଣାବେକ୍ଷଣ କାର୍ଯ୍ୟ  ଚାଲୁଥିବାରୁ  ପୁରୀ-ଯଶୋବନ୍ତପୁର ଗରିବ ରଥ ଏକ୍ସପ୍ରେସକୁ ଗୋଟିଏ ଦିନ ପାଇଁ ଓ ଭୁବନେଶ୍ୱର-ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସକୁ ନଅ ଦିନ ପାଇଁ ଆଂଶିକ ବାତିଲ କରାଯିବାକୁ ନିଷ୍ପତ୍ତି  ନିଆଯାଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି । ପୁରୀଠାରୁ ଛାଡିବାକୁ ଥିବା...
ନୂଆଦିଲ୍ଲୀ .-  ବଲିଉଡ୍‌ର ପୂର୍ବତନ ଅଭିନେତ୍ରୀ ଜୟପ୍ରଦା ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି ।  ରାମପୁରରୁ ସେ ଅଜମ ଖାନ୍‌ଙ୍କ ବିରୁଦ୍ଧରେ  ବିଜେପିର ଲୋକ ସଭା ପାଇଁ ପ୍ରାର୍ଥୀ ହୋଇ ପାରନ୍ତି । ପୂର୍ବରୁ ଜୟ ପ୍ରଦା  ସମାଜବାଦୀ ପାର୍ଟିର ସଦସ୍ୟା ଥିଲେ।  ସମାଜବାଦୀ ପାର୍ଟିର ଟିକେଟରେ ସେ ବିଜୟୀ ହୋଇ ଲୋକସଭାର ସାସଂଦ ହୋଇଥିଲେ । ୨୦୧୦ରେ  ତାଙ୍କୁ ଦଳ ବିରୋଧି କାର୍ଯ୍ୟ ଯୋଗୁଁ ସମାଜବାଦୀ...
ନୂଆଦିଲ୍ଲୀ ..- ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ପିନାକ ଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ଭାବେ ନିଯୁକ୍ତି ପାଇ ପାରନ୍ତି । ତାଙ୍କୁ ପ୍ରଥମ ଲୋକପାଳ ଭାବେ ନିଯୁକ୍ତି ଦେବା ପାଇଁ  ସୁପାରିଶ କରାଯାଇଛି  । ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ, ପ୍ରଧାନ ବିଚାରପତି  ରଞ୍ଜନ ଗୋଗଇ , ଲୋକସଭା ବାଚସ୍ପତି  ସୁମିତ୍ରା ମହାଜନ,  ଆଇନଜ୍ଞ ମୁକୁଳ ରୋହତଗୀଙ୍କୁ ନେଇ ଗଠିତ ଚୟନ ସମିତି  ଜଷ୍ଟିସ ପିନାକ ଚନ୍ଦ୍ରଙ୍କୁ...
ଓ୍ୱେଲିଂଟନ..- ନ୍ୟୁଜିଲାଣ୍ଡରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୬ ଜଣ ଭାରତୀୟଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।  ନ୍ୟୁଜିଲାଣ୍ଡରେ ଥିବା ଭାରତୀୟ ଦୂତାବାସ ଏହି ସୂଚନା ଦେଇଛନ୍ତି । ନ୍ୟୁଜିଲାଣ୍ଡର ଖ୍ରାଇଷ୍ଟଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣରେ ୫୦ ଜଣଙ୍କର ମୃତ୍ୟୁ ହୋଇଥିଲା । ଶୁକ୍ରବାରରେ ୪୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ରବିବାରରେ ଆଉଜଣଙ୍କର ମୃତଦେହ ମିଳିଥିଲା । ନ୍ୟୁଜିଲାଣ୍ଡରେ ମୃତ୍ୟୁ ବରଣ କରିଥିବା ଭାରତୀୟମାନଙ୍କର ପରିଚୟ ମିଳିଛି । ଏଥିରେ...
ଆଗ୍ରା ..-  ଉତ୍ତରପ୍ରଦେଶର ଆଗ୍ରାରେ  ପ୍ରଶିକ୍ଷଣ ସମୟରେ ପାରାଚ୍ୟୁଟ ନଖୋଲିବାରୁ ଜଣେ ଗରୁଡ କମାଣ୍ଡୋଙ୍କର ମୃତ୍ୟୁ ହୋଇଛି ।  ଅମିତ୍‌ କୁମାରଙ୍କ ବାୟୁସେନାର ଗରୁଡ କମାଣ୍ଡୋ ପ୍ରଶିକ୍ଷଣ ଦିଆଯାଉଥିଲା । ପ୍ରଶିକ୍ଷଣ ସମୟରେ ସେ ଏଏନ୍‌-୩୨ ବିମାନରୁ ତଳକୁ ଡେଇଁଥିଲେ । ପ୍ରାୟ ୬ହଜାର ଫୁଟ ଉପରେ ତାଙ୍କର ଆକାଶଛତା ବା ପାରାଚ୍ୟୁଟ ଖୋଲି ନଥିଲା । ଏହିକାରଣରୁ ସେ ତଳେ ପଡିବାରୁ ତାଙ୍କର ମୃତ୍ୟୁ ହୋଇଛି । ଦୁଇମାସ...
ମୁମ୍ବାଇ ..- ଅନେକ ଥର ଫୋନ୍‌ର ବ୍ୟାଟେରୀ ଫାଟିଯାଉଥିବା ଅଭିଯୋଗ ହୋଇଥିଲା । ଗତ ବର୍ଷ ମୋବାଇଫୋନ୍‌କୁ ରିଚାର୍ଜ କରୁଥିବା ସମୟରେ କଥା ହେଉଥିବା ବେଳେ ଏହାର ବ୍ୟାଟେରୀ ଫାଟିଯାଇ ଓଡ଼ିଶାରେ ଜଣେ ଛାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ଏବେ ମୁମ୍ବାଇରେ ପକେଟ୍‌ ଭିତରେ ଏକ ମୋବାଇଲ୍‌ ଫୋନ୍‌ ଫାଟିଯାଇଥିବାର ଦୃଶ୍ୟ ସିସି ଟିଭିରେ କଏଦ ହୋଇଛି । ଏଥିଯୋଗୁଁ ଜଣେ ଆହତ ହୋଇଛନ୍ତି । ଏହାର ସିସିଟିଭି ଦୃଶ୍ୟରେ...
ଇଟାନଗର..- ଅରୁଣାଚଳପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ ଚୋଓ୍ୱାନା ମେନ୍‌ଙ୍କ ଘରକୁ କିଛି ବିକ୍ଷୋଭକାରୀ ଜାଳି ଦେଇଥିବା ଅଭିଯୋଗ ହୋଇଛି । ଅଣ ଆଦିବାସୀଙ୍କୁ ନାଗରିକ ମାନ୍ୟତା ଦିଆଯିବା ବିରୋଧରେ କିଛି ଆଦିବାସୀ ସଙ୍ଗଠନ ବିରୋଧ ପ୍ରଦର୍ଶନ କରୁଥିଲେ । ଏକ ଉଚ୍ଚ କ୍ଷମତା ସମ୍ପନ୍ନ ଯୁଗ୍ମ କମିଟି  ଛଅଟି ବର୍ଗର ଲୋକଙ୍କୁ ସ୍ଥାୟୀ ପଟ୍ଟା ଦେବା ପାଇଁ  ପ୍ରସ୍ତାବ ଦେଇଥିଲେ । ଯେଉଁମାନେ ଅରୁଣାଚଳ ପ୍ରଦେଶର ନୁହନ୍ତି ମାତ୍ର ଅନେକ...
ଶ୍ରୀନଗର..- ଜାମ୍ମୁ କାଶ୍ମୀରର କୁଲଗାମ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ସମୟରେ ଜଣେ ଡିଏସ୍‌ପି  ସହିଦ ହୋଇଛନ୍ତି । ଅମନ ଠାକୁର ନାମକ ଡିଏସ୍‌ପି ସହିଦ ହୋଇଛନ୍ତି । ରବିବାରରେ ଏକ ସୂଚନା ଆଧାରେ ସୁରକ୍ଷାକର୍ମୀ ଓ ପୁଲିସ ଅଞ୍ଚଳକୁ ଘେରାଉ କରିବା ସହ ଯାଞ୍ଚ ଅପରେସନ୍‌ ଆରମ୍ଭ କରିଥିଲେ । ଏହାପରେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ । କୁଲଗାମର ତୁରିଗାମ ଅଞ୍ଚଳରେ ଏହି ଘଟଣା ଘଟିଛି...
ଓ୍ୱେଲିଂଟନ..- ନ୍ୟୁଜିଲାଣ୍ଡ ସଂସଦରେ ପୁଲୁଓ୍ୱାମା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରାଯାଇଛି ।  ଏହି ନିନ୍ଦା ପ୍ରସ୍ତାବ ନ୍ୟୁଜିଲାଣ୍ଡ ସଂସଦରେ ନିର୍ବିରୋଧ ଭାବେ ଗୃହୀତ ହୋଇଥିଲା । ନ୍ୟୁଜିଲାଣ୍ଡର ଉପ ପ୍ରଧାନମନ୍ତ୍ରୀ  ଓ୍ୱିନଷ୍ଟୋନ ପିଟରସ୍‌ ଏହି ନିନ୍ଦା ପ୍ରସ୍ତାବକୁ ଆଗତ କରିଥିଲେ । “ ଆମେ ଏହି ଆକ୍ରମଣକୁ ନିନ୍ଦା କରୁଛୁ , ଏହି ଦୁଃଖଦ ସମୟରେ ଆମେ ଭାରତ ସରକାରଙ୍କ ସହ ଅଛୁ ” ବୋଲି ପିଟରସ୍‌ କହିଛନ୍ତି ।...
ନୂଆଦିଲ୍ଲୀ ..-  ଆମେରିକାର ଯୁଦ୍ଧାସ୍ତ୍ର ନିର୍ମାଣ କରୁଥିବା ସଂସ୍ଥା ଲକ୍‌ହିଡ୍‌ ଭାରତ ପାଇଁ  ନୂତନ ଧରଣର ଏଫ୍‌-୨୧ ଯୁଦ୍ଧ ବିମାନ ପ୍ରସ୍ତୁତ କରିବା ପାଇଁ ପ୍ରସ୍ତାବ ଦେଇଛି । ଏଥିରେ ଅନେକ ପ୍ରକାରର ସ୍ୱତନ୍ତ୍ର ବୈଶିଷ୍ଟ ରହିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।  ଭାରତର ଟାଟା ଆଡଭାନସ୍‌  ସିଷ୍ଟମସ୍‌ ସହ ମିଶି କରି ଲକ୍‌ହିଡ୍‌ ଏହି ଯୁଦ୍ଧ ବିମାନ ପ୍ରସ୍ତୁତ କରିବ ବୋଲି ସୂଚନା ଦେଇଛି । ଲକ୍‌ହିଡ୍‌...

ବହୁ ଚର୍ଚ୍ଚିତ ଖବର

Monday, March 25, 2019
ଓଡ଼ିଆ | English | हिंदी