ରବିବାର ରାଶିଫଳ

ମେଷ: ଅଶ୍ୱନୀ ଓ କୃର୍ତ୍ତିକା ନକ୍ଷତ୍ର ଜାତ ବ୍ୟକ୍ତି ମାନସିକ ସ୍ତରରେ ଶାନ୍ତି ଅନୁଭବ କରିବେ। ଚିନ୍ତାଧାରା ଉନ୍ନତମାନର ହେବ। ବହୁ ସୁଖର ଅଧିକାରୀ ହେବେ। ସାଧୁ-ସନ୍ଥମାନଙ୍କର ଆଶୀର୍ବାଦ ଲାଭ କରି ଅସାଧ୍ୟ କାର୍ଯ୍ୟକୁ ସାଧନ କରିପାରିବେ।
ବୃଷ: କୃର୍ତ୍ତିକା ଓ ମୃଗଶିରା ନକ୍ଷତ୍ର ଜାତ ବ୍ୟକ୍ତିମାନେ ସେମାନଙ୍କର ହଜିଥିବା ଦ୍ରବ୍ୟ ଖୋଜିଲେ ମିଳିବ। ବିଭିନ୍ନ ସ୍ତରରୁ ସହଯୋଗ ପାଇପାରନ୍ତି। ଘାତଚନ୍ଦ୍ର ହେତୁ ସତର୍କରେ ଚଳିବେ। କାର୍ଯ୍ୟ ହାସଲ ପାଇଁ ବୁଦ୍ଧି ପ୍ରୟୋଗ କରିପାରନ୍ତି।
ମିଥୁନ: ମୃଗଶିରା ଓ ଆର୍ଦ୍ରା ନକ୍ଷତ୍ରଜାତ ବ୍ୟକ୍ତି ସତର୍କତାର ସହ କାର୍ଯ୍ୟ କଲେ ବିପଦକୁ ଏଡ଼ାଇ ଦେଇପାରନ୍ତି। କାର୍ଯ୍ୟରେ ସଫଳତା ଲାଭ କରିବେ। ପରିଶ୍ରମର ଯଥାର୍ଥ ଫଳ ପ୍ରାପ୍ତ ହେବେ। ଦାନଧର୍ମରେ ଦୀକ୍ଷିତ ହେବେ। ପୁନର୍ବସୁ ନକ୍ଷତ୍ରର ସାମାନ୍ୟ ଫଳ।
କର୍କଟ: ପୁଷ୍ୟା ନକ୍ଷତ୍ର ଜାତବ୍ୟକ୍ତି ଉପୁଜି ଥିବା ସମସ୍ୟା ଉପରେ ଉଚ୍ଚକର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିବେ। ପରିଶ୍ରମ ମୂଲ୍ୟ ମିଳିବ। କୃଷି କର୍ମରେ ଦକ୍ଷତା ପ୍ରଦର୍ଶନ କରିବେ। ବିନୀତ ସ୍ୱଭାବର ହୋଇପାରନ୍ତି। ପୁତ୍ର ଲାଳସା ରହିବ।
ସିଂହ: ଉତ୍ତରା ଫାଲଗୁନୀ ନକ୍ଷତ୍ର ଜାତବ୍ୟକ୍ତି ସ୍ୱତଃ-ପ୍ରବୃତ୍ତ ହୋଇ କାର୍ଯ୍ୟ କରିପାରନ୍ତି। ଦିନଟି ସମସ୍ୟା ବହୁଳ ହୋଇ ମଧ୍ୟ କାର୍ଯ୍ୟରେ ସଫଳତା ପାଇବେ। ବ୍ୟବସାୟ ଲାଭଜନକ ହେବ। ସରକାରୀ ସ୍ତରରେ ସମ୍ମାନିତ ହେବେ। ମଘା ଓ ପୂର୍ବା ଫାଲ୍‍ଗୁନୀର ସାମାନ୍ୟ ଫଳ।
କନ୍ୟା: ଉତ୍ତରା ଫାଲ୍‍ଗୁନୀ ଓ ଚିତ୍ରା ନକ୍ଷତ୍ର ଜାତବ୍ୟକ୍ତି ପରଧନରେ ଧନୀ ହୋଇପାରନ୍ତି। ଯୁବତୀ ମନୋରଞ୍ଜନକାରୀ ହେବେ। ରସିକ ଓ ବାଚାଳ ହୋଇପାରନ୍ତି। ହସ୍ତା ନକ୍ଷତ୍ର ଜାତବ୍ୟକ୍ତି କ୍ଷୀଣ ଦେହୀ ହେବା ଆଶାକରାଯାଏ।
ତୁଳା: ଚିତ୍ରା ଓ ସ୍ୱାତୀ ନକ୍ଷତ୍ର ଜାତବ୍ୟକ୍ତି ସାହସିକ ପଦକ୍ଷେପ ନେଇ ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟ କରିବେ। ପ୍ରତାରକମାନଙ୍କୁ ଚିହ୍ନି ତାଙ୍କଠାରୁ ଦୂରେଇ ରହିବେ। ଗୁରୁ-ଗୁରଜନଙ୍କ ଆଶୀର୍ବାଦ ପାଇ ଯଶବୃଦ୍ଧି ହେବ। ଶୁଭକର୍ମରେ ନିୟୋଜିତ ହେବେ। ବିଶାଖାନକ୍ଷତ୍ରର ସାମାନ୍ୟ ଫଳ।
ବିଛା: ଅନୁରାଧା ନକ୍ଷତ୍ର ଜାତବ୍ୟକ୍ତି ଗାଈ,ଗୋରୁ ପାଳନରେ ବିଶେଷ ଉପକୃତ ହେବେ। ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ସୁସମ୍ବାଦ ମିଳିବ। ସୌଭାଗ୍ୟ ବୃଦ୍ଧି ହେବ। ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ବିଶାଖା ଓ ଜ୍ୟେଷ୍ଠାର ସାମାନ୍ୟ ଫଳ।
ଧନୁ: ମୂଳା ଓ ଉତ୍ତରାଷାଢ଼ା ନକ୍ଷତ୍ର ଜାତ ବ୍ୟକ୍ତିଙ୍କୁ ଆଦର, ସମ୍ମାନ ମିଳିବ। କୌଶଳ ପ୍ରୟୋଗ କରି କାର୍ୟ୍ୟ ହାସଲ କରିବେ। ଧର୍ମ କାର୍ଯ୍ୟରେ ନିୟୋଜିତ ହେବେ। ଉନ୍ନତି ମାର୍ଗରେ ଆଗକୁ ବଢ଼ିବେ। ପୂର୍ବାଷାଢ଼ା ନକ୍ଷତ୍ର ଜାତବ୍ୟକ୍ତିଙ୍କର ମନ ଅସ୍ଥିର ରହିବ।
ମକର: ଉତ୍ତରାଷାଢ଼ା ଓ ଧନିଷ୍ଠା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ବିଶିଷ୍ଟ ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କ ସାନ୍ନିଧ୍ୟ ମିଳିବ। ବନ୍ଧୁଙ୍କ ହିତ ସାଧନ କରିପାରନ୍ତି। ପ୍ରଭୂତ ସମ୍ପତ୍ତିର ଅଧିକାରୀ ହେବେ। ଶବଣା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ଭ୍ରାତୃ ଅଶାନ୍ତି ଦେଖାଦେଇପାରେ।
କୁମ୍ଭ: ଧନିଷ୍ଠା ଓ ଶତଭିକ୍ଷା ନକ୍ଷତ୍ର ଜାତ ବ୍ୟକ୍ତି ସୁଭାଷୀ ଓ ସୁବିଦ୍ୟାଯୁକ୍ତ ହେବେ। ତେଜୀୟାନ୍‍ ହୋଇପାରନ୍ତି। ଚଞ୍ଚଳ ଚେଷ୍ଟିତ ହେବେ। ମୂଲ୍ୟବାନ୍‍ ଦ୍ରବ୍ୟ ଲାଭର ସୂଚନା ମିଳୁଛି। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବେ।
ମୀନ: ଉତ୍ତରାଭାଦ୍ର ଜାତବ୍ୟକ୍ତି ନଷ୍ଟ ହୋଇଥିବା ଦ୍ରବ୍ୟର ପୁନରୁଦ୍ଧାର କରି ସନ୍ତୁଷ୍ଟ ହେବେ। ବିଭିନ୍ନ ଦିଗରୁ ସହଯୋଗ ମିଳିବ। ବନ୍ଧୁସ୍ନେହୀ ହେବେ। ବ୍ୟବସାୟରୁ ଆଶାନୁରୂପ ଲାଭ ମିଳିବ। ପୂର୍ବ ଭାଦ୍ରପଦ ଓ ରେବତୀ ନକ୍ଷତ୍ରର ଅଶାନ୍ତି।

Comments are closed.