ସ୍ବାମୀ ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ସମ୍ବଲପୁର : ସମ୍ବଲପୁର ଜିଲା ସଦର ଥାନା ଅନ୍ତର୍ଗତ ଘେନୁପାଲି ଗ୍ରାମରେ ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ମୁତାବକ, ଘେନୁପାଲି ଗ୍ରାମର ଏକ ଦମ୍ପତି ଚିନା କୁମୁରା(୪୨) ଓ ଚୈନୁ କୁମୁରା(୪୫) ଗତକାଲି ଗ୍ରାମ ନିକଟସ୍ଥ ଜଙ୍ଗଲକୁ ଜାଳ କାଠ ଆଣିବାକୁ ଯାଇଥିଲେ। ଅପରାହ୍ନରେ ଜାଳକାଠ ଆଣି ଆସିବା ସମୟରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥି​‌ଲା। ଝଗଡା ସମୟରେ ଉତକ୍ଷିପ୍ତ ହୋଇ ସ୍ମାମୀ ଚୈନୁ ଏକ ଟାଙ୍ଗିଆରେ ତାର ସ୍ତ୍ରୀ ଚିନାଙ୍କୁ ଆକ୍ରମଣ କରିଥିଲା। ଫଳରେ ଘଟରା ସ୍ଥଳରେ ଚିନାଙ୍କର ମୃତ୍ୟୁ ହୋଇଥିଲା। ପରେ ଘଟଣା ସ୍ଥଳରୁ ଚୈନୁ ଫେରାର ହୋଇଯାଇଥିଲେ। ମଙ୍ଗଳବାର ସକାଳୁ ଗ୍ରାମବାସୀ ଚିନାଙ୍କ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଯବତ କରି ବ୍ୟବଛେଦ ପାଇଁ ପଠାଇଥିବା ଜଣାପଡିଛି। ଏନେଇ ଥାନାରେ ମାମଲ ନଂ ୨୮/୨୦୧୯ ରୁଜୁ କରି ଫେରାର ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିବା ଥାନା ଅଧିକାରୀ ଲୋକନାଥ ସାହୁ କହିଛନ୍ତି।

Comments are closed.