Home Tags Elephant dead

Tag: elephant dead

ସୁନ୍ଦରଗଡ : ରାଇଗିରି ଜଙ୍ଗଲରେ ଏକ ମାଈ ହାତୀର ମୃତ୍ୟୁ ହୋଇଯାଇଛି। ବୟସ ଅଧିକ ହୋଇଯାଇଥିବାରୁ ହାତୀଟିର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ହାତୀଟି କିଛି ଦିନ ହେବ ଖାଦ୍ୟ ଖାଉ ନ ଥିବା ଜଣାପଡିଛି। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀର ମୃତଦେହ ଜବତ କରିଛି। ଏହାସହ ତଦନ୍ତ ଆରମ୍ଭ କରିଛନ୍ତି।
ନୀଳଗିରି : ନୀଳଗିରି ସ୍ଥିତ କୁଲଡ଼ିହା ଅଭୟାରଣ୍ୟ ଅଧୀନ ଖୁମକୁଟ ଠାରେ ସୋମବାର ଏକ ୧୦ ବର୍ଷର ଅଣ୍ଡିଆ ହାତୀ ଛୁଆର ମୃତ୍ୟୁ ଘଟିଛି ବୋଲି ରେଞ୍ଜର ଲକ୍ଷ୍ମଣ ପ୍ରଧାନଙ୍କ ଠାରୁ ସୂଚନା ମିଳିଛି। ହାତୀଛୁଆଟି ରକ୍ତ ହୀନତାର ଶିକାର ହୋଇ ଚିକିତ୍ସିତ ହେଉଥିବା ବେଳେ ତା’ର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବନକର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏହାସହ ବନବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା...
ଢେଙ୍କାନାଳ : ଢେଙ୍କାନାଳ ବନଖଣ୍ଡ ସଦର ରେଞ୍ଜ ଗଦାଶିଳା ଫରେଷ୍ଟ ସେକସନ ଦାଣ୍ଡିମାଳ ଷ୍ଟେସନ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଗୋଟିଏ ମାଈ ହାତୀ ଟ୍ରେନ ଧକ୍କାରେ ମୃତ୍ୟୁ ଘଟିଛି। ହାତୀ ମୃତ୍ୟୁ ଘଟଣା ପରିବେଶବିତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ସନ୍ଧ୍ୟା ସମୟରେ ନିକଟସ୍ଥ ବେଙ୍ଗ ପାହାଡରୁ ଏକ ଦନ୍ତା ହାତୀ ଏବଂ ମାଈ ହାତୀ ବାହାରୀ ଦାଣ୍ଡିମାଳ ଷ୍ଟେସନ ନିକଟକୁ ଯାଇଥିଲେ। ସେଠାରେ ହାତୀ ସ୍କାଡ ରହିଥିବା...
ବ୍ରହ୍ମପୁର : ଦିଗପହଣ୍ଡି ରେଞ୍ଜରେ ଦନ୍ତା ହାତୀର ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଠାବ ହୋଇଛି। ସୂଚନା ଅନୁଯାୟୀ, ମେଘଝୋଳି ଓ ନିମଖଣ୍ଡି ମଝିରେ ରବିବାର ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି। ମୃତ ଦନ୍ତା ହାତୀର ବେକରେ ଗୁଳି ଚିହ୍ନ ରହିଛି। ତେବେ ଦନ୍ତାକୁ ଗୁଳି କରି ହତ୍ୟା କରାଯାଇଥିବା ବନ ବିଭାଗ ସ୍ବୀକାର କରିଥିବା ଜଣାପଡ଼ିଛି।
ଭୁବନେଶ୍ବର : ଓୟୁଏଟିରେ ଚିକିତ୍ସାଧୀନ ହାତୀ ଛୁଆର ମୃତ୍ୟୁ ହୋଇଯାଇଛି। ହାତୀ ଛୁଆଟି ୭ ମାସର ହେବ ବୋଲି ଅନୁମାନ କରାଯାଉଛି।  ହାତୀ ଛୁଆଟି ପାଟି ସଂକ୍ରମଣ ଜନିତ ରୋଗରେ ଆକ୍ରାନ୍ତ ହୋଇ ଅସୁସ୍ଥ ଥିଲା। ଗତ ୨୪ ତାରିଖରେ ହିନ୍ଦୋଳରୁ ହାତୀ ଛୁଆଟିକୁ ଉଦ୍ଧାର କରାଯାଇ ଓୟୁଏଟିରେ ଭର୍ତ୍ତି କରାଯାଇଥିଲା। ତେବେ ମଙ୍ଗଳବାର ସକାଳ ସମୟରେ ହାତୀ ଛୁଆଟିର ମୃତ୍ୟୁ ହୋଇ ଯାଇଛି।
ଚୌଦ୍ୱାର : କଟକ ବନଖଣ୍ଡ ଡ଼ାଲିଯୋଡ଼ା ରେଞ୍ଜ ନିକଟରେ ଥିବା ଏକ ଗାଁର ବିଲରେ ଶନିବାର ଦିନ ଏକ ଦନ୍ତା ହାତୀ ଅସୁସ୍ଥ ଅବସ୍ଥାରେ ପଡ଼ିଥିଲା। ରବିବାର ସକାଳେ ତା’ର ମୃତ୍ୟୁ ଘଟିଛି। ଏସିଏଫ ଶରତ କୁମାର ସାହୁଙ୍କ ଠାରୁ ଏହି ସୂଚନା ମିଳିଛି। ସୂଚନା ଅନୁଯାୟୀ, ହାତୀଟି ଅସୁସ୍ଥ ହୋଇ ବିଲ ନିକଟରେ ପଡ଼ିଥିବା ଶନିବାର ସକାଳେ ଲୋକେ ଦେଖିଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀଙ୍କ ସହିତ...
ଅନୁଗୁଳ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ଦନ୍ତାହାତୀର ମୃତ୍ୟୁ ହୋଇଯାଇଛି। ମଙ୍ଗଳବାର ରାତିରେ ଆଠମଲ୍ଲିକ ସବ-ଡିଭିଜନର ହଣ୍ଡପା ରେଞ୍ଜ ଅନ୍ତର୍ଗତ ସାପଘରା ଗ୍ରାମପଞ୍ଚାୟତର ହେମାମିରା ଗ୍ରାମ ପାଖ ଜଙ୍ଗଲରେ ଦନ୍ତା ହାତୀଟିର ମୃତ୍ୟୁ ହୋଇଯାଇଛି। ମୃତ ଦନ୍ତାହାତୀଟିର ବୟସ ୧୦ରୁ ୧୧ ବର୍ଷ ହେବ ବୋଲି ଅନୁମାନ କରାଯାଇଛି। ବନ୍ୟଜନ୍ତୁ ଦାଉରୁ ଫସଲ ରକ୍ଷା କରିବା ପାଇଁ ସେହି ବିଦ୍ୟୁତ ତାର ଘେରା ଯାଇଥିଲା। ହାତୀଟି...
ଢେଙ୍କାନାଳ : ଢେଙ୍କାନାଳ ଜିଲା କମଳାଙ୍ଗ ଠାରେ ୭ ହାତୀ ମୃତ୍ୟୁ ଘଟଣାରେ ୩ଜଣଙ୍କୁ ଗିରଫ କରାଯାଇଛି। ଗିରଫ ୩ ଜଣ ହେଲେ ସେସୁର ବହିଷ୍କୃତ କନିଷ୍ଠ ଯନ୍ତ୍ରୀ ସଞ୍ଜୟ ମହାନ୍ତି, ମେରାମଣ୍ତଳୀ ସେକ୍ସନ ଫରେଷ୍ଟର ପ୍ରଭାକର ରଣା, ମେରାମଣ୍ଡଳୀ ବିଟ୍ ଫରେଷ୍ଟ ଗାର୍ଡ ଗିରିଶ ଦେହୁରୀ। ସମସ୍ତଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିବା ଜଣା ପଡିଛି। ଶନିବାର ଅପରାହ୍ନ ସମୟରେ ଏହି ୩ଜଣଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି...
ଭୁବନେଶ୍ବର: ସେସୁକୁ ଏନଜିଟି ପକ୍ଷରୁ କୋଟିଏ ଟଙ୍କା ଜୋରିମାନା କରାଯାଇଛି। ଜଷ୍ଟିସ ଆଦର୍ଶ ଗୋଏଲଙ୍କ ଅଧ୍ୟକ୍ଷତାରେ ଏହି ଶୁଣାଣି ହୋଇଛି। ଢେଙ୍କାନାଳ କମଳାଙ୍ଗରେ ୭ହାତୀ ମୃତ୍ୟୁ ଘଟଣାରେ ଏହି ଜୋରିମାନା ହୋଇଥିବା ଜଣା ପଡିଛି। ଏନଜିଟି ନିଜ ଆଡୁ ଏହି ମାମଲା ରୁଜୁ କରିଛି। ହାତୀ ମୃତ୍ୟୁ ପାଇଁ ସେସୁକୁ ଦାୟୀ କରି ୧କୋଟି ଟଙ୍କା ଜୋରିମାନା ହୋଇଛି। ସୂଚନାଯୋଗ୍ୟ ଯେ, ଶନିବାର ଦିନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି...
ଢେଙ୍କାନାଳ : କମଳାଙ୍ଗ ଗାଁ ନିକଟରେ ୧୧ କେଭି ବିଦ୍ୟୁତ୍‍ ତାର ସଂସ୍ପର୍ଶରେ ଆସି ୭ଟି ହାତୀ ମୃତ୍ୟୁବରଣ କରିବା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ନେଇ ଗଭୀର ଦୁଃଖ ପ୍ରକାଶ କରିବା ସହ ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ସୂଚନାଯୋଗ୍ୟ, ଏହି ଘଟଣାରେ...

ବହୁ ଚର୍ଚ୍ଚିତ ଖବର

Sunday, May 26, 2019
ଓଡ଼ିଆ | English | हिंदी