Home Tags Odiya nesws

Tag: odiya nesws

ଇସଲାମାବାଦ: ଗୁରୁତର ଆର୍ଥିିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଶେଷରେ ଚୀନର ସହାୟତା ନେଇପାରେ। ଏହାର ପ୍ରାଥମିକ ପଦକ୍ଷେପ ସ୍ୱରୂପ ଦୀର୍ଘ ବର୍ଷ ଧରି ଅନୁମତି ଅପେକ୍ଷାରେ ଥିବା ଚୀନ୍‍ର ସିଲ୍କ ରୋଡ୍‍ ପ୍ରକଳ୍ପକୁ ପାକିସ୍ତାନ ସମର୍ଥନ ଓ ସହଯୋଗ କରିବ ବୋଲି ସୂଚନା ମିଳିଛି। କରାଚିର ମୋଟ୍ରୋପଲିସ୍‍ ଉପକୂଳରୁ ପେଶୱାରର ଉତ୍ତରପଶ୍ଚିମ ଅଞ୍ଚଳକୁ ରେଳ ସଂଯୋଗ ଚୀନ୍‍ର ସିଲ୍କ ରୋଡ୍‍ ପ୍ରକଳ୍ପର ପ୍ରମୁଖ ଅଂଶ ଭାବେ ପରିଗଣିତ...
ଲମ୍‍ତାପୁଟ: ଗଞ୍ଜେଇ ଚାଲାଣ ବେଳେ ଏକ ଟ୍ରକ୍‍କୁ ମାଛକୁଣ୍ଡ ଥାନା ପୁଲିସ ଜବତ କରିଛି। ଟ୍ରକ୍‍ରେ ପ୍ରାୟ ୩ ଟନ୍‍ ଗଞ୍ଜେଇ ଥିବା ପୁଲିସ କହିଛି। ଜବତ ଗଞ୍ଜେଇର ମୂଲ୍ୟ ଆନୁମାନିକ ଦେଢ଼ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ପୁଲିସକୁ ଦେଖି ଡ୍ରାଇଭର ଫେରାର ହୋଇଯାଇଛି। ଟ୍ରକ୍‍ଟି କେଉଁଠାରୁ କେଉଁ ଅଞ୍ଚଳକୁ ଯାଉଥିଲା ସେ ସମ୍ପର୍କରେ ପୁଲିସ ତଦନ୍ତ ଆରମ୍ଭ କରିଛି।
ନୂଆଦିଲ୍ଲୀ: ଅଧୁନା ଉଦ୍‍ଭାବନ ଶିକ୍ଷାର ଏକ ମହତ୍ତ୍ୱପୂର୍ଣ୍ଣ ଉପାଦାନ ଭାବରେ ପରିଗଣିତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିକ୍ଷା ସମ୍ପର୍କିତ ଏକ ଜାତୀୟ ସମ୍ମିଳନୀକୁ ଉଦ୍‍ଘାଟନ କରିବା ଅବସରରେ କହିଛନ୍ତି। ସ୍ଥାନୀୟ ବିଜ୍ଞାନ ଭବନଠାରେ ‘ଶିକ୍ଷା ପୁନରୁତ୍ଥାନରେ ଶୈକ୍ଷିକ ନେତୃତ୍ୱ’ ଶୀର୍ଷକ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‍ଘାଟନ କରିଛନ୍ତି। ୟୁଜିସି, ଏଆଇସିଟିଇ, ଆଇସିଏସ୍‍ଏସ୍‍ଆର, ଇଗ୍‍ନକା, ଇଗ୍ନୌ, ଜେଏନ୍‍ୟୁ, ଏସ୍‍ଜିଟି ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ସମ୍ମିଳନୀରେ...
ଜାକର୍ତ୍ତା: ଇଣ୍ଡୋନେସିଆରେ ଭୂକମ୍ପ ପରେ ଟିସୁନାମୀ ଆସିଛି। ଏହାର ପ୍ରଭାବରେ ଏ ପର୍ଯ୍ୟନ୍ତ ୩୮୪ ଜଣଙ୍କ ମୃତ୍ୟୁ ଘଟିଥିବା ସରକାରୀ ଭାବେ କୁହାଯାଇଛି। ଭୂକମ୍ପ ଓ ସୁନାମୀ ପ୍ରକୋପରେ ଧ୍ୱଂସ ସ୍ତୂପ ତଳେ ହଜାର ହଜାର ଲୋକ ରହିଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ପାଲୁ ସହର ସମ୍ପୂର୍ଣ୍ଣ ଜଳାର୍ଣ୍ଣବ ହୋଇଯାଇଛି। ପ୍ରଥମେ ଭୂକମ୍ପର ଝଟ୍‍କା ଅନୁଭୂତ ହୋଇଥିଲା। ଏହାର କିଛି ଘଣ୍ଟା ପରେ ସୁଲେୱେସିରେ...
ଶ୍ରୀନଗର: ଏକ ଅଭାବନୀୟ ଘଟଣାକ୍ରମେ ପୁଲିସ ବାହିନୀର ଜଣେ ଅଧିକାରୀ ୭ଟି ଏକେ ୪୭ ରାଇଫଲ୍‍, ସର୍ଭିସ ପିସ୍ତଲ୍‍ ସହିତ ଫେରାର ହୋଇଯାଇଛନ୍ତି। ଜଣେ ନେତାଙ୍କ ସୁରକ୍ଷା କାର୍ଯ୍ୟରେ ତାଙ୍କୁ ନିୟୋଜିତ କରାଯାଇଥିଲା। ଅଦିଲ୍‍ ବସିର ନାମକ ଏହି ପୁଲିସ ଅଧିକାରୀ ଜଣକ କୌଣସି ଆତଙ୍କବାଦୀ ସଂଗଠନରେ ଯୋଗ ଦେଇପାରିଥାନ୍ତି ବୋଲି ଆଶଙ୍କା କରାଯାଉଛି। ପୁଲିସ ସୂଚନା ଅନୁଯାୟୀ, ଜବାହାର ନଗର ସ୍ଥିତ ପିଡିପି ବିଧାୟକ ଏ ଅହମ୍ମଦ ମିରଙ୍କ...
ନୂଆଦିଲ୍ଳୀ: ପୂର୍ବତନ କ୍ରିକେଟ୍‍ ତାରକା ଇମ୍ରାନ୍‍ ଖାନ ପାକିସ୍ତାନର ପ୍ରଧାନମନ୍ତ୍ରୀ ରୂପେ ଦାୟିତ୍ୱଗ୍ରହଣ କରିବା ପରେ ପାକିସ୍ତାନ ସେନାର ଭାରତ ବିରୋଧୀ ଆଭିମୁଖ୍ୟ ଅଧିକ ଶାଣିତ ହୋଇଛି ବୋଲି କହିଛନ୍ତି ଭାରତର ସୀମା ସୁରକ୍ଷା ବଳର ମହାନିର୍ଦେଶକ କେ କେ ଶର୍ମା। ମୁଖ୍ୟ କନଷ୍ଟେବଳ ନରେନ୍ଦ୍ର ସିଂହଙ୍କୁ ସୀମାରେ ଗୁଳି ମାରିବା ପରେ ଗଳାକାଟି ହତ୍ୟା କରାଯିବା ଘଟଣାରେ ଶ୍ରୀ ଶର୍ମା କହିଛନ୍ତି ଯେ ଏଭଳି ଘଟଣା ପୂର୍ବରୁ...
ମୁଜାଫରନଗର: ‘ସୀମାରେ ଗତ ଦୁଇ ତିନି ଦିନ ତଳେ କିଛି ହୋଇଛି। କିନ୍ତୁ ମୁଁ ସେ ବିଷୟରେ ସୂଚନା ଦେଇପାରିବି ନାହିଁ। କିନ୍ତୁ ବିଶ୍ୱାସ ରଖ, ଯାହା ହୋଇଛି ସବୁକିଛି ଠିକ୍‍ଠାକ୍‍ ହୋଇଛି। ଆଗକୁ ବି ଦେଖନ୍ତୁ କଣ ହେବାକୁ ଯାଉଛି।’ ଗତ ଶୁକ୍ରବାର ଉତ୍ତରପ୍ରଦେଶର ମୁଜାଫରନଗରଠାରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ଏହି ତିନି ଚାରିଧାଡ଼ିର ରହସ୍ୟଭରା ସୂଚନା ଏବେ ସମଗ୍ର ଦେଶବାସୀଙ୍କ ମନରେ ଉତ୍କଣ୍ଠା...
ଭୁବନେଶ୍ୱର: ରକ୍ତହୀନତା କେବଳ ଓଡ଼ିଶାର ନୁହେଁ, ବରଂ ସମଗ୍ର ଦେଶର ସମସ୍ୟା। ଜନସଂଖ୍ୟାର ୫୦%ରୁ ଊର୍ଦ୍ଧ୍ବ ମହିଳା ରକ୍ତହୀନତା ଶିକାର ହୋଇଥିବା ଜଣାପଡ଼ିଛି। ରକ୍ତହୀନତା ଯୋଗୁଁ ମାତୃ ଓ ଶିଶୁ ମୃତ୍ୟୁ ହାର ବଢ଼ିବାରେ ଲାଗିଛି। ବ୍ୟାପକ ସଚେତନତା ଓ ନିୟମିତ ଔଷଧ ସେବନ ଦ୍ୱାରା ଏହି ସମସ୍ୟା ଦୂର କରାଯାଇପାରିବ। ଏ ଦିଗରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଭୁବନେଶ୍ୱର ଏମ୍ସରେ ଶୁକ୍ରବାର ‘ଆନେମିକା ମୁକ୍ତ ଓଡ଼ିଶା’...
ଶ୍ରୀନଗର: ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଇମ୍ରାନ୍‍ ଖାନ୍‍ଙ୍କ ଭାରତ ବିରୋଧୀ ଆଭିମୁଖ୍ୟ କ୍ରମଶଃ ସ୍ପଷ୍ଟ ହେବାରେ ଲାଗିଛି। ଇମ୍ରାନ୍‍ଙ୍କୁ ପାକ୍‍ ସେନାର ସଖି କଣ୍ଢେଇ ବୋଲି କରାଯାଇଥିବା ଆରୋପ ପ୍ରମାଣିତ ହେବାରେ ଲାଗିଛି। ୨୦୧୬, ସେପ୍ଟେମ୍ବର ମାସରେ ଭାରତୀୟ ସେନାଙ୍କ ସର୍ଜିକାଲ୍‍ ଷ୍ଟ୍ରାଇକ୍‍ରେ ଧ୍ୱଂସ ପାଇଥିବା ଭାରତ ପାକ୍‍ ସୀମାରେ ଆତଙ୍କବାଦୀ ତାଲିମ୍‍ ଶିବିରଗୁଡ଼ିକୁ ପୁଣି ଥରେ ସକ୍ରିୟ କରାଯାଉଛି। ଗୁଇନ୍ଦା ସୂଚନା ଅନୁଯାୟୀ ପାକ୍‍ ଅଧିକୃତ କାଶ୍ମୀରରେ ଏଲ୍‍ଓସି...
ନୂଆଦିଲ୍ଳୀ: ବ୍ୟଭିଚାର ବା ପରକୀୟା ପ୍ରୀତି ଅପରାଧ ନୁହେଁ। ଗୁରୁବାର ସୁପ୍ରିମକୋର୍ଟ ଏହି ଯୁଗାନ୍ତକାରୀ ରାୟ ଦେଇଛନ୍ତି। ଏଥିସହିତ ୧୮୬୦ ମସିହାରୁ ଚାଲି ଆସିଥିବା ଦୀର୍ଘ ୧୫୦ ବର୍ଷ ପୁରୁଣା ବ୍ୟଭିଚାର ନିରୋଧ ଆଇନ୍‍କୁ ସୁପ୍ରିମକୋର୍ଟ ଅସାମ୍ବିଧାନିକ ବୋଲି କହିଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଭାରତୀୟ ଦଣ୍ଡବିଧି ସଂହିତାର ଧାରା ୪୯୭ ଅକାମୀ ହୋଇଛି। ଭାରତୀୟ ଫୌଜଦାରୀ ଦଣ୍ଡବିଧି ସଂହିତା ୧୯୮କୁ ମଧ୍ୟ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି। ପ୍ରଧାନ...

ବହୁ ଚର୍ଚ୍ଚିତ ଖବର

Thursday, March 21, 2019
ଓଡ଼ିଆ | English | हिंदी