ନକଲି ବିଶ୍ୱବିଦ୍ୟାଳୟ ବନ୍ଦ କରନ୍ତୁ ରାଜ୍ୟ ସରକାର

ଭୁବନେଶ୍ୱର: ୟୁଜିସି ରିପୋର୍ଟ ଅନୁଯାୟୀ ରାଜ୍ୟରେ ଥିବା ୨ଟି ନକଲି ବିଶ୍ୱବିଦ୍ୟାଳୟକୁ ବନ୍ଦ କରିବାପାଇଁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଦାବି କରିଛି। ଏବିଭିପି ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର କହିଛନ୍ତିି, ୟୁଜିସି ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ମଧ୍ୟ ୨ଟି ନକଲି ବିଶ୍ୱବିଦ୍ୟାଳୟ ଠାବ କରାଯାଇଛି।

ରାଉରକେଲା ଶକ୍ତିନଗର ସ୍ଥିତ ପାଣିଟାଙ୍କି ରୋଡ଼ର ଅନ୍ନପୂର୍ଣ୍ଣା ଭବନ ପରିସରର ନବ ଭାରତ ଶିକ୍ଷା ପରିଷଦ ଓ ମୟୁରଭଞ୍ଜ ଜିଲ୍ଲା ବାରିପଦା ବିଶ୍ୱବିଦ୍ୟାଳୟ ରୋଡ଼ରେ ଉତ୍ତର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ନାମରେ ୨ଟି ନକଲି ବିଶ୍ୱବିଦ୍ୟାଳୟ ଚାଲୁଛି। ଏହି ନକଲି ଶିକ୍ଷାନୁଷ୍ଠାନ ଗୁଡ଼ିକ ଛାତ୍ରଛାତ୍ରୀମାନଙ୍କ ଠାରୁ ନାମ ଲେଖା ବାବଦରେ ପ୍ରଚୁର ଅର୍ଥ ଆଦାୟ କରୁଥିବା ବେଲେ ପିଲାଙ୍କୁ ନକଲି ସାର୍ଟିଫିକେଟ୍‍ ଦେଉଛନ୍ତି। ଡ଼େରାଡ଼ୁନର ଏକ ଶିକ୍ଷାନୁଷ୍ଠାନ “ର୍ବୋଡ଼ ଅଫ୍‍ ସେକେଣ୍ଡାରୀ ଏଜୁକେସନ, ମଧ୍ୟ ଭାରତ, ଗ୍ୱାଲିୟର୍‍”ରେ ମଧ୍ୟ ଓଡ଼ିଶାର ଛାତ୍ରଛାତ୍ରୀ ମାନଙ୍କୁ ନକଲି ସାର୍ଟିଫିକେଟ ପ୍ରଦାନ କରୁଥିବା ନେଇ ଅଭିଯୋଗ ଆସିଛି।

Comments are closed.