ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୪ ଗୁରୁତର

ଢେଙ୍କାନାଳ : ଢେଙ୍କାନାଳ ଜିଲା ୫୫ ନମ୍ବର ଜାତୀୟ ରାଜପଥ ବଳଦିଆବନ୍ଧ ନିକଟରେ ସୋମବାର ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ଜଣ ଗୁରୁତର ହୋଇଥିବା ଜଣାପଡିଛି।  ଗୁରୁତରମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ମୁତାବକ, ବଳଦିଆବନ୍ଧ ରାସ୍ତା କାମରେ ନିୟୋଜିତ ହୋଇଥିବା ଏକ ଗ୍ରେଡର୍‌ ମେସିନ୍‌ ପ୍ରଥମେ ଏକ ସ୍କୁଟିକୁ ଧକ୍କା ଦେଇଥିଲା । ଏହା ପରେ ପୁଣି ଏକ ବାଇକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଜଣେ ପ୍ରାଣ ହରାଇଥିଲେ । ଏହା ସହିତ ୪ ଜଣ ଗୁରୁତର ହୋଇଛନ୍ତି । ଏନେଇ ପୁଲିସ ତଦନ୍ତ ଆରମ୍ଭ କରିଛି ।

Comments are closed.