ଶନିବାର ରାଶିଫଳ

ମେଷ: କାର୍ଯ୍ୟରେ ଅସଙ୍ଗତ ଦେଖାଦେଇ ପାରେ। ପ୍ରତିଶୋଧ ପରାୟଣ ହୋଇପାରନ୍ତି। ଗୁରୁକୃପା ଲାଭ କରିବେ। କାର୍ଯ୍ୟକ୍ଷେତ୍ରରେ ଉତ୍ସାହବୋଧର ସୂଚନା ମିଳିବ। ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ଶତ୍ରୁ ବିନାଶ କରି ଆଶ୍ୱସ୍ତ ହେବେ।
ବୃଷ: ଦୂରଯାତ୍ରାରେ ସଫଳତା ଲାଭ କରିବେ। ପରାମର୍ଶ ନେଇ କାର୍ଯ୍ୟ କଲେ ଶୀର୍ଷରେ ପହଞ୍ଚି ପାରନ୍ତି। ଘାତଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡ଼ିବ। କୌଣସି ସୂତ୍ରରୁ ଧନ ଲାଭ ହେବ। କନ୍ୟା, ପୁତ୍ର, ପୌତ୍ରାଦି ଲାଭ ହୋଇପାରେ।
ମିଥୁନ: ଯାତ୍ରା ଆନନ୍ଦଦାୟକ ହୋଇପାରେ। ପ୍ରତ୍ୟେକ କ୍ଷେତ୍ର, କାର୍ଯ୍ୟ ଓ ପଦକ୍ଷେପ ମଙ୍ଗଳଦାୟକ ହେବ। ପ୍ରୀତିଲାଭର ସୁଯୋଗ ସୃଷ୍ଟି ହୋଇଛି। ସକଳ ଗୁଣଯୁକ୍ତ ହେବେ। ସୁଖସଂସାର କରିପାରନ୍ତି। କାବ୍ୟ ଶାସ୍ତ୍ରାନୁରୁକ୍ତ ହୋଇପାରନ୍ତି।
କର୍କଟ: ସାମାଜିକ କ୍ଷେତ୍ରରେ ସୁ-ସମ୍ପର୍କ ବୃଦ୍ଧି ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ସିଦ୍ଧିପ୍ରାପ୍ତ ହେବେ। ବ୍ୟବସାୟରେ ଢ଼େର ଉନ୍ନତି ଘଟିବ। କୃତୀ ପ୍ରତିଯୋଗୀ ଭାବେ ପୁରସ୍କୃତ ହେବେ। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ। ନିର୍ବାଚନରେ ବିଜୟୀ ହୋଇ ସର୍ବ ସୁଖ ପାଇବେ।
ସିଂହ: ମନ ଯୋଗଦେଇ କାର୍ଯ୍ୟ ସମ୍ପାଦନ କରିବେ। ଆଶାବାଦୀ ହୋଇପାରନ୍ତି। ମଧ୍ୟମ ଧରଣର ଶୁଭଫଳ ପାଇବେ। ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ପୁତ୍ର ସୁଖ ପାଇବାର ସୂଚନା ମିଳୁଛି। ଧନ ଓ ଯାନବାହନଯୁକ୍ତ ହେବେ। ଉତ୍ତମ ବଚନାଦିରେ ପଟୁ ହେବେ।
କନ୍ୟା: ଭଲ ଆୟ ହେବା ସହ ଅର୍ଥାଭାବ ଦୂର ହେବ। ସରକାରୀ ବା ବନ୍ଧୁ ସହାୟତା ପାଇ ଲାଭବାନ୍‍ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ସ୍ୱାସ୍ଥ୍ୟ ଭଲ ରହିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତମାନର ହେବ। ନୂଆବନ୍ଧୁ ଜୁଟିବେ।
ତୁଳା: ଭୋଜନାଦିରୁ ଆଗ୍ରହ ହରାଇପାରନ୍ତି। କାର୍ଯ୍ୟକ୍ଷେତ୍ରରେ ବାଧା ଉପୁଜି ପାରେ। ଖର୍ଚ୍ଚାନ୍ତ ହୋଇ ବାଧାବିଘ୍ନକୁ ଏଡ଼ାଇ ଆଗକୁ ବଢ଼ିପାରନ୍ତି। ପାରିବାରିକ ସୁଖଶାନ୍ତି ଅବ୍ୟାହତ ରହିବ। କର୍ମକ୍ଷେତ୍ର ଆନନ୍ଦଦାୟକ ହେବ। ସର୍ବାଙ୍ଗୀଣ ଉନ୍ନତି ଆଶାକରାଯାଏ।
ବିଛା: ପରକୁ ସାହାଯ୍ୟ କରି ନିଜେ କ୍ଷତି ସହିପାରନ୍ତି। ସ୍ୱଳ୍ପ ପରିମାଣର ଆୟ ହେବ। ବିଭାଗୀୟ ସ୍ତରରେ ସମ୍ମାନିତ ହେବେ। କର୍ତ୍ତବ୍ୟ ପରାୟଣ ହେବେ। ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିବ। କୀର୍ତ୍ତିମାନ ହେବେ। ଗୁଣଜ୍ଞ ହୋଇପାରନ୍ତି।
ଧନୁ: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ। ବିଳାସ ବ୍ୟସନରେ କିଛି ସମୟ ବିତାଇ ପାରନ୍ତି। କର୍ମକ୍ଷେତ୍ରରେ ନିଜର ପ୍ରଭାବ ବିସ୍ତାର କରିବେ। ସୁଖ, ଶାନ୍ତି ମିଳିବ। ପାରିବାରିକ ସମୃଦ୍ଧି ଆଶାକରାଯାଏ। ସରକାରୀ ଅର୍ଥ ମିଳିବ। ଗୁଣଜ୍ଞ ହେବେ।
ମକର: ବିଚାର, ବିମର୍ଶ ନ କରି କାର୍ଯ୍ୟ କଲେ ହଇରାଣ ହେବେ। ଲୋକ ସଂପର୍କ ବୃଦ୍ଧି ହେବ। ଶତ୍ରୁମାନଙ୍କ ଉତ୍ପାତରୁ କାର୍ଯ୍ୟ ବିଳମ୍ବିତ ହୋଇପାରେ। ନୃତ୍ୟ ସଙ୍ଗୀତ ପ୍ରିୟ ହେବେ। ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି। ଯଶସ୍ୱୀ ହେବେ। ଧନଶାଳୀ ହେବେ।
କୁମ୍ଭ: ଆତ୍ମ ବିଶ୍ୱାସ ବୃଦ୍ଧି ପାଇବ। ଦୁଃଖଦ ଖବର ମିଳିପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। କୁଳ ପ୍ରଧାନ ହେବାର ସୂଚନା ମିଳୁଛି। ଧର୍ମରତ ହେବେ। ଶ୍ରେଷ୍ଠ ମାନ୍ୟତା ମିଳିପାରେ। ପରୋପକାରୀ ହେବେ। ପୁତ୍ର ସୁଖ ମିଳିପାରେ।
ମୀନ: ମନ ଚଞ୍ଚଳ ରହିବ। ଆମୋଦ ପ୍ରମୋଦରେ ସମୟ ଅତିବାହିତ ହେବ। ବନ୍ଧୁମାନଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସୁ ଯଶଯୁକ୍ତ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପତ୍ନୀଙ୍କ ପରାମର୍ଶରେ ଚଳିଲେ ବିଶେଷ ଉପକୃତ ହେବେ।

Comments are closed.