ସିପିଆଇ ନେତା ସୀତାରାମ ୟେଚୁରୀ ଶ୍ରୀନଗର ବିମାନବନ୍ଦରରେ ଅଟକ

ନୂଆଦିଲ୍ଲୀ: ସିପିଆଇ(ଏମ)ର ବରିଷ୍ଠ ନେତା ତଥା ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କୁ ଶୁକ୍ରବାର ଶ୍ରୀନଗର ବିମାନବନ୍ଦରରେ ଅଟକ ରଖାଯାଇଛି। ୟେଚୁରୀଙ୍କ ସହିତ ତାଙ୍କ ସହଯୋଗୀ ଡି. ରାଜାଙ୍କୁ ମଧ୍ୟ ଅଟକ ରଖାଯାଇଛି ଏବଂ ସହରରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନାହିଁ। ଗତ ଗୁରୁବାର ୟେଚୁରୀ ଜାମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ଚିଠି ଲେଖି ଶୁକ୍ରବାର କାଶ୍ମୀର ଗସ୍ତ କରିବେ ବୋଲି ଜଣାଇଥିଲେ। ଗସ୍ତ ସମୟରେ ସେ କୌଣସି ବାଧାର ସମ୍ମୁଖୀନ ହେବେ ନାହିଁ ବୋଲି ଆଶା କରୁଥିବା ଚିଠିରେ ଦର୍ଶାଇଥିଲେ। କିନ୍ତୁ ଶୁକ୍ରବାର ସେ ବିମାନବନ୍ଦରରେ ଓହ୍ଲାଇବା ପରେ ତାଙ୍କୁ ପୁଲିସ ସହରରେ ପ୍ରବେଶ କରିବାକୁ ଅନୁମତି ନ ଦେବା ସହିତ ସେଠାରେ ଅଟକ ରଖିଥିଲା।

ଗତ ଗୁରୁବାର କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କୁ ଶ୍ରୀନଗର ବିମାନବନ୍ଦରରେ ଅଟକ ରଖାଯାଇଥିଲା। ଗୁଲାମନବୀ ଜାମ୍ମୁ-କାଶ୍ମୀର କଂଗ୍ରେସ ମୁଖ୍ୟ ଗୁଲାମ ଅହମଦଙ୍କ ସହିତ ସେଠାକୁ ବୁଲିବାକୁ ଯାଇଥିବାବେଳେ ପୁଲିସ ତାଙ୍କୁ ବିମାନବନ୍ଦରରେ ଅଟକାଇଥିଲା।

Comments are closed.