ବିଚାରପତି ଆସନରେ ରବିନା

ମୁମ୍ବଇ : ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ପ୍ରଯୋଜିତ ନୃତ୍ୟ ଭିତ୍ତିକ ରିୟାଲିଟି ଶୋ’ ‘ନଚ୍ ବଲିୟେ-୯’ ଆରମ୍ଭ ହୋଇଯାଇଛି। ଏବେ ଶୋ’ର ଗ୍ରାଣ୍ଡ ପ୍ରିମିୟର ଚାଲିଥିବା ବେଳେ ଇତି ମଧ୍ୟରେ ଏଥିରେ ବଲିଉଡ଼ ଅଭିନେତ୍ରୀ ରବିନା ଟଣ୍ଡନ ବିଚାରପତି ଭାର ବହନ କରିବେ ବୋଲି ସୂଚନା ମିଳିଛି। ପୂର୍ବରୁ ଏହି ଶୋ’ର ବିଚାରପତିଙ୍କୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା। ରବିନାଙ୍କ ସହ ଅହମଦ ଖାନ ମଧ୍ୟ ବିଚାରପତି ଭାବେ ନଜର ଆସିବେ। ଏହାସହିତ ସଲମାନଙ୍କୁ ମଧ୍ୟ ଶୋ’ରେ ବିଶେଷ ଅତିଥି ଭାବେ ଦେଖିବାକୁ ମିଳିବ। ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ରବିନା ଅନେକ ରିୟାଲିଟି ଶୋ’ରେ ବିଚାରପତି ଭାବେ ନଜର ଆସିଛନ୍ତି।

Comments are closed.