Home Tags Maobadi

Tag: maobadi

କଳାହାଣ୍ଡି : କଳାହାଣ୍ଡିରେ ରାସ୍ତାକାମକୁ ବିରୋଧ କରି ମାଓବାଦୀମାନେ ୯ଟି ଗାଡି ପୋଡି ଦେଇଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରାୟ ୩୦ ରୁ ୪୦ ସଶସ୍ତ୍ର ମାଓବାଦୀ ନୂଆମୁଣ୍ଡା ଠିକା କ୍ୟାମ୍ପକୁ ଆସି ଏପରି କାଣ୍ଡ ଘଟାଇଛନ୍ତି। ତେବେ ସେମାନେ ୫ଟି ଟ୍ରାକ୍ଟର, ୨ଟି ମିସ୍କଚର ମେସିନ୍ ଓ ୨ଟି ଜେସିବି ପୋଡି ଦେଇଥିବା ଜଣାପଡିଛି। ସଂପୃକ୍ତ ଅଞ୍ଚଳରେ ଏକ ଠିକାସଂସ୍ଥା କାମ କରୁଥିବା ବେଳେ ମାଓବାଦୀମାନେ ତାହାକୁ...
ଭବାନୀପାଟଣା : ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁରରେ ବିସ୍ଫୋରଣ କରି ରବିବାର ନିର୍ମାଣଧୀନ ସିଆପିଏଫ କ୍ୟାମ୍ପକୁ ମାଓବାଦୀ ମାନେ ଉଡ଼ାଇଦେଇଥିବା ଜଣାପଡ଼ିଛି। ଏଥିରେ ସିଆରପିଏଫ କ୍ୟାମ୍ପ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଏଥିରେ କେହି ମୃତାହତ ହୋଇଥିବା ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ।
ବଲାଙ୍ଗୀର : ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଜାରି ରହିଥିବା ବେଳେ ମାଓବାଦୀମା​ନେ ନିଜର ସ୍ଥିତି ଜାହିର କରିଛନ୍ତି । ବଲାଙ୍ଗିର ଜିଲା ରେଙ୍ଗାଲି ଗ୍ରାମପଞ୍ଚାୟତରେ ଜଣେ ଯୁବକଙ୍କୁ ମାଓବାଦୀମାନେ ହତ୍ୟା କରିଥିବା ସୂଚନା ମିଳିଛି । ପ୍ରାୟ ୨୦ ଜଣ ସଶସ୍ତ୍ର ମାଓବାଦୀ ଯବକଙ୍କୁ ଘରୁ ଡାକି ନେଇ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ପୁଲିସ ଇନଫର୍ମର ସନ୍ଦେହରେ ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି...
ଛତିଶଗଡ଼ : କୁଆମୁଣ୍ଡାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଜଣେ କ୍ୟାଡର ମାଓବାଦୀ ଓ ଅନ୍ୟ ଜଣେ ମହିଳା ମାଓବାଦୀ ଥିବା ଜଣାପଡିଛି । ମୃତ କ୍ୟାଡର ମାଓବାଦୀ ଏରିଆ କମିଟି ମେମ୍ବର ଭର୍ଗିଜ୍ ବୋଲି ଜଣାପଡିଛି । ବିଜେପି ବିଧାୟକ ଭୀମା ମାଣ୍ଡଭି ହତ୍ୟାରେ ମୃତ ମାଓବାଦୀ ଭର୍ଗିଜ୍ ସମ୍ପୃକ୍ତ ଥିଲା । ସୂଚନାଯୋଗ୍ୟ, କୋଆକୋଣ୍ଡା ଥାନା...
କଲ୍ୟାଣସିଂହପୁର: ଗୁରୁବାର ଅର୍ଥାତ ଏପ୍ରିଲ ୧୧ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଭୋଟ ବର୍ଜନ କରିବା ପାଇଁ ମାଓବାଦୀ ସଂଗଠନ ପକ୍ଷରୁ ଡାକରା ଦିଆଯାଇଛି। ସିପିଆଇ ମାଓବାଦୀ ବାସଦରା ଘୁମୁସର ନାଗାବଳୀ ଡିଭିଜନାଲ କମିଟି ପକ୍ଷରୁ ଏ ନେଇ ଏକ ଚିଠି ମାଧ୍ୟମରେ ଆହ୍ବାନ କରାଯାଇଛି। ଏଥିସହ ଭୋଟ ବର୍ଜନ ଲାଗି ମାଓବାଦୀମାନେ କଳାହାଣ୍ଡି, ରାୟଗଡା, କନ୍ଧମାଳ, ଗଞ୍ଜାମ ଓ ଗଜପତି ଆଦି ୫ଟି ଜିଲାରେ ବନ୍ଦ...
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜନନ୍ଦଗାଁ ଠାରେ ପୁଲିସ ମାଓବାଦୀ ଗୁଳି ବିନିମୟ ହୋଇଛି। ଗୁଳି ବିନିମୟ ଯୋଗୁଁ ଲାଲ ବାହିନୀ ଛତ୍ର ଭଙ୍ଗ ଦେଇଥିବା ଜଣାପଡିଛି। ପୁଲିସ ଘଟଣାସ୍ଥଳରୁ ବିପୁଳ ପରିମାଣ ବିସ୍ପୋରକ ମାଓ ବ୍ୟବହୃତ ସାମଗ୍ରୀ ଜବତ କରିଛି। ତେବେ ଗୁଳି ବିନିମୟରେ କେହି ମୃତାହତ ହୋଇଛନ୍ତି କି ନାହିଁ ଜଣାପଡିଛି। ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ ବରକତା ଥାନା ଅନ୍ତର୍ଗତ ସବରଦାନୀ ଜଂଗଲରେ...
କୋଟଗଡ/ରାୟଗଡ଼ା/ମାଲକାନଗିରି : ମାଓବାଦୀଙ୍କ ପ୍ରତିରୋଧ ଦିବସ ପାଳନ ଅବସରରେ ଗୁରୁବାର ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। କନ୍ଧମାଳ ଜିଲା କୋଟଗଡ ଥାନା ଅନ୍ତର୍ଭୁକ୍ତ ବଣ୍ଡାପିପିଲି ଓ ଦୁର୍ଗାପଙ୍ଗା ମଧ୍ୟରେ ଗଛପକାଇ ମୁଖ୍ୟରାସ୍ତା ଅବରୋଧ କରିଛନ୍ତି। ମାଓବାଦୀ ସଙ୍ଗଠନ ପକ୍ଷରୁ ଜାନୁଆରୀ ୨୫-୩୦ କୁ ପ୍ରତିରୋଧ ଦିବସ ରୂପେ ପାଳନ କରାଯାଇଥିବା ବେଳେ ୩୧ରେ ଭାରତ ବନ୍ଦକୁ ସଫଳ...
ମାଲକାନଗିରି: ପୁଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ମାଓବାଦୀମାନେ ହତ୍ୟା କରିଛନ୍ତି। ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ସଲିମି ପଞ୍ଚାୟତର ଧାକୋଡ଼ ରାଶି ନିକଟରେ ଜଣକୁ ମାଓବାଦୀମାନେ ନିର୍ମମ ଭାବରେ ହତ୍ୟା କରିଛନ୍ତି। ବାରୁବେଡା ଗ୍ରାମର ଅନନ୍ତ ରାମ ଭୂମିଆକୁ ମାଓବାଦୀ ହତ୍ୟା କରିଛନ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ ବରଗୁଡା ଗ୍ରାମକୁ ଦୁଇଜଣ ଆସି ଗ୍ରାମ ନୋକୋଟରେ ଅନନ୍ତ ରାମ ଭୂମିଆକୁ ଆଦିବାସୀ ନାଟ ଦେଖିବାକୁ ଡାକି...
ଛତିଶଗଡ: ଜଙ୍ଗଲରେ ପୁଲିସ ଏନକାଉଣ୍ଟରରେ ୩ ଜଣ ମାଓବାଦୀ ନିହତ ହୋଇଛନ୍ତି । ନିହତ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରିବା ସହ ସେମାନଙ୍କ ନିକଟରୁ ୩ଟି ବନ୍ଧୁକ ଜବତ ହୋଇଛି । ବିଜାପୁରର ମିରତୁର ଜଙ୍ଗଲରେ ସର୍ଚ୍ଚ ଅପରେସନ ଚାଲିଥିବା ମାଓବାଦୀମାନେ ପୁଲିସ ଉପରକୁ ଗୁଳି ବର୍ଷଣ କରିଥିଲେ । ପୁଲିସର ପାଲଟା ଗୁଳି ମାଓବାଦୀ ମାନେ ଛତ୍ରଭଙ୍ଗ ଦେବା ସହ ୩ ଜଣ ମାଓବାଦୀ ପ୍ରାଣ ହାରିଥିଲେ...
ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ ସୁକମା ଅଞ୍ଚଳରୁ ୧୬ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ୨ଜଣ ମହିଳା ମାଓବାଦୀ ଥିବା ଜଣାପଡିଛି। ମିନପା ଜଙ୍ଗଲରେ ରବିବାର ଦିନ ମାଓବାଦୀମାନଙ୍କ କ୍ୟାମ୍ପ ସମ୍ବନ୍ଧରେ ସୂଚନା ପାଇ ପୁଲିସ କୁମ୍ବିଂ ଅପରେସନ କରିଥିଲା। ପୁଲିସକୁ ଦେଖି ମାଓବାଦୀମାନେ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ମାତ୍ର ପୁଲିସ ୧୬ଜଣ ମାଓବାଦୀଙ୍କୁ ଧରିବାରେ ସଫଳ ହୋଇଥିଲା। ସେମାନଙ୍କ ନିକଟରୁ ପୁଲିସ ବହୁ ବିସ୍ଫୋରକ...

ବହୁ ଚର୍ଚ୍ଚିତ ଖବର

Sunday, May 26, 2019
ଓଡ଼ିଆ | English | हिंदी