ସୁନ୍ଦରଗଡରେ ମୋଦୀଙ୍କୁ ବିରୋଧ

ରାଉରକେଲା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁନ୍ଦରଗଡରେ ପହଞ୍ଚିବା ପୂର୍ବରୁ ସ୍ବାଧୀନ ପ୍ରାର୍ଥୀମାନେ ମୋଦୀଙ୍କୁ ବିରୋଧ କରିଥିବା ଦେଖିବାକୁ ମିଳିଛି । ରାଉରକେଲାରେ ଆଇଜିଏଚ୍ ମେଡିକାଲ କଲେଜ ଭଳି ଅନ୍ୟ ଏକ ମେଡିକାଲ କଲେଜ ଓ ସୁପର ସ୍ପେସିଆଲିଟି ହସ୍ପିଟାଲ ସହ ବ୍ରାହ୍ମଣୀ ନଦୀ ସେତୁ ନିର୍ମାଣ ଦାବିରେ ୪ ଜଣ ସ୍ବାଧୀନ ପ୍ରାର୍ଥୀ ଉଦିତନଗରର ଡା. ବି ଆର ଆମ୍ବେଦକର ଛକ ନିକଟରେ ଧାରଣା ଦେଇଛନ୍ତି । ରାଉରକେଲାର ସ୍ବାଧୀନ ପ୍ରାର୍ଥୀ ପିତବାସ ମିଶ୍ର , ଧର୍ମେନ୍ଦ୍ର ମହାପାତ୍ର ଏବଂ ରଘୁନାଥପାଲିରୁ ଜୟକୃଷ୍ଣ ମହାନନ୍ଦ, କ୍ଷେତ୍ରମୋହନ ମାସନ୍ତ ଏହି ଧାରଣାରେ ସାମିଲ ହୋଇଛନ୍ତି ।

Comments are closed.