ଭାରତୀୟ ନୌସେନାର ପ୍ରଥମ ମହିଳା ପାଇଲଟ୍ ଶିବାଙ୍ଗୀ

ମୁଜଫରପୁର: ଭାରତୀୟ ବାୟୁସେନା ପରେ ଏବେ ନୌସେନାରେ ପ୍ରଥମ ମହିଳା ପାଇଲଟ୍ ଯୋଗ ଦେବାକୁ ଯାଉଛନ୍ତି। ବିହାରର ବାସିନ୍ଦା ଶିବାଙ୍ଗୀ ସ୍ବରୂପଙ୍କୁ ନୌସେନାର ପ୍ରଥମ ମହିଳା ପାଇଲଟ୍ ଭାବେ ଚୟନ କରାଯାଇଛି। ବର୍ତ୍ତମାନ ଶିବାଙ୍ଗୀ କେରଳର କୋଚ୍ଚିରେ ଅତ୍ୟାବଶ୍ୟକ ପ୍ରଶିକ୍ଷଣ ନେଉଛନ୍ତି।

ରିପୋର୍ଟ ଅନୁଯାୟୀ, ଡିସେମ୍ବର ୪ରେ ହେବାକୁ ଥିବା ନୌସେନା ଦିବସ ଅବସରରେ ଶିବାଙ୍ଗୀକୁ ବ୍ୟାଜ ଲଗାଯିବ। ଶିବାଙ୍ଗୀ ସ୍ବରୂପ କୋଚ୍ଚିରେ ନୌସେନା ଅପରେଶନ ଡ୍ୟୁଟିରେ ସାମିଲ ହେବେ। ସେ ଫିକ୍ସଡ୍-ୱିଙ୍ଗ ଡାର୍ନିୟର ସର୍ବିଲାନ୍ସ ବିମାନ ଉଡାଇବେ। ଏହି ବିମାନକୁ କମ୍‌ ଦୂରତାରେ ସାମୁଦ୍ରିକ ଅଭିଯାନରେ ପଠାଯିବ। ଏଥିରେ ଅତ୍ୟାଧୁନିକ ସର୍ଭିଲାନ୍ସ, ରାଡାର, ନେଟୱର୍କିଂ ଏବଂ ଇଲେକଟ୍ରୋନିକ୍ ସେନସର ଲଗାଯାଇଛି। ସୂଚନାଯୋଗ୍ୟ, ଭାବନା କାନ୍ତ ଭାରତୀୟ ବାୟୁସେନାର ପ୍ରଥମ ମହିଳା ପାଇଲଟ୍ ଭାବରେ ନିଯୁକ୍ତି ପାଇବାରେ ଗୌରବ ଅର୍ଜନ କରିଥିଲେ।

Comments are closed.