Home Tags Odiya news

Tag: odiya news

ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟରେ ବରିଷ୍ଠ ବିଚାରପତିମାନଙ୍କ ଦ୍ୱାରା ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୁଦ୍ଧରେ ଆସିଥିବା ଯୌନ ଉତ୍ପୀଡ଼ନ ମାମଲାର ବିଚାର ପ୍ରକ୍ରିୟା ନେଇ ଆଟର୍ଣ୍ଣି ଜେନେରାଲ ବେଣୁଗୋପାଳ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ମତଭେଦ ବୃଦ୍ଧି ପାଇବାରେ ଲାଗିଛି। ଏହି ମାମଲାରେ ପ୍ରଧାନ ବିଚାରପତିଙ୍କୁ କ୍ଲିନଚିଟ ଦେବା ପୂର୍ବରୁ ଅର୍ଥାତ ପ୍ରାୟ ଏକ ସପ୍ତାହ ପୂର୍ବରୁ ଆଟର୍ଣ୍ଣି ଜେନେରାଲ କେ.କେ. ବେଣୁଗୋପାଳ ସୁପ୍ରିମକୋର୍ଟର ସମସ୍ତ ବିଚାରପତିଙ୍କୁ ଲେଖିଥିବା...
ନୂଆଦିଲ୍ଲୀ …- ଭାରତରେ କାଲାଶନିକୋଭସ୍‌ ବନ୍ଧୁକ ତିଆରି କରାଯିବ । ଏହା ୭.୬୨X୩୯ ଏମ୍‌ଏମ୍‌ କାଲିବେର ଏକେ- ୨୦୩ ବନ୍ଧୁକ , ଏକେ-୪୭ଠାରୁ ଏହା ଉନ୍ନତ । ଏଥିପାଇଁ ଆନ୍ତଃ-ସରକାରୀ ବୁଝାମଣା ହୋଇଥିବା ସୂଚନା ମିଳିଛି । ଟାଇମସ୍ଅଫ୍‌ ଇଣ୍ଡିଆର ଖବର ଅନୁଯାୟୀ ଏହି ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଫେବ୍ରୁଆରୀ ୨୮ ତାରିଖରେ ଉଦ୍‌ଘାଟନ କରିବେ । ଆମେଥି ନିକଟରେ ଥିବା କୋରଓ୍ୱାରେ ଏଥିପାଇଁ  ଫ୍ୟାକ୍ଟରୀ ନିର୍ମାଣ...
ନୂଆଦିଲ୍ଲୀ: ବିହାର ମୁଜଫରପୁର ଆଶ୍ରୟସ୍ଥଳ ମାମଲାରେ ସିବିଆଇର ପ୍ରାକ୍ତନ ନିର୍ଦେଶକ ନାଗେଶ୍ୱର ରାଓଙ୍କୁ ସୁପ୍ରିମ କୋର୍ଟ ଦଣ୍ଡିତ କରିଛନ୍ତି। ମଙ୍ଗଳବାର ଏହି ମାମଲାର ଶୁଣାଣି କରିବାକୁ ଯାଇ ସୁପ୍ରିମ କୋର୍ଟରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଶ୍ରୀ ରାଓଙ୍କ କ୍ଷମା ଆବେଦନକୁ ନାମଞ୍ଜୁର କରିବା ସହ ଏକ ଲକ୍ଷ ଟଙ୍କା ଜରିମାନା ପାଇଁ ନିର୍ଦେଶ ଦେଇଥିଲେ। ଏହା ବ୍ୟତୀତ ବୁଧବାର ଯେତେ ସମୟ ଧରି ବିଚାର ପ୍ରକ୍ରିୟା କୋର୍ଟରେ...
ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଛାଡ଼ି ସେନାରେ ଯୋଗ ଦେଇଥିବା ଲାନ୍ସ ନାୟକ ନଜୀର ଅହମ୍ମଦ ବାନୀଙ୍କୁ ମରଣୋତ୍ତର ଅଶୋକଚକ୍ର ସମ୍ମାନରେ ସମ୍ମାନିତ କରାଯିବ। ଏହି ସମ୍ମାନ ଗଣତନ୍ତ୍ର ଦିବସରେ ତାଙ୍କ ପରିବାରବର୍ଗଙ୍କୁ ପ୍ରଦାନ କରାଯିବ। ଗତ ବର୍ଷ ନଭେମ୍ବରରେ ଶୋପିୟାନଠାରେ ଆତଙ୍କବାଦୀଙ୍କ ସହ ଚାଲିଥିବା ଗୁଳି ବିନିମୟରେ ନଜୀର ସହିଦ ହୋଇଯାଇ ଥିଲେ। ଏହି ଅପରେସନରେ ୬ଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ। କୁଲଗାମରେ ରହୁଥିବା ନଜୀର ବାନୀ ଏକ ସମୟରେ...
ନୂଆଦିଲ୍ଲୀ: ସିବିଆଇ ପକ୍ଷରୁ ଭିଡ଼ିଓକନର ମୁମ୍ବଇ ଓ ଔରଙ୍ଗାବାଦସ୍ଥିତ ଦପ୍ତର ଉପରେ ଚଢାଉ କରାଯାଇଛି। ଆଇସିଆଇସିଆଇର ପୂର୍ବତନ ସିଇଓ ଚନ୍ଦା କୋଚରଙ୍କ ସ୍ୱାମୀ ଦୀପକ କୋଚରଙ୍କ କାର୍ଯ୍ୟାଳୟ ଉପରେ ମଧ୍ୟ ଚଢାଉ ଜାରି ରହିଛି। ସିବିଆଇ ପକ୍ଷରୁ ଭିଡ଼ିଓକନକୁ ଆଇସିଆଇସିଆଇ ବ୍ୟାଙ୍କ ଅନୈତିକଭାବେ ଋଣ ଦେବା ଘଟଣାକୁ ନେଇ ମାମଲା ରୁଜୁ କରିଛି। ଭିଡ଼ିଓକନର ସହଯୋଗୀ କମ୍ପାନୀ ଭାବେ "ନ୍ୟୁପାୱର'କୁ ଏହି ଋଣ ପ୍ରଦାନ କରାଯାଇ ଥିବାବେଳେ ଏହା...
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଜେପିର ଷ୍ଟାର ପ୍ରଚାରକଙ୍କ ମଧ୍ୟରେ ଅନ୍ୟତମ। ଜନସଭା ହେଉ କିମ୍ବା ସୋସିଆଲ ମିଡିଆରେ ମଧ୍ୟ ଯୋଗୀ ବେଶ୍‍ ଲୋକପ୍ରିୟ। ଏଭଳି ପରିସ୍ଥିତିରେ ସୋମବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ବିକଶିତ ଟ୍ୱିଟର ଆକାଉଣ୍ଟରେ ଏକ ବଡ଼ ଧରଣର ଭୁଲ ହୋଇଯାଇ ଥିଲା। ସିଏମଓ-ୟୁପି ଟ୍ୱିଟର ହ୍ୱାଣ୍ଡେଲରୁ ଯୋଗୀଙ୍କୁ କରାଯାଇ ଥିବା ଏକ ଟ୍ୱିଟ୍‍ ତାଙ୍କ ପ୍ରକୃତ ଆକାଉଣ୍ଟକୁ ପଠାଇବା ପରିବର୍ତ୍ତେ ଭିନ୍ନ...
ନୂଆଦିଲ୍ଲୀ: ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ଆଲୋକ କୁମାର ଅଯୋଧ୍ୟା ରାମ ମନ୍ଦିରକୁ ନେଇ ବଡ଼ ବିବୃତ୍ତି ପ୍ରଦାନ କରିଛନ୍ତି। ଯଦି କଂଗ୍ରେସ ଆସନ୍ନ ଲୋକସଭା ନିର୍ବାଚନ ଘୋଷଣାପତ୍ରରେ ରାମ ଜନ୍ମଭୂମି ପ୍ରସଙ୍ଗକୁ ସ୍ଥାନ ଦିଏ ତେବେ ବିଶ୍ୱ ହିନ୍ଦୁ ପରିଷଦ କଂଗ୍ରେସକୁ ସମର୍ଥନ ପାଇଁ ଚିନ୍ତା କରିପାରେ। ରାମ ମନ୍ଦିରକୁ ନେଇ ଭିଏଚ୍‍ପିର ମନ୍ତବ୍ୟ ଏଭଳି ସମୟରେ ଆସିଛି ଯେତେବେଳେ ଉକ୍ତ ପ୍ରସଙ୍ଗ ରାଜରାସ୍ତାରୁ ଆରମ୍ଭ...
ଭଦୋଦରା: ଗୁଜରାଟ କୋପରେଟିଭ ମିଲ୍କ ମାର୍କେଟିଂ ଫେ୍‍ଡେରେସନ୍‍ (ଜିସିଏମଏମଏଫ) ଦ୍ୱାରା ନିର୍ମିତ "ଅମୁଲ' ଗୁଗୁଲକୁ ନୋଟିସ ଜାରି କରିଛି। ଏହା ବ୍ୟତୀତ ଇଣ୍ଟରନେଟ ଡୋମେନ ପ୍ରଦାନ କରୁଥିବା "ଗୋ ଡାଡି' ନାମକ କମ୍ପାନୀ ଉପରେ ମଧ୍ୟ ଅମୁଲ ପକ୍ଷରୁ ନୋଟିସ ଜାରି କରାଯାଇଛି। ୨୦୧୮ ସେପ୍ଟେମ୍ବରରୁ ଅମୁଲର ନାମକୁ ବ୍ୟବହାର କରି କିଛି ଦୁର୍ବୃତ୍ତ ଲକ୍ଷଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ସେମାନେ ଅମୁଲ କମ୍ପାନୀ ନାମରେ...
ନୂଆଦିଲ୍ଲୀ: ଦେଶର ଅର୍ଥନୈତିକ ରାଜଧାନୀ ମୁମ୍ବଇ ଡ୍ୟାନ୍ସ ବାର ମାମଲାରେ ସୁପ୍ରିମ କୋର୍ଟ ଚୂଡ଼ାନ୍ତ ରାୟ ଦେଇଛନ୍ତି। ଗୁରୁବାର ସୁପ୍ରିମ କୋର୍ଟ ମୁମ୍ବଇର ଡ୍ୟାନ୍ସବାରଗୁଡ଼ିକ ପୁଣି ଥରେ ଖୋଲିବା ଆବେଦନକୁ ମଞ୍ଜୁର କରିବା ସହ କିଛି ନୂଆ ନିୟମ ଜାରି କରିଛନ୍ତି। ଡ୍ୟାନ୍ସ ବାରରେ ସିସି ଟିଭି କ୍ୟାମେରାର ଆବଶ୍ୟକତାକୁ ଖାରଜ କରିଦେବା ସହ ବାର ମଧ୍ୟରେ ନର୍ତ୍ତକୀଙ୍କ ଉପରେ ଟଙ୍କା ଫିଙ୍ଗିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଆବଶ୍ୟକସ୍ଥଳେ...
ନୂଆଦିଲ୍ଲୀ: ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ଥାଇଲ୍ୟାଣ୍ଡର ସ୍ଥାୟୀ ଭିସା ପାଇଁ ଚାଲିଥିଲା ନକଲି ବିବାହ ଜାଲିଆତି। ଏହି ଘଟଣାରେ ଥାଇଲ୍ୟାଣ୍ଡ ପୁଲିସ ଜଣେ ଭାରତୀୟଙ୍କ ସମେତ ୨୭ଜଣ ବିଦେଶୀ ମହିଳାଙ୍କୁ ଗିରଫ କରିଛି। ବିକ୍ରମ ଲୋହରୀ ନାମକ ଜଣେ ଭାରତୀୟ ଥାଇଲ୍ୟାଣ୍ଡରେ ଏକ କାର୍ଯ୍ୟାଳୟ ଖୋଲି ଏହି ଜାଲିଆତି କରୁଥିଲେ। ଭାରତୀୟ ନାଗରିକଙ୍କୁ ଥାଇଲ୍ୟାଣ୍ଡରେ ସ୍ଥାୟୀ ଭିସା ପ୍ରଦାନ କରିବା ପାଇଁ ଶ୍ରୀ ଲୋହରୀ ଥାଇଲ୍ୟାଣ୍ଡର ମହିଳାଙ୍କ ସହ...

ବହୁ ଚର୍ଚ୍ଚିତ ଖବର

Monday, May 27, 2019
ଓଡ଼ିଆ | English | हिंदी