Home Tags Accident

Tag: accident

ଝାରସୁଗୁଡ଼ା : ଝାରସୁଗୁଡ଼ା ସହର ନିକଟ ବସଷ୍ଟାଣ୍ଡ ନିକଟରେ ସୋମବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ବସଷ୍ଟାଣ୍ଡ ଭିତରୁ ଏକ ଘରୋଇ ବସକୁ ଷ୍ଟାର୍ଟ କରିବା ପାଇଁ ଠେଲୁଥିବା ସମୟରେ ଗାଡ଼ିଟି ଗଡ଼ିଟି ଯାଇଥିଲା। ଗାଡ଼ିଟି ରାସ୍ତା ଉପରକୁ ଗଡ଼ି ଆସିବାରୁ ଏକ ବାଇକକୁ ଧକ୍କା ଦେଇଥିଲା। ବାଇକରେ ଥିବା ୨ଜଣ ସ୍କୁଲ ଛାତ୍ର ସହ ଅଭିଭାବକ ଆହତ ହୋଇଛନ୍ତି। ଆହତଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।...
ଜଗତସିଂହପୁର : ସଦର ନିକଟ ଯୋଗଧାରୀ ଠାରେ ସୋମବାର ସକାଳ ସମୟରେ ଏକ ବାଇକ ଓ ଟ୍ରକ ଧକ୍କା ହେବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତକ ଜଣକ ବାଲିକୁଦା ଥାନା ଅନ୍ତର୍ଗତ ତେରତାଙ୍ଗ ଗ୍ରାମର ଓ ଆହତ ଜଣକ ବାଲିକୁଦା ଥାନା ଅଞ୍ଚଳର ଅଳାଭର ଗ୍ରାମର ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଦୁଇ ଜଣ ଯୁବକ ୫୫ ନମ୍ବର ଜାତୀୟ...
ଭୁବନେଶ୍ବର : ବରମୁଣ୍ଡା ଓଭରବ୍ରିଜ ନିକଟରେ ଏକ ସଡକ ଦୁର୍ଘଟଣା ଘଟିଛି। ଏଥିରେ ଦମ୍ପତ୍ତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ମୃତକମାନେ ନୟାଗଡ ଜିଲା ଦଶପଲ୍ଲା ଅଞ୍ଚଳର ବୋଲି ଜଣାପଡିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ଜଣାପଡିଛି। ଏହାସହ ତଦନ୍ତ ମଧ୍ୟ ଆରମ୍ଭ କରିଛି। ସୂଚନାଯୋଗ୍ୟ ଯେ, ବୁଧବାର ଦିନ ଭୁବନେଶ୍ବର ବରମୁଣ୍ଡା ଓଭରବ୍ରିଜ ନିକଟରେ ସଡକ ଦୁର୍ଘଟଣା ହୋଇଛି। ଖଣ୍ଡଗିରି ଆଡୁ ବରମୁଣ୍ଡା...
ବାଂଶପାଳ : ବାଂଶପାଳ ବ୍ଲକ କାଞ୍ଜିପାଣି ନିକଟରେ ଏକ ସଡକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ବାଇକ ଆରୋହୀଙ୍କ ଉପ​‌ରେ ଟ୍ରକ ଧକ୍କା ଦେଇଛି। ଘଟଣାସ୍ଥଳରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପତ୍ନୀ ଗୁରୁତର ହୋଇଛନ୍ତି। ମୃତକ ହେଉଛନ୍ତି ତେଲକୋଇ ବ୍ଲକ କରଦାଙ୍ଗୀ ଗ୍ରାମର ରଣଜିତ ମହାରଣା। ଗୁରୁତରଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କାଞ୍ଜିପାଣି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା...
ବାଲେଶ୍ୱର : ବାଲେଶ୍ୱର ଜିଲା ସୋର ଅଞ୍ଚଳରେ ଦୁଇଟି ପୃଥକ ପୃଥକ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁଇଟି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଆହତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ସିମୁଳିଆ ଜଳଙ୍ଗର ଜଣେ ବାଇକ ଆରୋହୀ ଘରକୁ ଫେରୁଥିବା ବେଳେ ଚନ୍ଦପୁର ବଜାର ପାଖରେ ଏକ ଗାଡ଼ି ତାଙ୍କୁ ଧକ୍କା ଦେଇ ପଳାଇଥିଲା। ଫଳରେ...
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲା ବଡ଼ଙ୍ଗା ଥାନା ଅନ୍ତର୍ଗତ ଜରଙ୍ଗଲୋଇ ଗାଁ ନିକଟ ବିଜୁ ଏକ୍ସପ୍ରେସ ୱେରେ ରବିବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକକୁ ଏକ କାର ପଛପଟୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଥିବା ଜଣାପଡ଼ିଛି। ଅନ୍ୟ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ପ୍ରଥମେ...
ସୋର : ବାଗୁଡି ରାସ୍ତା ଆଙ୍ଗୁଳା ଛକ ନିକଟରେ ଅଘଟଣ ଘଟିଛି । ହାଇୱା ଟ୍ରକର ଚକା ମରାମତି କରୁଥିବା ଜଣେ ହେଲ୍ପରର ଡାହାଣ ହାତ କଟି ଯାଇଛି । ଗୁରୁତର ଅବସ୍ଥାରେ ହେଲ୍ପରକୁ ସୋର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେଠାରେ ସେ ଚିକତ୍ସାଧୀନ ରହିଛନ୍ତି ।
ସମ୍ବଲପୁର : ଯୁଯୁମୁରାର ଚାରିଛକ ଓ ଜମନକିରାର ଅର୍ଜୁନପାଲି ଛକରେ ରବିବାର ପୃଥକ ଅଟୋ ଦୁର୍ଘଟଣାରେ ପ୍ରାୟ ୧୪ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଯୁଯୁମୁରାରେ ଅଟୋ ଓ କାର ମଧ୍ୟରେ ଧକ୍କା ହେବାରୁ ୯ ଜଣ ଆହତ ହୋଇଛନ୍ତି। କାରଟି ଅଟୋଟିକୁ ଧକ୍କା ଦେବା ଫଳରେ ଅଟୋଟି ଏକ ଗଛରେ ପିଟି ହୋଇଥିଲା। ଫଳରେ ଏଥିରେ ୯ ଜଣ ଆହତ ହୋଇଛନ୍ତି ଓ ସେମାନଙ୍କୁ ଜିଲାମୁଖ୍ୟ...
ନବରଙ୍ଗପୁର : ଉମରକୋଟ ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଏକ ଟ୍ରାକ୍ଟର ଓ ବାଇକ ଦୁର୍ଘଟଣାଗ୍ରସ୍ତ ହେବାରୁ ଦୁଇଜଣଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଡ଼ାବୁଗାଁ ଥାନା ଅନ୍ତର୍ଗତ ଚାଟିଗୁଡ଼ା ଗ୍ରାମର ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଦୁଇ ଜଣ ବାଇକରେ ଡ଼ିଜେଲ ପମ୍ପରୁ ଫେରୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଚିପସ ବୋଝେଇ ଟ୍ରାକ୍ଟର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ...
ବାଲେଶ୍ବର : ବାଲେଶ୍ବର ଜିଲା ଚାନ୍ଦିପୁର ଛକ ନିକଟରେ ସଡକ ଦୁର୍ଘଟଣା ଜଣେ ଯୁବକ ମୃତ୍ୟୁ ଘଟିଛି । ଯୁବକ ଜଣଙ୍କ ବାଇକରେ ନିଜ ମା’ଙ୍କୁ ବସାଇ ନେଇ ଯାଉଥିବା ବେଳେ ଛକ ନିକଟରେ ଥିବା ଏକ ମୋଡରେ ବାଉଁଶ ବୋଝେଇ ଯନ୍ତ୍ରଚାଳିତ ଟଲିରେ ପିଟି ହୋଇ ଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର...

ବହୁ ଚର୍ଚ୍ଚିତ ଖବର

Monday, March 25, 2019
ଓଡ଼ିଆ | English | हिंदी