ସଂଘର୍ଷମୟ ଜୀବନରୁ ମୁକ୍ତି ପାଇଁ ଜନ୍ମାଷ୍ଟମୀରେ କରନ୍ତୁ ଏହି ଉପାୟ

ଯଦି ଆପଣଙ୍କ ଜୀବନ ଅଧିକ ସଂଘର୍ଷମୟ ରହିଛି ଏବଂ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଆଜି ଜନ୍ମାଷ୍ଟମୀ ଅବସର​‌ରେ ଏହି ୫ଟି ଉପାୟ କରନ୍ତୁ । ଯାହା ଦ୍ବାରା ଭଗବାନ କୃଷ୍ଣଙ୍କ କୃପାରୁ ଆପଣଙ୍କ ଜୀବନର ସମସ୍ତ ସମସ୍ୟା ଦୂର ହୋଇଯିବ ଏବଂ ଆପଣଙ୍କ ଜୀବନ ସୁଖମୟ ହେବ । ତେବେ ଆସନ୍ତୁ ଜାଣିବା ସେହି ୫ଟି ଉପାୟ କଣ ?
ତୁଳସୀ ଜଳ: ଗଭବାନ କୃଷ୍ଣଙ୍କ ତୁଳସୀ ଜଳ ଅତି ପ୍ରିୟ । ତେଣୁ ଭୋଗ ଲଗାଇବା ସମୟରେ କାହ୍ନାକୁ ତୁଳସୀ ଜଳ ଅବଶ୍ୟ ଅର୍ପଣ କରନ୍ତୁ ।
ଲହୁଣୀ ମିଶ୍ରି: ଲହୁଣୀ ମିଶ୍ରି ବାଲ୍ ଗୋପାଳଙ୍କୁ ବହୁତ ପସନ୍ଦ । ଜନ୍ମାଷ୍ଟମୀ ଅବସର​‌ରେ ଲହୁଣୀ ମିଶ୍ରି ଭୋଗ ଲଗାନ୍ତୁ । ଏହା ଦ୍ବାରା କାହ୍ନା ଖୁବ୍ ପ୍ରସନ୍ନ ହୋଇଥାନ୍ତି ।
ହଳଦିଆ ଫଳ: ଭଗବାନ କୃଷ୍ଣଙ୍କୁ ହଳଦିଆ ରଙ୍ଗର ଫଳ ପ୍ରସାଦ ରୂପେ ଅର୍ପଣ କରନ୍ତୁ । ଏହା ଦ୍ବାରା ଶ୍ରୀକୃଷ୍ଣ ପ୍ରସନ୍ନ ହେବା ସହ ଧନ-ଦୌଲତ ପ୍ରାପ୍ତି ହୋଇଥାଏ ।
ମୟୁରପୁଚ୍ଛ: ମୟୁରପୁଚ୍ଛ ଭଗବାନ କୃଷ୍ଣଙ୍କ ମୁକୁଟରେ ଅବଶ୍ୟ ଲଗାନ୍ତୁ । ଆପଣଙ୍କୁ କୃଷ୍ଣଙ୍କ ବିଶେଷ କୃପା ଲାଭ ହେବ ।
ହଳଦିଆବସ୍ତ୍ର: ପିତାମ୍ବରୀ ବସ୍ତ୍ର କାହ୍ନାଙ୍କ ବହୁତ ପ୍ରିୟ ଅଟେ । ତେଣୁ କାହ୍ନାଙ୍କୁ ହଳଦିଆ ରଙ୍ଗ ବସ୍ତ୍ର ଅବଶ୍ୟ ପିନ୍ଧାନ୍ତୁ । ଏହା ଦ୍ବାରା ଆପଣଙ୍କ ମନୋସ୍କାମନା ନିଶ୍ଚୟ ପୂରଣ ହେବ ।
ଏହି ଉପାୟଟି ଉପାୟ କରିବା ବେଳେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ
ଆପଣ ଘରର ମନ୍ଦିର ବା ପୂଜାସ୍ଥାନରେ ବା ଯେକୌଣସି ମନ୍ଦିରରେ ଏହି ୫ଟି ପାଦାର୍ଥ କାହ୍ନାଙ୍କୁ ଅର୍ପିତ କରିପାରିବେ । ଯେଉଁଠାରେ ଯନ୍ମାଷ୍ଟମୀ ଅତି ଭକ୍ତି ଭାବରେ ପାଳନ କରାଯାଉଥିବ ।
ସ୍ନାନ ସାରି ସଫା ବସ୍ତ୍ର ପରିଧାନ କରି ଭଗବାନଙ୍କ ଶ୍ରୀକୃଷ୍ଣଙ୍କ ପ୍ରତିମାକୁ ସ୍ପର୍ଶ କରନ୍ତୁ ।
ଭଗବାନଙ୍କ ଶ୍ରୀକୃଷ୍ଣଙ୍କୁ ଅର୍ପିତଣ କରିବା ସମସ୍ତ ଜିନିଷକୁ ପ୍ରଥମେ ଗଙ୍ଗାଜଳ ଛିଞ୍ଚି ପବିତ୍ର କରନ୍ତୁ ।
ସବୁ ଜିନିଷକୁ ଡାହାଣ ଦାତରେ ଅର୍ପଣ କରନ୍ତୁ ।
ତୁଳସୀ ଜଳ, ଲହୁଣୀ ମିଶ୍ରି ଓ ହଳଦିଆ ଫଳକୁ ପ୍ରସାଦ ରୂପେ ଅଧିକରୁ ଅଧିକ ଲୋକ ମଧ୍ୟରେ ବାଣ୍ଟନ୍ତୁ ।

 

Comments are closed.