ଅଁଳାଗୁଡାରେ ଆଦିବାସୀଙ୍କ ନିଆରା ପର୍ବ “ସଡ୍ରା”

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଅଁଳାଗୁଡା ଗ୍ରାମରେ ଗୁରୁବାର କନ୍ଧ ସମ୍ପ୍ରଦାୟଙ୍କ ପାରମ୍ପରିକ ନିଆରା ପର୍ବ ସଡ୍ରା ପାଳିତ ହୋଇଯାଇଛି । ମୋହନା ଠାରୁ ୩ କିଲୋମିଟର ଦୂରରେ ପାହାଡ ପର୍ବତ ଘେରା ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ କନ୍ଧ ଆଦିବାସୀ ଗ୍ରାମ ଅଁଳାଗୁଡା । କେଉଁ ଆବାହନ କାଳରୁ ଗ୍ରାମବାସୀ ଏହି ପର୍ବ ପାଳନ କରୁଛନ୍ତି । ପ୍ରତିବର୍ଷ ଭଳି ଚଳିତ ବର୍ଷ ରଥ ଯାତ୍ରା ପୂର୍ବରୂ କିମ୍ବା ପରେ ଏହି ପର୍ବ ପାଳନ କରାଯାଉଛି । ମାଟି ମାକୁ ଖୁସି କରିବା ପାଇଁ ଗ୍ରାମଦେବତୀ ଗୁଙ୍ଗୀଙ୍କ ଠାରେ ଜାନି ତାରିଣୀ ମଳିକ ପର୍ବ ଆରମ୍ଭ ଦିନ ସକାଳୁ ନଦୀରେ ସ୍ନାନ କରି ନୂତନ ବସ୍ତ୍ର ପରିଧାନ କରି ମାଙ୍କ ପୂଜାର୍ଚ୍ଚନା କରିଥାନ୍ତି । ଏହି ପର୍ବ ପାଳନ କଲେ ଭଲ ବର୍ଷା, ଭଲ ଫସଲ ଅମଳ ହେବା ବିଶ୍ୱାସ ରହିଛି। ଗ୍ରାମରେ ୩ ଦିନ ଧରି ଏହି ପର୍ବ ପାଳନ କରାଯାଇଥିଲା । ଦ୍ୱିତୀୟ ଦିନ ପୂଜା କରାଯାଇଥିବା ସାମଗ୍ରୀକୁ ନଦୀରେ ବିସର୍ଜନ କରାଯାଇଥିଲା । ତୃତୀୟ ଦିନ ସାହି, ପଡିଶା ଏବଂ ନିକଟସ୍ଥ ବନ୍ଧୁ ବାନ୍ଧବଙ୍କୁ ନିମନ୍ତ୍ରଣ କରାଯାଇଥିଲା । ୩ ଦିନ ଧରି ଆଦିବାସୀମାନେ ଆମିଷ ଖାଦ୍ୟ ଏପରିକି ତେଲ, ପିଆଜ, ରସୁଣ ଭକ୍ଷଣ କରିନଥାନ୍ତି, ସନ୍ଧ୍ୟାରେ ଗ୍ରାମରେ ଭୋଜି ଭାତ କରାଯାଇ ନିମନ୍ତ୍ରିତ ଅତିଥି, ବନ୍ଧୁବାନ୍ଧବ ତଥା ପରିବାର ବର୍ଗ ମିଶି ଏକାଠି ଭୋଜନ କରିଥାନ୍ତି । ୩ ଦିନ ଧରି ଗ୍ରାମରେ ନୃତ୍ୟ  ଓ ସଂଗୀତ ହୋଇଥାଏ  ଶେଷ ଦିନରେ ଦେବୀଙ୍କୁ ବିସର୍ଜନ କରିବା ପରେ ଗ୍ରାମବାସୀ ପରଷ୍ପରକୁ ପାଣି ଫିଙ୍ଗି ସ୍ନାନ କରିଥାନ୍ତି ।

Comments are closed.