୬୪ମେଗାପିକ୍ସେଲ କ୍ୟାମେରା ସହ ଭାରତୀୟ ବଜାରକୁ ଆସିଲା “ରେଡମି ନୋଟ-୮ ପ୍ରୋ”

ନୂଆଦିଲ୍ଲୀ : ସିଓମି ଶେଷରେ ସ୍ମାର୍ଟଫୋନ ବଜାରରେ ତାର ଏକ ନୂଆ ସ୍ମାର୍ଟଫୋନ ଲଞ୍ଚ କରିଛି। ଯାହାର ନାମ “ରେଡମି ନୋଟ-୮ ପ୍ରୋ”। ଏହା ଭାରତରେ ଲଞ୍ଚ ହେବାକୁ ଯାଉଥିବା ପ୍ରଥମ ସ୍ମାର୍ଟଫୋନ ଯେଉଁଥିରେ ୬୪ମେଗାପିକ୍ସେଲର କ୍ୟାମେରା ସେଟଅପ ଦିଆଯାଇଛି। ଏହାବ୍ୟତୀତ ଏହି ପୋନରେ ଗେମ ଖେଳିବାପାଇଁ କୁଲିଙ୍ଗ ସିଷ୍ଟମ ଓ ଗେମ ମୋଡ ଦିଆଯାଇଛି।
ରେଡମି ନୋଟ-୮ ପ୍ରୋର ୬ଜିବି ରାମ ଏବଂ ୬୪ଜିବି ଷ୍ଟୋରେଜର ମୂଲ୍ୟ ୧୪ହଜାର ୯୯୯ଟଙ୍କା। ସେହିଭଳି ଏହାର ୬ଜିବି ରାମ+୧୨୮ଜିବି ଷ୍ଟୋରେଜର ମୂଲ୍ୟ ୧୫ହଜାର ୯୯୯ଟଙ୍କା ଏବଂ ୮ଜିବି ରାମ ୧୨୮ଜିବି ଷ୍ଟୋରେଜ ମଡେଲର ମୂଲ୍ୟ ୧୭ହଜାର ୯୯୯ଟଙ୍କା। ଅକ୍ଟୋବର ୨୧ରୁ ଅନଲାଇନଷ୍ଟୋର ଆମାଜନ ଇଣ୍ଡିଆ ଏବଂ ଏମଆଇ ଷ୍ଟୋରରେ ଏହି ଫୋନର ବିକ୍ରି ଆରମ୍ଭ ହେବ।

pic courtesy-soyacincau.com

ଏହି ଫୋନର ବିଶେଷତ୍ବ ବିଷୟରେ କହିଲେ ଏଥିରେ ଆଣ୍ଡ୍ରଏଡ ପାଇ ୯.୦ଆଧାରିତ ଏମଆଇୟୁଆଇ ୧୦ମିଳିବ। ଏହାବ୍ୟତୀତ ଫୋନରେ ୬.୫୩ଇଞ୍ଚର ଫୁଲ ଏଚଡି ପ୍ଲସ ଡିସପ୍ଳେ ରହିଛି। ଯାହାର ରିଜୋଲ୍ୟୁସନ ୧୦୮୦/୨୩୪୦ପିକ୍ସେଲ। ଫୋନରେ ମିଡିଆଟେକ ହିଲିଓ ଜି୯୦ଟି ପ୍ରୋସେସର ରହିଛି।
ସଂଯୋଗ ପାଇଁ ଫୋନରେ ଯାହା ଫାଷ୍ଟ ଚାର୍ଜିଙ୍ଗକୁ ସପୋର୍ଟ କଲାଭଳି ୪ହଜାର ୫୦୦ଏମ୍ଏଚ୍ ବ୍ୟାଟେରୀ ରହିଛି। ଏହାସହିତ ଏଥିରେ ୧୮ୱାଟର ଚାର୍ଜର ମାଗଣାରେ ମିଳିବ। ଅଡିଓ ପାଇଁ ୩.୫ଏମଏମ ହେଡଫୋନ ଜ୍ୟାକ ଦିଆଯାଇଛି।