Home Tags Assembly

Tag: assembly

ଭୁବନେଶ୍ୱର: ବିଧାନସଭାର ତୃତୀୟ ଦିନରେ ଗୃହରେ ଅଚଳାବସ୍ଥା ଦେଖିବାକୁ ମିଳିଛି । ଚାଷୀ ଓ ବେକାରୀ ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବୀ ଘୋଷଣା କରାଯାଇଛି । ସୂଚନାଯୋଗ୍ୟ, ପୂର୍ବ ଦୁଇ ଦିନ ଭଳି ଗୁରୁବାର ମଧ୍ୟ ସମାନ ପରିସ୍ଥିତି ଗୃହରେ ସୃଷ୍ଟି ହୋଇଥିଲା । ଚାଷୀ ପ୍ରସଙ୍ଗକୁ ନେଇ କଂଗ୍ରେସ ଗୃହରେ ମୁଲତବୀ ପ୍ରସ୍ତାବ ଆଣିବା ସହ ବେକାରୀଙ୍କ ନିଯୁକ୍ତି ପ୍ରସଙ୍ଗକୁ ନେଇ...
ଭୁବନେଶ୍ବର : ବଜେଟ ଅଧିବେଶନର ୨ୟ ଦିନରେ ମଙ୍ଗଳବାର କଂଗ୍ରେସ ପକ୍ଷରୁ ଏକ ମୁଲତବୀ ନୋଟିସ ଜାରି କରାଯାଇଛି । ଅଭାବି ଧାନ ବିକ୍ରି ନେଇ କଂଗ୍ରେସ ପକ୍ଷରୁ ଏହି ମୁଲତବୀ ନୋଟିସ ଆଗତ କରାଯାଇଛି । ବାଚସ୍ପତି ଏହାକୁ ଗ୍ରହଣ କରିଛନ୍ତି। ଅନ୍ୟ ପକ୍ଷରେ ପୂର୍ବତନ ମନ୍ତ୍ରୀ ହରିହର କରଣଙ୍କ ବିୟୋଗରେ ଗୃହରେ ଶୋକ ପ୍ରସ୍ତାବ ଆଗତ କରାଯିବା​ ସହିତ ନୀରବ ପ୍ରାର୍ଥନା କରାଯାଇଥିଲା।
ଭୁବନେଶ୍ବର: ଦିନକ ପରେ ବସିବ ବିଧାନସଭା ବଜେଟ ଅଧିବେଶନ। ପଞ୍ଚଦଶ ବିଧାନସଭାର ଏହା ହେବ ଚୂଡ଼ାନ୍ତ ଅଧିବେଶନ। ଆଗକୁ ନିର୍ବାଚନ ଥିବାରୁ ଏହି ଅଧିବେଶନରେ କାମଚଳା ବଜେଟ ବା ଲେଖାନୁଦାନ ଉପସ୍ଥାପନ କରାଯିବ। ଅଧିବେଶନ ଅାରମ୍ଭରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କର ଅଭିଭାଷଣ ରଖିବାର କାର୍ଯ୍ୟକ୍ରମ ଥିବାବେଳେ ଆସନ୍ତା ୭ତାରିଖରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ ଉପସ୍ଥାପନ କରିବେ। ଶେଷ...
ଭୁବନେଶ୍ୱର: ଶନିବାର ବିଧାନସଭାରେ ଗୃହକାର୍ଯ୍ୟ ପ୍ରଶ୍ନକାଳ ଓ ଶୂନ୍ୟକାଳ ଠିକ୍‌ଠାକ୍‌ ଚାଲିଥିଲା। ପ୍ରଶ୍ନକାଳରେ ସଂସ୍କୃତି ଓ ପର୍ୟ୍ୟଟନକୁ ନେଇ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିଥିବା ବେଳେ ଶୂନ୍ୟକାଳରେ କୋଣାର୍କ ପ୍ରସଙ୍ଗ ଉଠିଥିଲା। ବିରୋଧୀ ଦଳର ନେତା ତଥା କଂଗ୍ରେସ ବିଧାୟକ ନବକିଶୋର ଦାସ ରାଜ୍ୟରେ ହୋଟେଲ୍‌ ଶିଳ୍ପର ବିକାଶ ନେଇ ପର୍ୟ୍ୟଟନ ବିଭାଗକୁ ପ୍ରଶ୍ନ କରିଥିଲେ । ଏହାର ଉତ୍ତର ଦେବାକୁ ଯାଇ ସଂସ୍କୃତି ଓ ପର୍ୟ୍ୟଟନ ମନ୍ତ୍ରୀ ଅଶୋକ...
ଭୁବନେଶ୍ବର: ସୋମବାର ବିଧାନସଭାରେ ଅଚଳାବସ୍ଥା ଦେଖିବାକୁ ମିଳିଛି । ଗୃହକାର୍ୟ୍ୟ ଆରମ୍ଭରୁ ଶାସକ ଓ ବିରୋଧୀ ଦଳ ଭିନ୍ନଭିନ୍ନ ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଥିଲେ । ଫଳରେ ବାଚସ୍ପତି ବାଧ୍ୟ ହୋଇ ଦିନ ୩ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି । ଆଜି ଗୃହ ଆରମ୍ଭରେ ଢେଙ୍କାନାଳରେ ଗଛକଟା ପ୍ରସଙ୍ଗ ଉଠାଇ ବିଜେପି ନେତାମାନେ ହୋହାଲ୍ଲା କରିଥିବା ବେଳେ ସଚିବାଳୟରେ ସିବିଆଇ ପଶିବା ପ୍ରସଙ୍ଗକୁ କେନ୍ଦ୍ର କରି କଂଗ୍ରେସ...
ଭୁବନେଶ୍ବର: ଦ୍ବିତୀୟ ଦିନରେ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭରୁ ସ୍ବାଭାବିକ ରହିଥିଲେ ମଧ୍ୟ ଚାଷୀ ପ୍ରସଙ୍ଗକୁ ନେଇ ବିରୋଧୀ ହୋହଲ୍ଲା କରିଥିଲେ । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଦିନ ୧୨ଟା ଯଏଁ ଗୃହ ମୁଲତବୀ ଘୋଷଣା କରିଥିଲେ । ଗୃହ ମୁଲତବୀ ପରେ ମଧ୍ୟ ବିଧାନସଭାରେ ପୁଣି ଚାଷୀ ପ୍ରସଙ୍ଗ ଉଠିଥିଲା । ଶୂନ୍ୟକାଳରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଚାଷୀଙ୍କ ଭତ୍ତା ବୃଦ୍ଧି ଦାବି...
ଭୁବନେଶ୍ବର : ରାଜ୍ୟ ବିଧାନସଭାର ଗୃହ କାର୍ଯ୍ୟ ମଙ୍ଗଳବାର ମଧ୍ୟ ସୁଚାରୁରୂପେ ଚାଲିପାରି ନାହିଁ। ଚାରା ଓ ସମବାୟ ଦୁର୍ନୀତି ପ୍ରସଙ୍ଗ ନେଇ କଂଗ୍ରେସ, ବିଜେପି ଓ ଶାସକ ଦଳ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହରେ ପ୍ରଶ୍ନକାଳ ଚାଲିପାରି ନ ଥିଲା । ଫଳରେ ବାଚସ୍ପତି ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଥିଲେ। ପୁରୀ ଶ୍ରୀମନ୍ଦିର ଓ କୋଣାର୍କ ଉପରେ ହେଲିକପ୍ଟର ଉଡିବା ଘଟଣାକୁ...
ଭୁବନେଶ୍ୱର: ଅହେତୁକ ତୈଳଦର ବୃଦ୍ଧିକୁ ନେଇ କଂଗ୍ରେସ ପକ୍ଷରୁ ଭାରତ ବନ୍ଦର ଆହ୍ବନ ଦିଆଯାଇ ଥିବା ବେଳେ ବିଧାନ ସଭାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସୋମବର ବିଧାନସଭା ଆରମ୍ଭ ମାତ୍ରେ ହିଁ କଂଗ୍ରେସ ବିଧାୟକମାନେ ତୈଳଦର ବୃଦ୍ଧି ପ୍ରତିବାଦରେ ଗୃହରେ ହୋହାଲ୍ଲା କରିବା ସହ ସ୍ଲେଗାନ ଦେଇଥିଲେ । ଚାରା ଓ ସମବାୟ ଦୁର୍ନୀତି ପ୍ରସଙ୍ଗ ଉଠାଇ ବିଜେପିକର୍ମୀମାନେ ଗୃହରେ ହଟ୍ଟଗୋଳ କରିଥିଲେ ।...

ବହୁ ଚର୍ଚ୍ଚିତ ଖବର

Thursday, March 21, 2019
ଓଡ଼ିଆ | English | हिंदी