ସୁବର୍ଣ୍ଣପୁରରେ ବନ୍ୟା ପରିସ୍ଥିତି

ସୁବର୍ଣ୍ଣପୁର : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣପୁର ଜିଲାରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ବୀରମହାରାଜପୁର, ସୋନପୁର ଓ ଉଲୁଣ୍ଡା ବ୍ଲକରେ ବନ୍ୟା ଜଳ ପ୍ରବାହିତ ହେଉଛି । ସେହିପରି ପାଇକବାହାଲ ଗାଁରେ ରାକ୍ଷସ ନାଳର ପୋଲ ଉପରେ ୩ଫୁଟ୍ ଉଚ୍ଚରେ ପାଣି ପ୍ରବାହିତ ହେଉଛି । ରକ୍ସା ଯୋରରେ ବନ୍ୟାପାଣି ଯୋଗୁ ଗୋଟିଏ ମଠ ବୁଡ଼ି ରହିଛି । ପୁଲେଶ୍ୱର,କୃଷ୍ଣପାଲି ଗ୍ରାମରେ ବ୍ୟାପକ ଚାଷ ଜମି ପାଣିରେ ମାଡ଼ିଯାଇଛି।  ବୀରମହାରାଜପୁର ଚାରମାଳ ଦେଇ ରେଢ଼ାଖୋଲକୁ ଯୋଗାଯୋଗ ସମ୍ପୂର୍ଣ୍ଣରୁପେ  ବିଚ୍ଛିନ୍ନ ହୋଇଯାଇଛି ।

Comments are closed.