ପୂର୍ବତନ ବୈଦେଶିିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ପରଲୋକ

ନୂଆଦିଲ୍ଲୀ : ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ ବୈଦେଶିିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ମଙ୍ଗଳବାର ରାତ୍ରିରେ ଦିଲ୍ଲୀର ଏମ୍ସରେ ନିଧନ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ମଙ୍ଗଳବାର ସନ୍ଧ୍ୟା୭.୩୦ ମିନିଟରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଓ ତାଙ୍କୁ ସନ୍ଧ୍ୟା ୮.୧୫ ମିନିଟରେ ନୂଆଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଏମ୍ସରେ ତାଙ୍କୁ ଭେଟିବା ପାଇଁ କେନ୍ଦ୍ରମନ୍ତ୍ରୀ ନିତୀନ ଗଡ଼କରି ଓ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ପହଞ୍ଚିଛନ୍ତି।

 

Comments are closed.