ପପ୍ଅପ୍ ସେଲଫି କ୍ୟାମେରା ସହ ଭାରତୀୟ ବଜାରକୁ ଆସିଲା ‘ରିଅଲମି-ଏକ୍ସ’

ନୂଆଦିଲ୍ଲୀ : ଚୀନ ସ୍ମାର୍ଟଫୋନ କମ୍ପାନୀ ରିଅଲମି ଭାରତରେ ତାର ନୂଆ ସ୍ମାର୍ଟଫୋନ ‘ରିଅଲମି ଏକ୍ସ’ ଲଞ୍ଚ କରିଛି। ଭାରତ ପୂର୍ବରୁ ଏହି ଫୋନକୁ ପ୍ରଥମେ ଚୀନରେ ଲଞ୍ଚ କରାଯାଇଥିଲା। ଏହି ଫୋନର ବିଶେଷତ୍ବ ବିଷୟରେ କହିଲେ, ଏଥିରେ ଡ଼ୁଆଲ ସିମ ସପୋର୍ଟ ସହିତ ଆଣ୍ଡ୍ରଏଡ ପାଇ ୯.୦ ଆଧାରିତ କଲର ଓଏସ୍ ୬.୦ ମିଳିବ। ଏହାବ୍ୟତୀତ ଫୋନରେ ୬.୩ ଇଞ୍ଚର ଫୁଲ ଏଚଡି ପ୍ଲସ ଏମୋଲେଡ ଡିସପ୍ଲେ ରହିଛି, ଯହାର ରିଜୋଲ୍ୟୁସନ ୧୦୮୦/୨୩୪୦ ପିକ୍ସଲ। ଡ଼ିସପ୍ଲେ ଉପରେ ଗରିଲା ଗ୍ଲାସ ୫ର ସପୋର୍ଟ ମିଳିବ। ଫୋନରେ ଇନଡିସପ୍ଲେ ଟିପଚିହ୍ନ ସେନସର ରହିଛି। ଏହାର ପ୍ରୋସେସର ବାବଦରେ କହିଲେ, ଫୋନରେ କ୍ବାଲାକମର ଅକ୍ଟାକୋର ସ୍ନାପଡ଼୍ରାଗନ ୭୧୦ ପ୍ରୋସେସର ମିଳିବ।
‘ରିଅଲମି ଏକ୍ସ’ର କ୍ୟାମେରା
ଏଥିରେ ଡୁଆଲ ରିୟର କ୍ୟାମେରା ଦିଆଯାଇଛି। ଯାହାର ଗୋଟିଏ କ୍ୟାମେରା ୪୮ ମେଗାପିକ୍ସେଲ ଏଫ/୧.୭ଅଫର୍ଚର ରହିଛି। ଏହାର ଦ୍ବିତୀୟ କ୍ୟାମେରାଟି ୫ମେଗାପିକ୍ସେଲର ରହିଛି। ଏହାବ୍ୟତୀତ ୧୬ମେଗାପିକ୍ସେଲର ପପ୍ଅପ୍ ସେଲଫି କ୍ୟାମେରା ଦିଆଯାଇଛି। ଯାହାର ଅଫର୍ଚର ଏଫ/୨.୦ ରହିଛି।
ଫୋନରେ ୩ହଜାର ୭୬୫ଏମ୍ଏଚର ବ୍ୟାଟେରୀ ଦିଆଯାଇଛି। ଯାହା ଫାଷ୍ଟ ଚାର୍ଜିଙ୍ଗ ଭିଓଓସି ୩.୦କୁ ସପୋର୍ଟ କରିଥାଏ। ସଂଯୋଗ ପାଇଁ ଫୋନରେ ୟୁଏସବି ଟାଇପ ସି ପୋର୍ଟ, ଡଲବି ଏଟମ ଅଡିଓ, ୪ଜି ଏଲଟିଇ, ୱାଇ-ଫାଇ, ବ୍ଲୁଟୁଥ ଭି-୫ ଏବଂ ଜିପିଏସର ସପୋର୍ଟ ମିଳିବ।
‘ରିଅଲମି ଏକ୍ସ’ର ବଜାର ମୂଲ୍ୟ
ରିଅଲମି ଏକ୍ସର ୪ଜିବି+୧୨୮ ଜିବି ଷ୍ଟୋରେଜ ମଡେଲର ମୂଲ୍ୟ ୧୬ ହଜାର ୯୯୯ ଟଙ୍କା। ସେହିଭଳି ଏହାର ୮ଜିବି ରାମ + ୧୨୮ ଜବି ମଡେଲର ମୂଲ୍ୟ ୧୯ ହଜାର ୯୯୯ଟଙ୍କା। ଫୋନର ବିକ୍ରି ଜୁଲାଇ ୨୪ରୁ ଅନଲାଇନ ଷ୍ଟୋର ଫ୍ଲିପକାର୍ଟରେ ଉପଲବ୍ଧ ହେବ।
ଏହାର ମାଷ୍ଟର ଏଡିସନ ମଧ୍ୟ ଲଞ୍ଚ କରାଯାଇଛି। ଯାହା ମୂଲ୍ୟ ୧୯ ହଜାର ୯୯୯ଟଙ୍କା। ଏହାର ସ୍ପାଇଡରମ୍ୟାନ ଏଡିସନର ମୂଲ୍ୟ ୨୦ ହଜାର ୯୯୯ଟଙ୍କା।

Comments are closed.