Home Tags Ganja

Tag: ganja

ସୋରଡା : ଗଞ୍ଜାମ ଜିଲ୍ଲା ସୋରଡା ଅବକାରୀ ବିଭାଗ ଏକ ୪ ଜଣିଆ ଗଞ୍ଜେଇ ବେପାରୀମାନଙ୍କୁ ଧରିବାରେ ସଫଳ ହୋଇଛି। ବେପାରୀମାନେ କନ୍ଧମାଳ ଜିଲ୍ଲାରୁ ବାଇକ ଯୋଗେ ବ୍ରହ୍ମପୁରରୁ ଗଞ୍ଜେଇ ନେଇ ଆସୁଥିବାର ଅବକାରୀ ବିଭାଗ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ। ତାପରେ ସୋରଡା ତହସିଲଦାର ଓ ଅବକାରୀ ବିଭାଗ ଗାଜଲବାଡ଼ି ନିକଟରେ ସେମାନଙ୍କୁ ଧରିବାରେ ସଫଳ ହୋଇଥିଲେ। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୧ଲକ୍ଷ ଟଙ୍କା ହେବ...
ରାୟଗଡ଼ା: ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ୪୩୩ କେଜି ଗଞ୍ଜେଇ ପୁଲିସ ଜବତ କରିଛି । ଶୁକ୍ରବାର ଗୁଣୁପୁର ଅଞ୍ଚଳର ପାଟିଲବନ୍ଧ ଛକରୁ ଏକ ପାଣି ଟ୍ୟାଙ୍କର ମଧ୍ୟରୁ ଏହି ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଗଞ୍ଜେଇ ଚୋରା ଚାଲାଣ କରୁଥିବା ଅଭିଯୋଗରେ ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗଂଜାମ, ଗଜପତି, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାର ଆଦିବାସୀ...
ମୋହନା : ଅଡ଼ବା ଥାନା ରେଣ୍ଡୁ ଗାଁ ନିକଟରୁ ପୁଲିସ ଗଞ୍ଜେଇ ଜବତ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ପୁଲିସ ୮୨କେଜି ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ ୪ ବ୍ୟବସାୟୀଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଗିରଫ ହୋଇଥିବା ୪ ବ୍ୟବସାୟୀଙ୍କ ଘର ବ୍ରହ୍ମପୁର ଗେଟବଜାର ଅଞ୍ଚଳର ବୋଲି ସୂଚନା ମିଳିଛି।
ମାଲକାନଗିରି : ଏକ ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣର ପର୍ଦ୍ଦାଫାଶ ହୋଇଛି । ପିଆଜ ବୋଝେଇ ଟ୍ରକରେ ଚିତ୍ରକୋଣ୍ଡା ଅଞ୍ଚଳରୁ ଛତିଶଗଡ଼କୁ ଗଞ୍ଜେଇ ଚାଲାଣ ହେଉଥିବା ଏକ ଗାଡିକୁ ପୁଲିସ ଜବତ କରିଛି । ଚଢଉ ବେଳେ ଟ୍ରକ୍‌ରୁ ଆଠ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଏହି ଘଟଣାରେ ପୁଲିସ ଦୁଇ ଜଣଙ୍କ ଗିରଫ କରିଛି । ଏନେଇ ଖଇରପୁଟ ପୁଲିସ ଅଧିକ ତଦନ୍ତ ଜାରି...
ସୁବର୍ଣ୍ଣପୁର : ଆମ୍ବୁଲାନ୍ସରେ ରୋଗୀ ବଦଳରେ ଗଞ୍ଜେଇ ବୁହାହେଉଛି। ବୌଦ୍ଧରୁ ଛତିଶଗଡ଼ ଚାଲାଣ ବେଳେ ଅବକାରୀ ବିଭାଗ ଦ୍ୱାରା ଅର୍ଜ୍ଜୁନପୁର ନିକଟରେ ଏହା ଧରାପଡ଼ିଛି। ଆମ୍ବୁଲାନ୍ସ ଭିତରୁ ପ୍ରାୟ ୨୫ କେ.ଜି ଗଞ୍ଜେଇ ଜବତ କରାଯାଇଛି। ସୂଚନା ଅନୁଯାୟୀ, ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ ଛତିଶଗଡ଼ର ଦୁଇ ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିବା ସହ ଆମ୍ବୁଲାନ୍ସ ଜବତ କରାଯାଇଛି।
ସମ୍ବଲପୁର : ସମ୍ବଲପୁର ଧନୁପାଲି ଥାନା ନିକଟରୁ ୬କେଜିର ଗଞ୍ଜେଇ ଓ ନଗଦ ୧ଲକ୍ଷ ୭୦୦ଟଙ୍କା ଜବତ କରାଯାଇଛି। ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ଗିରଫ ମହିଳା ହେଉଛନ୍ତି ପଦ୍ମିନୀ କୁଶୱାହା। ଧନୁପାଲି ଥାନା ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଅପରାହ୍ନ ୩ଟା ସମୟରେ ଧନୁପାଲି ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ପଦ୍ମିନୀଙ୍କୁ ନିକଟରୁ ଏକ ବଡ ବ୍ୟାଗ...
ରାଉରକେଲା: ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୭ କେଜି ଗଞ୍ଜେଇ ଜବତ କରାଯାଇଛି । ରାଉରକେଲା ବଂଧମୁଣ୍ଡାର ଅଞ୍ଚଳରୁ ରବିକୁମାର ଗୁପ୍ତା ଠାରୁ ୪ କେଜି ଓ ଶିବକୁମାର ସାହୁଙ୍କ ନିକଟରୁ ୩କେଜି ଗଞ୍ଜେଇ ଜବତ ହୋଇଛି । ଗଞ୍ଜେଇ ଚୋରା ଚାଲର ଅଭିଯୋଗରେ ପୁଲିସ ଦୁଇ ଜଣଙ୍କ ଗିରଫ କରିଛି ।
ମାଲକାନଗିରି : ମାଲକାନଗିରି ପୁଲିସ ଜଣେ ଗଞ୍ଜେଇ ବ୍ୟବସାୟୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଉଛନ୍ତି ରାଜୁ ବୋରାଇ (୩୫)। ତାଙ୍କ ନିକଟରୁ ପୁଲିସ ୧୧୬.୫୦୦କେଜିର ଗଞ୍ଜେଇ ଜବତ କରିଛି। ଏହାସହ ତାଙ୍କ ଠାରୁ ନଗଦ ୫,୯୮,୯୦୦ ଟଙ୍କା ଜବତ ହୋଇଛି। ରାଜୁ ନିକଟରୁ ୫ଟି ଏଟିଏମ୍ କାର୍ଡ, ଗୋଟିଏ ଧଳା ରଙ୍ଗର ବୋଲେରୋ, ଡ୍ରାଇଭିଂ ଲାଇସେନ୍ସ, ପ୍ୟାନ କାର୍ଡ ଓ ଆଧାର କାର୍ଡ ଜବତ କରାଯାଇଛି। ସେ...
ମାଲକାନଗିରି : ଅବକାରୀ ବିଭାଗ ଓ ପୁଲିସ ଦ୍ବାରା ୧୪କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ ହୋଇଛି। ଚିତ୍ରକୋଣ୍ଡା ବ୍ଲକର ଆରଏସସି-୧, ଆରଏସସି-୪, ରାୟପୁର, ଫୁଲପଦର ଗଞ୍ଜେଇ ଚାଷ ହୋଇଥିବାର ସୂଚନା ପାଇ ମିଳିତ ଟିମ୍ ଚଢଉ କରିଥିଲେ। ପ୍ରାୟ ୧୦୬ ଏକର ଜମିରେ କରାଯାଇଥିବା ଗଞ୍ଜେଇ ଚାଷକୁ ମିଳିତ ଟିମ ଦ୍ବାରା ନଷ୍ଟ କରାଯାଇଛି।
ଭୁବନେଶ୍ୱର : ଶନିବାର ରାତିରେ ମଞ୍ଚେଶ୍ୱର ଅଞ୍ଚଳରୁ ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରାଯାଇଛି। ଡ଼ିଆରଆଇ (ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ) ଏହି ଚଢଉ କରି ଗଞ୍ଜେଇ ଜବତ କରିଛି। ଏକ କଣ୍ଟେନରରେ ଗଞ୍ଜେଇ ବ୍ରହ୍ମପୁରରୁ ମଧ୍ୟପ୍ରଦେଶ ଯାଉଥିବା ବେଳେ ଗୁଇନ୍ଦା ଟିମ୍‌ ଚଢଉ କରି ୧୧ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି। ସମ୍ପୃକ୍ତ ଚାଳକକୁ ମଧ୍ୟ ଅଟକ ରଖିଛି।

ବହୁ ଚର୍ଚ୍ଚିତ ଖବର

Thursday, March 21, 2019
ଓଡ଼ିଆ | English | हिंदी