ସୁଇଟ୍‍ ଫ୍ରେଞ୍ଚ ଟୋଷ୍ଟ

ଆବଶ୍ୟକ ସାମଗ୍ରୀ
ପାଉଁରୁଟି – ୪ଟି
ଅଣ୍ଡା – ୩ଟି
ଭ୍ୟାନିଲାଏସେନ୍ସ – ଅଳ୍ପ
ଡ଼ାଲଚିନି ଗୁଣ୍ଡ – ଅଳ୍ପ
ଫୁଟା କ୍ଷୀର – ୩କପ
ଚିନି – ୩ ଚାମଚ
ସାମାନ୍ୟ ଲୁଣ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ ଅଣ୍ଡାକୁ ଭାଙ୍ଗି ଭଲ ଭାବେ ପେଣ୍ଟି ଦିଅନ୍ତୁ। ଏବେ ଏଥିରେ କ୍ଷୀର, ଭ୍ୟାନିଲାଏସେନ୍ସ, ଚିନି, ଡ଼ାଲଚିନି ଗୁଣ୍ଡ, ସାମାନ୍ୟ ଲୁଣ, ପକାଇ ଭଲ ଭାବେ ଗୋଳାଇ ମିଶ୍ରଣ ପ୍ରସ୍ତୁତ କରି ରଖନ୍ତୁ। ଏହାପରେ ଗ୍ୟାସରେ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ପାଉଁରୁଟିକୁ ଏହି ମିଶ୍ରଣରେ ବୁଡ଼ାଇ ତେଲରେ ଛାଣନ୍ତୁ। ଭଲ ଭାବେ ଛାଣି ଏହାକୁ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସୁଇଟ୍‍ ଫ୍ରେଞ୍ଚ ଟୋଷ୍ଟ। ଏହାକୁ ଗରମାଗରମ ଖାଆନ୍ତୁ ଓ ମଜା ନିଅନ୍ତୁ।

Comments are closed.