ସୁରେନ୍ଦ୍ର ସିଂହଙ୍କ ଅନ୍ତିମ ଶୋଭାଯାତ୍ରରେ ସାମିଲ ହେ​ଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ : ଆମେଥି ସାଂସଦ ସ୍ମୃତି ଇରାନୀ ବରୌଲିୟା ଗ୍ରାମର ପୂର୍ବତନ ସରପଞ୍ଚ (ପ୍ରଧାନ) ସୁରେନ୍ଦ୍ର ସିଂହଙ୍କ ଅନ୍ତିମ ଶୋଭାଯାତ୍ରରେ ସାମିଲ ହୋଇଛନ୍ତି । ସେ ସୁରେନ୍ଦ୍ର ସିଂହଙ୍କ ଶବକୁ କାନ୍ଧେଇ କଛିବାଟ ଯାଇଥିଲେ। ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି ।
ଗ୍ରାମରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ବହୁ ସଂଖ୍ୟାରେ ସୁରକ୍ଷା ବାହିନୀକୁ ମୁତୟନ କରାଯାଇଛି । ପୁଲିସ କେତେଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି ।
ସୂଚନାଯୋଗ୍ୟ ବିଳମ୍ବିତ ରାତ୍ରୀରେ ଦୁଇ ଚକିଆ ଯାନରେ କିଛି ଦୁବୃର୍ତ୍ତ ଆସି ସୁରେନ୍ଦ୍ରଙ୍କୁ ଘର ବାହାରକୁ ଡାକିଥିଲେ । ସୁରେନ୍ଦ୍ର ଘରୁ ବାହାରକୁ ଆସିବା ପରେ ତାଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ ବୋଲି ଗ୍ରାମବାସୀଙ୍କ କହିଛନ୍ତ। ଏହା ପରେ ସୁରେନ୍ଦ୍ରଙ୍କୁ ଆହତ ଅବସ୍ଥାରେ ସ୍ଥାନୀୟ ପିଏଚସିକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଚଳିତ ଲୋକସଭା ନିର୍ବାଚନରେ ସୁରେନ୍ଦ୍ର ସିଂହ, ସ୍ମୃତି ଇରାନୀଙ୍କ ପାଇଁ ଜୋରଦାର ପ୍ରଚାର କରିଥିଲେ। ତେବେ ରାଜନୈତିକ ପ୍ରତିଶୋଧ ପରାୟଣ ହୋଇ ତାଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି । ଏହି ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି।

Comments are closed.